ETV Bharat / bharat

ବେଜିଂ ଅଲିମ୍ପିକ୍ସରେ ଚୀନର ବଡ ଷଡଯନ୍ତ୍ର, ଭାରତରେ ବଢୁଛି ପ୍ରତିକ୍ରିୟା - ଅଲମ୍ପିକ୍ସ ମଶାଲ ବିବାଦ

ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ମଶାଲ ରାଲି ଧରିଲେ ଗାଲୱାନ ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ ପିଏଲଏର ଜଣେ କମାଣ୍ଡର । ଭାରତରେ ବଢୁଛି ପ୍ରତିକ୍ରିୟା । ଅଧିକ ପଢନ୍ତୁ

ଗଲଓ୍ବାନ ସଂଘର୍ଷରେ ଆହତ ଚୀନ ସୈନିକଙ୍କ ହାତରେ ଶୀତକାଳୀନ ଅଲିମ୍ପିକ ମଶାଲ ରିଲେ, ଭାରତରେ ବଢୁଛି ପ୍ରତିକ୍ରିୟା

author img

By

Published : Feb 2, 2022, 10:51 PM IST

Updated : Feb 2, 2022, 10:57 PM IST

ନୂଆଦିଲ୍ଲୀ: ଚୀନର ରାଜଧାନୀ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏକ ଷଡଯନ୍ତ୍ର ଆରମ୍ଭ କରିଛି ଚୀନ । ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ଚୀନ କେବଳ ସାମରିକ କିମ୍ବା କୂଟନୈତିକ ସ୍ତରରେ ସୀମିତ ରଖିନାହିଁ ବରଂ କ୍ରୀଡା ମୈଦାନରେ ମଧ୍ୟ ଏହି ବିବାଦକୁ ରୂପ ଦେବାକୁ ଯାଉଛି । ଆଜି ସେମିତି କିଛି ଦୃଶ୍ୟ ସାମ୍ନାକୁ ଆସିବା ପରେ ଭାରତରେ ମଧ୍ୟ ତାର ପ୍ରତିକ୍ରିୟା ଆରମ୍ଭ ହୋଇଯାଇଛି ।

ଆଜି (ବୁଧବାର) ଚୀନ ସେନା (PLA) ରେ ଜଣେ କାର୍ଯ୍ୟରତ କମାଣ୍ଡର ଶୀତକାଳୀନ ଅଲମ୍ପିକ୍ସର ବ୍ୟବହାର ହେବାକୁ ଥିବା ମଶାଲ ରାଲି ହାତରେ ଧରି ଏହାକୁ ପ୍ରଦର୍ଶିତ କରୁଥିବାର ଏକ ଦୃଶ୍ୟ ସାମ୍ନାକୁୁ ଆସିଛି । ଚୀନ କମାଣ୍ଡର କର୍ଣ୍ଣେଲ କାଇ ଫାବାଓ ଏହି ମଶାଲ ସହ ନଜର ଆସିଛନ୍ତି, ଯିଏକି ଭାରତ-ଚୀନ ସେନା ମଧ୍ୟରେ ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଚର୍ଚ୍ଚା ହୋଇଛି ।

ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଏକାଧିକ ବୈଠକ ସରିଥିବା ବେଳେ ଉଭୟ ପକ୍ଷରୁ ପ୍ରକ୍ରିୟା ମଧ୍ୟ ଜାରିରହିଛି । ଏପରି ସ୍ଥଳେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଆହତ ଜଣେ କମାଣ୍ଡରଙ୍କ ହାତରେ ମଶାଲ ରିଲେ ମାଧ୍ୟମରେ ଭାରତକୁ ନିନ୍ଦା କରିବାକୁ ଚୀନ ପ୍ରୟାସ କରୁଥିବା ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2022, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.