ETV Bharat / bharat

ୟୁପିରେ ମୁହାଁମୁହିଁ ସପା-ବିଜେପି, ସମର୍ଥକଙ୍କ ପଥରମାଡରେ ସୁରକ୍ଷାକର୍ମୀ ଆହତ

author img

By

Published : Mar 10, 2022, 2:50 PM IST

Updated : Mar 10, 2022, 3:12 PM IST

ଉତ୍ତରପ୍ରଦେଶ କନୌଜରେ ସପା ଓ ବିଜେପି ମୁହାମୁହିଁ । ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ପଥର ମାଡ । ଏଥିରେ ସୁରକ୍ଷାକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ୟୁପିରେ ମୁହାଁମୁହିଁ ସପା-ବିଜେପି, ସମର୍ଥକଙ୍କ ପଥରମାଡରେ ସୁରକ୍ଷାକର୍ମୀ ଆହତ
ୟୁପିରେ ମୁହାଁମୁହିଁ ସପା-ବିଜେପି, ସମର୍ଥକଙ୍କ ପଥରମାଡରେ ସୁରକ୍ଷାକର୍ମୀ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜାରି ରହିଛି ଭୋଟ ଗଣନା । ବିଜେପି ୨୬୦ରୁ ଅଧିକ ଆସନରେ ଆଗୁଆ ଥିବାବେଳେ ୧୩୨ ଆସନରେ ଲିଡ୍ କରୁଛି ସମାଜବାଦୀ ପାର୍ଟି । ଏହାରି ମଧ୍ୟରେ ବିଜେପି ଓ ସପା କର୍ମୀ ମୁହାଁମୁହିଁ ହୋଇଛନ୍ତି । କନୌଜ ବିଧାନସଭା ମଣ୍ଡଳୀରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ପଥର ମାଡ ହୋଇଛି । ପଥର ମାଡରେ ଜଣେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଗଭୀର ଆଘତ ଲାଗିଥିବା ବେଳେ ଅନେକ ଲୋକେ ଆହତ ହୋଇଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କନୌଜରେ ମତଗଣନା ସ୍ଥଳରୁ ୨୦୦ ମିଟର ଦୂରରେ ସପା ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଏହି ପଥରମାଡ ହୋଇଛି । ପ୍ରଥମେ ଏଠାରେ ଦୁଇ ଦଳ ପକ୍ଷରୁ ଜୋରଦୋର ନାରାବାଜି ହୋଇଥିଲା । ଏହାପରେ ଚାହୁଁ ଚାହୁଁ ଉଭୟ ପକ୍ଷର ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀଙ୍କୁ ଲାଠି ଚାଳନା କରିବାକୁ ପଡିଛି ।

ପ୍ରକାଶଥାଉ କି, ୟୁପିରେ ଗଣତି ଜାରି ରହିଥିବାବେଳେ ବିଜେପି ସପାଠୁ ଅଧିକ ଆସନରେ ଆଗୁଆ ରହିଛି । ତେଣୁ ଏଥର ମଧ୍ୟ ବିଜେପି ୟୁପିରେ ସରକାର ଗଠନ କରିବ ବୋଲି ବାରି ହେଉଛି । ଏନେଇ ଅନେକ ସ୍ଥାନରେ ବିଜେପି କର୍ମୀ ବାଜାବାଣ ସହ ଉତ୍ସବ ମନାଉଛନ୍ତି । କନୌଜ ବିଧାନସଭା ଆସନରୁ ସପା ସୁପ୍ରିମୋ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2022, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.