ETV Bharat / bharat

ଅପରାହ୍ନ 3ଟାରେ ବାହାରିବ ICSE ରେଜଲ୍ଟ, ଏହି ୱେବସାଇଟ କରିବେ ଚେକ୍

କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମିନେସନ (ସିଆଇସିଏସଇ) ପକ୍ଷରୁ ଆଜି ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ।

author img

By

Published : May 14, 2023, 1:14 PM IST

ICSE Class 10th and ISC Class 12th results
ବାହାରିବ ଆଇସିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ବାହାରିବ ଆଇସିଏସଇ ରେଜଲ୍ଟ । କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମିନେସନ (ସିଆଇସିଏସଇ) ପକ୍ଷରୁ ଆଜି (ରବିବାର) ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ନ 3ଟାରେ ରେଜଲ୍ଟ ବାହାରିବ । ବୋର୍ଡର ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀମାନେ cisce.org ଏବଂ result.cisce.org ୱେବସାଇଟରେ ଫଳାଫଳ ଦେଖି ପାରିବା ନେଇ ସୂଚନା ମିଳିଛି । ପ୍ରାୟ 2.4 ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଫେବୃଆରୀ 27 ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 29ରେ ଶେଷ ହୋଇଥିଲା । ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ 13ରୁ ମାର୍ଚ୍ଚ 31 ତାରିଖ ଯାଏ ହୋଇଥିଲା ।

ଏହା ବି ପଢନ୍ତୁ...ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୧୪୪ ଧାରା ଲାଗୁ

ଏହା ବି ପଢନ୍ତୁ...ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ହ୍ରଦରେ ବୁଡି 5 ମୃତ

କେମିତି ଚେକ କରିବେ ରେଜଲ୍ଟ

  • ପ୍ରଥମେ ଅଫିସିଆଲ ୱେବସାଇଟ cisce.org ନଚେତ result.cisce.orgକୁ ଯିବେ ।
  • ଏହା ପରେ 'Result 2023'ରେ କ୍ଲିକ କରିବେ ।
  • ଏହାବାଦ ICSE ଦଶମ ରେଜଲ୍ଟକୁ ଓପନ କରିବେ । ଯଦି ଦ୍ବାଦଶ ଶ୍ରେଶୀ ତେବେ ଦ୍ବାଦଶ ରେଜଲ୍ଟ ୱିଣ୍ଡୋକୁ ଖୋଲିବେ ।
  • ପରୀକ୍ଷାର୍ଥୀ ତାଙ୍କ ଇଣ୍ଡେକ୍ସ ନମ୍ବର, udi ଓ କୋଡ ଦେଇ show result ଉପରେ କ୍ଲିକ କରିବେ ।
  • ଏହା ପରେ ସ୍କ୍ରିନରେ ରେଜଲ୍ଟ ଦେଖିପାରିବେ । ଏହା ସହ ତାହାକୁ ଡାଉନଲୋଡ ମଧ୍ୟ କରିପାରିବେ ।

ପରୀକ୍ଷା ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଖରେ ଯାଞ୍ଚ ପାଇଁ 60 ଦିନ ସମୟ ରହିଛି । ଫଳ ପ୍ରକାଶ ପାଇବାର 7 ଦିନ ଭିତରେ ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ । ଏହାପରେ 60 ଦିନ ଯାଏ ସିଆଇଏସସିଇ ଉତ୍ତରଖାତାକୁ ପାଖରେ ରଖିଥାଏ । ଫଳାଫଳ ଘୋଷଣା ହେବା ପରେ cisce isc, icse କମ୍ପାଟମେଣ୍ଟ ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ହେବ । ଏନେଇ ଏକ ପଞ୍ଜୀକରଣ ୱିଣ୍ଡୋ ଖୋଲିବ । cisce କମ୍ପାଟମେଣ୍ଟ ପରୀକ୍ଷା ଆସନ୍ତା ମାସ ଅର୍ଥାତ ଜୁନରେ ହେବା ନେଇ ସମ୍ଭାବନା ରହିଛି । ଏହାର ଫଳାଫଳ ଜୁଲାଇରେ ବାହାରିବ । ଫଳାଫଳକୁ ନେଇ କୌଣସି ସନ୍ଦେହ ହେଲେ 1800-267-1760 ମଧ୍ୟ ଯୋଗାଯୋଗ କରିପାରିବେ ଛାତ୍ରଛାତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.