ETV Bharat / bharat

RJD ଆଡକୁ ଢଳିବା ସଂକେତ ଦେଲେ ଚିରାଗ - ଚିରାଗ ପାଶୱାନ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ରାମବିଳାଶ ପାଶୱାନଙ୍କ ପରଲୋକ ପରେ ଲୋକ ଜନଶକ୍ତି ପାର୍ଟିରେ ଦେଖା ଦେଇଛି ବିଦ୍ରୋହ । ଆଜି ଆରଜେଡି ଆଡକୁ ଢଳିବା ସଂକେତ ଦେଇଛନ୍ତି ଏଲଜେପି ନେତା ଚିରାଗ ପାଶୱାନ । କହିଲେ ପିତା ରାମବିଳାସ ପାଶୱାନ ଓ ଲାଲୁ ଯାଦବ ଥିଲେ ଘନିଷ୍ଠ ବନ୍ଧୁ । ତେଜସ୍ବୀ ଯାଦବ ଓ ମୋ ମଧ୍ୟରେ ରହିଛି ବନ୍ଧୁତା ବୋଲି ଚିରାଗ କହିଛନ୍ତି । ଅଧିକ ପଢନ୍ତୁ...

Chirag Paswan
RJD ଆଡକୁ ଢଳିବା ସଂକେତ ଦେଲେ ଚିରାଗ,କହିଲେ ରାମବିଳାସ ପାଶୱାନ ଓ ଲାଲୁ ଯାଦବ ଥିଲେ ଘନିଷ୍ଠ ବନ୍ଧୁ
author img

By

Published : Jun 26, 2021, 9:44 PM IST

Updated : Jun 27, 2021, 10:32 AM IST

ନୂଆଦିଲ୍ଲୀ: ଏଲଜେପିରେ ବିଦ୍ରୋହ ପରେ ଚିରାଗ ପାଶୱାନଙ୍କ ଆଗାମୀ ରାଜନୈତିକ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର । ଏହି ପରିପ୍ରେକ୍ଷୀରେ ଆରଜେଡି ଆଡକୁ ଢଳିବା ସଂକେତ ଦେଇଛନ୍ତି ଏଲଜେପି ନେତା ଚିରାଗ ପାଶୱାନ । କହିଲେ ପିତା ରାମବିଳାସ ପାଶୱାନ ଓ ଲାଲୁ ଯାଦବ ଥିଲେ ଘନିଷ୍ଠ ବନ୍ଧୁ । ତେଜସ୍ବୀ ଯାଦବ ଓ ମୋ ମଧ୍ୟରେ ବନ୍ଧୁତା ରହିଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ରାମବିଳାଶ ପାଶୱାନଙ୍କ ପରଲୋକ ପରେ ଲୋକ ଜନଶକ୍ତି ପାର୍ଟିରେ ଦେଖା ଦେଇଛି ବିଦ୍ରୋହ । ଦଳର ନେତୃତ୍ବ ନେବା ପାଇଁ ଆରମ୍ଭ ହୋଇଯାଇଛି ବିଦ୍ରୋହ । ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଠାରୁ ଏଲଜେପି ସାଂସଦ ତଥା ଦାଦା ପଶୁପତି ପାରସ ଅଧ୍ୟକ୍ଷ ପଦ ଛଡାଇ ନେଇ ନିଜେ ହୋଇଛନ୍ତି ଦଳର ଅଧ୍ୟକ୍ଷ । ଲୋକ ଜନଶକ୍ତି ପାର୍ଟୀର ଅଧ୍ୟକ୍ଷ ଚିରାଗ ପାଶୱାନଙ୍କୁ ଲୋକସଭାରେ ଦଳର ନେତା ପଦରୁ ବରଖାସ୍ତ କରି ଦାଦା ପଶୁପତି ପାରସ ବର୍ତମାନ ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି ।

ବର୍ତ୍ତମାନ ଦଳର 5 ଜଣ ସାଂସଦ ପଶୁପତି ପାରସକୁ ସମର୍ଥନ କରିଛନ୍ତି । ଏହା ପରେ ଚିରାଗ ପାଶୱାନ ଦଳରେ ଏକାକି ହୋଇଯାଇଛନ୍ତି । ବର୍ତ୍ତମାନ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶନିବାର) ଚିରାଗ ପାଶୱାନ ନିଜର ଆଗାମୀ ରାଜନୈତିକ ପଦକ୍ଷେପ ନେଇ ସଂକେତ ଦେଇଛନ୍ତି । ଭବିଷ୍ୟତରେ ଏଲଜେପି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମେଣ୍ଟ ନେଇ ସୂଚନା ଦେଇଛନ୍ତି ।

ଚିରାଗ ପାଶୱାନ ଗଣମାଧ୍ୟମକୁ କହିଛନ୍ତି ଯେ ମୋ ପିତା ତଥା ସ୍ବର୍ଗୀୟ ରାମବିଳାଶ ପାଶୱାନ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଘନିଷ୍ଠ ବନ୍ଧୁ ଥିଲେ । ଆରଜେଡି ନେତା ତେଜସ୍ବୀ ଯାଦବ ଓ ମୁଁ ଛୋଟବେଳୁ ସାଙ୍ଗ ଓ ଆମ ମଧ୍ୟରେ ଭଲ ବନ୍ଧୁତା ରହିଛି । ତେଜସ୍ବୀ ଯାଦବ ମୋର ଛୋଟ ଭାଇ ଭଳି ବୋଲି ଚିରାଗ ପାଶୱାନ କହିଛନ୍ତି । ଆଗାମୀ ଦିନରେ ବିହାରରେ ନିର୍ବାଚନ ସମୟ ଆସିଲେ ମେଣ୍ଟ ନେଇ ଦଳରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ସେପଟେ ପୂର୍ବରୁ ମଧ୍ୟ ଆରଜେଡି ନେତା ତେଜସ୍ବୀ ଯାଦବ ଚିରାଗ ପାଶୱାନଙ୍କୁ ଆମନ୍ତ୍ରଣ କରିଛନ୍ତି । ବିହାରରେ ନୀତିଶ କୁମାରଙ୍କ ଶାସନ ଗାଦିରୁ ହଟାଇବା ପାଇଁ ଏକତ୍ର ହୋଇ ଲଢିବା ପାଇଁ ନିବେଦନ କରିଥିଲେ ।

ସେହିପରି ବିଜେପିକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ଚିରାଗ ପାଶୱାନ । ମୁଁ ବିଜେପି ସହିତ ସବୁବେଳେ ଥିଲି । ଯେତେବେଳେ କି ଏନଆରସି, ସିଏଏକୁ ନୀତିଶ କୁମାର ସମର୍ଥନ କରି ନଥିଲେ ସେତେବେଳେ ଆମେ ସମର୍ଥନ କରିଥିଲୁ। ବର୍ତ୍ତମାନ ବିଜେପି ନିଷ୍ପତ୍ତି ନେଉ, ଦଳ ନୀତିଶ କୁମାର ସହିତ ରହିବ ନାଁ ଚିରାଗ ପାଶ୍ବୱାନ ସହିତ ରହିବ ବୋଲି ଚିରାଗ କହିଛନ୍ତି ।

ସୂଚନାଥାଉକି, ବିହାର ବିଧାନସଭା ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟୀ (ଏଲଜେପି) ଜେଡିୟୁର ସିଟ ସଂଖ୍ୟା ହ୍ରାସ ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ନିର୍ବାଚନରେ ମେଣ୍ଟରେ ନ ରହି ବିଜେପିକୁ ନିଜର ବଡ ଭାଇ କହି ଭୋଟ ମାଗିଥିଲା ଏଲଜେପି । ନିର୍ବାଚନରେ ଜେଡିୟୁର ସିଟ ହ୍ରାସର ଏକ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଥିଲା ଏଲଜେପି । ଯାହାକୁ ନେଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରମ୍ଭ କରିଛନ୍ତି ପ୍ରତିଶୋଧ ରାଜନୀତି । ଯେନତେନ ପ୍ରକାରେ ଏଲଜେପିରେ ଆରମ୍ଭ କରିଛନ୍ତି ବିଦ୍ରୋହ ।

Last Updated : Jun 27, 2021, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.