ETV Bharat / bharat

ଭାରତୀୟ ସୀମା ନିକଟରେ ଚୀନ ନିର୍ମାଣ କରିଛି Mobile Towers, ଲଦାଖ କାଉନସିଲରଙ୍କ ଉଦବେଗ

author img

By

Published : Apr 17, 2022, 8:46 PM IST

ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଚୀନ ନିର୍ମାଣ କଲାଣି 3 ମୋବାଇଲ ଟାଓ୍ବାର । ଏପରି ଦାବି କରିବା ସହ ଭାରତର ସୁରକ୍ଷା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ଲଦାଖର ଜଣେ କାଉନସିଲର । ଅଧିକ ପଢନ୍ତୁ

ଭାରତୀୟ ସୀମା ନିକଟରେ ଚୀନ ନିର୍ମାଣ କରୁଛି ମୋବାଇଲ ଟାଓ୍ବାର

ଶ୍ରୀନଗର: ଭାରତ-ଚୀନ ସୀମା LAC ନିକଟବର୍ତ୍ତୀ ଅଞ୍ଚଳରେ ଡ୍ରାଗନ ଗୋଟିଏ ପରେ ଗୋଟିଏ ଭିତ୍ତିଭୂମି ସଜାଡିବାରେ ଲାଗିଛି । LAC ନିକଟବର୍ତ୍ତୀ ଅଞ୍ଚଳରେ ଏକାଧିକ ମୋବାଇଲ ଟାଓ୍ବାର ଚୀନ ନିର୍ମାଣ କରିଥିବା ଦାବି କରିଛନ୍ତି ଲଦାଖର ଜଣେ କାଉନସିଲର । ଲଦାଖର ଚୁସୁଲ କାଉନସିଲର କୋନଚୋକ ଷ୍ଟାନଜିନ ଏନେଇ ଆପତ୍ତି ଉଠାଇବା ସହ ଚୀନ ନିର୍ମାଣର କିଛି ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ।

  • After completing the bridge over Pangong lake, China has installed 3 mobile towers near China's hot spring very close to the Indian territory. Isn't it a concern? We don't even have 4G facilities in human habitation villages. 11 villages in my constituency have no 4G facilities. pic.twitter.com/4AhP4TYVNY

    — Konchok Stanzin (@kstanzinladakh) April 16, 2022 " class="align-text-top noRightClick twitterSection" data=" ">

ଷ୍ଟାନଜିନ ଟ୍ବିଟରରେ ଏହା ମଧ୍ୟ ଲେଖିଛନ୍ତି, ପୋଙ୍ଗୟାଙ୍କ ହ୍ରଦ ଉପରେ ପୋଲ ନିର୍ମାଣ ଶେଷ କରିବା ପରେ ଚୀନ ଟେଲି ଯୋଗାଯୋଗ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଉକ୍ତ ଅଞ୍ଚଳରେ ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଛି । ଏହି ନିର୍ମାଣସ୍ଥଳ ଭାରତୀୟ ସୀମାର ଖୁବ ନିକଟବର୍ତ୍ତୀ ବୋଲି ଦର୍ଶାଇ ଭାରତୀୟ ଅଞ୍ଚଳର ନିରାପତ୍ତା ନେଇ ଉଦେବେଗ ମଧ୍ୟ ପ୍ରକାଶ କରିଛନ୍ତି ।

ଚୀନର ଏପରି କାର୍ଯ୍ୟକଳାପ ଭାରତ ଉପରେ ପ୍ରଭାବ ପକାଇବାରେ । ଭାରତୀୟ ସୀମାରେ ଚୀନ ନଜର ରଖିବା ସହ ଡ୍ରୋନ ଅପରେସନ କରିବାରେ ମଧ୍ୟ ଏହି ସବୁ ଭିତ୍ତିଭୂମିକୁ ବ୍ୟବହାର ମଧ୍ୟ କରିପାରେ । ଭାରତ ସରକାର ଏହାକୁ ଗୁରୁତ୍ବର ସହ ନେଇ କାଉଣ୍ଟର ରଣନୀତି ପ୍ରସ୍ତୁତ କରିବାକୁ ମଧ୍ୟ ନିବେଦନ କରିଛନ୍ତି କୋନଚୋକ ଷ୍ଟାନଜିନ । ଚୀନ ପ୍ରଥମେ ଏହି ସବୁ ଭିତ୍ତିଭୂମି ବିକଶିତ କରି ଜନବସତି ସ୍ଥାପନ କରିବ ଓ ଏହାକୁ ସାମରିକ କ୍ଷେତ୍ରରେ ବ୍ୟବହାର କରିବ । ଯାହା ଭାରତ ପାଇଁ ବଡ ସୁରକ୍ଷା ସମ୍ପର୍କିତ ଆହ୍ବାନ ଆଣିବାକୁ ଯାଉଥିବା କହିଛନ୍ତି ଷ୍ଟାନଜିନ ।

ଚଳିତ ମାସ ଫେବୃଆରୀରେ ମଧ୍ୟ ଚୀନର ପୋଙ୍ଗୟାଙ୍ଗ ହ୍ରଦ ଉପରେ ଏହି ପୋଲ ନିର୍ମାଣ ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଥିଲା । ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.ମୂରଲିଧରନ ଏହି ନିର୍ମାଣକୁ ସ୍ବୀକାର କରିବା ସହ ଚୀନ ୧୯୬୨ ମସିହାରେ ଭାରତ ଠାରୁ ବେଆଇନ ଭାବେ ଦଖଲ କରି ଜବର ଦଖଲରେ ରଖିଥିବା ଅଞ୍ଚଳରେ ଏହି ନିର୍ମାଣ କରୁଥିବା ମଧ୍ୟ ଗୃହକୁ ଅବଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.