ETV Bharat / bharat

Wrestlers Protest: କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ସଂଘର୍ଷ, ଆପ ନେତା ଅଟକ

ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ସଂଘର୍ଷ । ଆପ ନେତା ସୋମନାଥ ଭାରତୀଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

author img

By

Published : May 4, 2023, 8:04 AM IST

Wrestlers Protest
Wrestlers Protest

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଜାରି ରଖିଥିବା କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ କୁସ୍ତି ଯୋଦ୍ଧାଙ୍କୁ ଅସଦାଚରଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଜଣେ ପୋଲିସ କର୍ମଚାରୀ ମଦ୍ୟପାନ କରି ଏକ ବାଡିରେ ଆକ୍ରମଣ କରିବାରୁ ଜଣେ କୁସ୍ତି ଯୋଦ୍ଧାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଫଳରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଜନ୍ତରମନ୍ତରରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଆପ ନେତା ସୋମନାଥ ଭାରତୀଙ୍କୁ ଅଟକ ରଖିଥିବା ଜଣାପଡିଛି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଆଜି ବର୍ଷା ହେବା ଯୋଗୁଁ ଆମ ଗଦି ଓଦା ହୋଇଗଲା । ଏହାପରେ ଆମେ କିଛି କାଠ ଖଟ ମଗାଇଥିଲୁ । କିନ୍ତୁ ପୋଲିସ ଆମକୁ ଭିତରକୁ ପ୍ରବେଶ କରିବାକୁ ନଦେଇ ଅସଦାଚରଣ କରିଥିଲା । ଭିଡିଓରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ବିନେଶ ଫୋଗଟଙ୍କୁ ଦେଖିବାକୁ ମିଳୁଛି । କୁସ୍ତିଯୋଦ୍ଧା ମାନେ ପୋଲିସ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିବାର ମଧ୍ୟ ଶୁଣିବାକୁ ମିଳୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଆମ ଆଦମୀ ପାର୍ଟିର ନେତା ସୋମନାଥ ଭାରତୀ ରେନିକୋର୍ଟ ବଣ୍ଟନ ପାଇଁ ଜନ୍ତରମନ୍ତରେ ପହଞ୍ଚିଥିଲେ । ଏହାପରେ କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସର ତିନି କର୍ମଚାରୀ ମହିଳା ସୁସ୍ତିଯୋଦ୍ଧାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅନେକ ମହିଳା କୁସ୍ତିଯୋଦ୍ଧା ମଧ୍ୟ କାନ୍ଦୁଥିବା ଭିଡିଓରେ ଦେଖିବାକୁ ମିଳିଛି । କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ପୋଲିସ କର୍ମଚାରୀ ସେମାନଙ୍କୁ ବାଡ଼ିରେ ମାଡ ମାରିଛନ୍ତି ।

ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀ ଟ୍ୱିଟ୍ କରି କହିଛନ୍ତି ଯେ, ‘‘ଧାରଣା ଜାରି ରଖିଥିବା ମହିଳା କୁସ୍ତି ଯୋଦ୍ଧା ମାନେ ବର୍ଷା ରାତିରେ ଏକ କାଠ ଖଟ ପାଇଁ ଦାବି କରିଥିଲେ । ଦାବି ପୂରଣ କରିବା ସହ ସେମାନଙ୍କୁ ମୁଁ ସମର୍ଥନ କରିବାରୁ ପୋଲିସ ମୋତେ ଅଟକ ରଖିଛି । ମୋତେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନକୁ ନିଆଯାଇଥିଲା ।''

ଏନେଇ ବଜରଙ୍ଗ ପୁନିଆ କହିଛନ୍ତି ଯେ,''ଆମକୁ ପୁରା ଦେଶର ସମର୍ଥନ ଆବଶ୍ୟକ । ତେଣୁ ସମସ୍ତେ ଦିଲ୍ଲୀ ଆସିବା ଉଚିତ୍‌ । ପୋଲିସ ଆମକୁ ବିରୋଧ କରିବା ସହ ମହିଳା କୁସ୍ତିଯୋଦ୍ଧାଙ୍କୁ ଅସଦାଚରଣ କରୁଛି । କିନ୍ତୁ ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ଏନେଇ ଡିସିପି ପ୍ରଣବ ତୟାଲ କହିଛନ୍ତି ଯେ, ‘‘ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧା ମାନେ ଧାରଣା ଜାରି ରଖିଥିବା ବେଳେ ଆପ ବିଧାୟକ ସୋମନାଥ ଭାରତୀ ବିନା ଅନୁମତିରେ ରେନି କୋର୍ଟ ବାଣ୍ଟିବାକୁ ଆସିଥିଲେ । କିନ୍ତୁ ଆମେ ମନା କରିବାରୁ କୁସ୍ତିଯୋଦ୍ଧା ମାନେ ଟ୍ରକରୁ ବେଡ ବାହାର କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଛୋଟ ବିବାଦ ସୃଷ୍ଟି ହୋଇଥିଲା । ପରେ ବିଧାୟକକଙ୍କ ସହ 2ଜଣ ଅନ୍ୟ ବ୍ୟକ୍ତିଙ୍କୁ ଆମେ ଅଟକ ରଖିଛୁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.