ETV Bharat / bharat

ସେନା ପ୍ରବକ୍ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, କହିଲେ ଭାରତ ସୀମାରେ ଚୀନ ଜନବସତି ଖବର ମିଥ୍ୟା - ଭାରତୀୟ ଅଞ୍ଚଳରେ ଚୀନ ପ୍ରବେଶ ପ୍ରସଙ୍ଗ

ଭାରତୀୟ ସୀମାର ଅରୁଣାଞ୍ଚଳ ପ୍ରଦେଶରେ ଚୀନ ଗ୍ରାମ ବସତି ସ୍ଥାପନ କରିବା ଚର୍ଚ୍ଚାରେ ସ୍ପଷ୍ଟିକରଣ ରଖିଛି ଭାରତୀୟ ସେନା । ଅଧିକ ପଢନ୍ତୁ ...

indian-territory
ଇଟିଭି ଭାରତକୁ ସେନା ପ୍ରବକ୍ତାଙ୍କ ସ୍ବତନ୍ତ୍ର ସାକ୍ଷାତକାର, କହିଲେ ଭାରତୀୟ ସୀମାରେ ଚୀନ ଜନ ବସତି ନିର୍ମାଣ ଖବର ମିଥ୍ୟା
author img

By

Published : Jan 20, 2021, 6:29 AM IST

ନୂଆଦିଲ୍ଲୀ: ଭାରତୀୟ ସୀମାର ଅରୁଣାଞ୍ଚଳ ପ୍ରଦେଶରେ ଚୀନ ଗ୍ରାମ ବସତି ସ୍ଥାପନ କରିବା ଚର୍ଚ୍ଚାରେ ସ୍ପଷ୍ଟିକରଣ ରଖିଛି ଭାରତୀୟ ସେନା । ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟ କର୍ଣ୍ଣର ଏଚ୍ ପାଣ୍ଡି ଇଟିଭି ଭାରତକୁ ପ୍ରତିକ୍ରିୟା କହିଛନ୍ତି ଯେଉଁ ଖବର ପ୍ରଚାରିତ ହେବାରେ ଲାଗିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଇନାର ଗ୍ରାମ ନିର୍ମାଣ ପ୍ରସଙ୍ଗ ସତ କିନ୍ତୁ ଏହା ଭାରତୀୟ ଅଞ୍ଚଳରେ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଲେଫ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡି ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତକୁ ସେନା ପ୍ରବକ୍ତାଙ୍କ ସ୍ବତନ୍ତ୍ର ସାକ୍ଷାତକାର, କହିଲେ ଭାରତୀୟ ସୀମାରେ ଚୀନ ଜନ ବସତି ନିର୍ମାଣ ଖବର ମିଥ୍ୟା

ସେହି ଗ୍ରାମଗୁଡିକ 1959 ପରଠାରୁ ଚୀନ ଦ୍ବାରା ଅଧିକୃତ ହୋଇଛି । ଏହା ଭାରତୀୟ ମାନଚିତ୍ରରେ ଅଛି କିନ୍ତୁ ପାକ ଅଧିକୃତ କାଶ୍ମୀର ପରି ଭାରତୀୟ ସେନାର ଅଧିକାରରେ ନାହିଁ ।

ସେହି ଗ୍ରାମଗୁଡିକ "ଜିଆକଙ୍ଗ ଭିଲେଜ୍" ଭାବରେ ଜଣାଶୁଣା ଯାହା ଚୀନ୍ ରଣନୀତି ଅନୁସାରେ ସ୍ଥାପନ ହୋଇଥିବା ଜଣା ପଡିଛି । ଚାଇନିଜ୍ ପାର୍ଶ୍ବରେ ଓ ଏଲଏସି ପାର୍ଶ୍ବରେ ଏପରି ଅନେକ ଗ୍ରାମ ଅଛି, ସେମାନେ ମାନଚିତ୍ରରେ ଭାରତୀୟ ଟେରିଟୋରୀ ଭିତରେ ଥିବା ପରି ଦେଖାଯାଏ । କାହିଁକି ନାଁ ଭାରତ ତାକୁ ନିଜ ଅଞ୍ଚଳ ବୋଲି ଦାବି କରି ଆସୁଛି । କିନ୍ତୁ 1959 ପରଠାରୁ ସେହି ଅଞ୍ଚଳଗୁଡିକ ଚାଇନାର ନିୟନ୍ତ୍ରଣରେ ଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.