ETV Bharat / bharat

ବାପାଙ୍କୁ ମିଳିଥିବା ବଙ୍ଗଳାରୁ ବାହାରିଲେ ଚିରାଗ ପାଶୱାନ

author img

By

Published : Mar 31, 2022, 10:17 AM IST

ବାପାଙ୍କୁ ମିଳିଥିବା ସରକାରୀ ବଙ୍ଗଳାରୁ ବାହାରିଲେ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ । ଅଧିକ ପଢନ୍ତୁ

ବାପାଙ୍କୁ ମିଳିଥିବା ବଙ୍ଗଳାରୁ ବାହାରିଲେ ଚିରାଗ ପାଶୱାନ
ବାପାଙ୍କୁ ମିଳିଥିବା ବଙ୍ଗଳାରୁ ବାହାରିଲେ ଚିରାଗ ପାଶୱାନ

ନୂଆଦିଲ୍ଲୀ: ବାପାଙ୍କୁ ମିଳିଥିବା ସରକାରୀ ବଙ୍ଗଳାରୁ ବାହାରିଲେ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ(Chirag Paswan evicted from bungalow allotted to his late father) । ବୁଧବାର ସେ ଦିଲ୍ଲୀ ଜନପଥ ସ୍ଥିତ ସରକାରୀ ବଙ୍ଗଳା ଛାଡିଛନ୍ତି । କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ତାଙ୍କ ଦିବଙ୍ଗତ ପିତା ରାମବିଳାସ ପାଶୱାନଙ୍କୁ ଏହି ସରକାରୀ ବଙ୍ଗଳା ମିଳିଥିଲା । ୨୦୨୦ ଅକ୍ଟୋବରରେ ରାମବିଳାସ ପାଶୱାନଙ୍କ ନିଧନ ହୋଇଯାଇଥିଲା । ଏହାପରେ ଗତବର୍ଷ Directorate of Estates ପକ୍ଷରୁ ଚିରାଗଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା । ଏନେଇ ବାରମ୍ବାର ଅବଗତ କରାଯିବା ପରେ ମଧ୍ୟ ଏଥିପ୍ରତି ଚିରାଗ ଧ୍ୟାନ ଦେଇନଥିଲେ । ଶେଷରେ ବୁଧବାର ତାଙ୍କୁ ବଙ୍ଗଳା ଖାଲି କରିବାକୁ ପଡିଛି ।

ରାମବିଳାସ ପାଶୱାନ ଉଭୟ UPA ଓ NDA ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ ଏବଂ ଜନପଥ ସ୍ଥିତ ଏହି ବଙ୍ଗଳାରେ ଦୀର୍ଘ ବର୍ଷ ଧରି ରହିଥିଲେ । ବଙ୍ଗଳାଟି ଲୋକ ଜନଶକ୍ତି ପାର୍ଟି(LJP)ର ରାଜନୈତିକ କାର୍ଯ୍ୟକଳାପର ହବ୍ ପାଲଟିଥିଲା । ଏଠାରେ ରାମବିଳାସ ନିୟମିତ ଭାବେ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ରାମବିଳାସ ପାଶୱାନଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ବଙ୍ଗଳା ସାମ୍ନା ଗେଟ୍ ନିକଟରେ ରହିଥିଲା । ୨୦୨୦ରେ ରାମବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଗତବର୍ଷ ଅଗଷ୍ଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏହି ବଙ୍ଗଳାଟି ଆବଣ୍ଟନ କରାଯାଇଥିଲା । ଏପରିକି ପୂର୍ବରୁ ଚିରାଗ ପାଶୱାନଙ୍କୁ ମଧ୍ୟ ସାଂସଦଙ୍କ ପାଇଁ ସଂରକ୍ଷିତ ବଙ୍ଗଳା ବଣ୍ଟନ କରାଯାଇଥିଲା । ଏହାସତ୍ତ୍ବେ ସେ ଜନପଥ ସ୍ଥିତ ବଙ୍ଗଳା ବ୍ୟବହାର କରୁଥିଲେ । ବୁଧବାର ଚିରାଗ ବଙ୍ଗଳା ଖାଲି କରିଛନ୍ତି ଏବଂ ବଙ୍ଗଳାରୁ ଏକ ଆସବାବପତ୍ର ବୋଝେଇ ଟ୍ରକ ବାହାରିଥିବାର ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.