ETV Bharat / bharat

ଶିଶୁଙ୍କୁ ଲାଗିବ ଟିକା, ଏମ୍ସରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ

ଏମ୍ସରେ ସ୍ବଦେଶୀ ଟିକା କୋଭାକ୍ସିନର ଟ୍ରାଏଲ ପାଇଁ ଆରମ୍ଭ ହୋଇଛି ଦୁଇ ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଯାଞ୍ଚ ପ୍ରକ୍ରିୟା । ଅଧିକ ପଢନ୍ତୁ...

author img

By

Published : Jun 7, 2021, 2:51 PM IST

ଶିଶୁଙ୍କୁ ଲାଗିବ ଟିକା, ଏମ୍ସରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ
ଶିଶୁଙ୍କୁ ଲାଗିବ ଟିକା, ଏମ୍ସରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଖୁବଶୀଘ୍ର ଦେଶରେ ଶିଶୁଙ୍କ ପାଇଁ ଟୀକାକରଣ ଆରମ୍ଭ ହେବାର ଆଶା କରାଯାଉଛି । ଏମ୍ସରେ ସ୍ବଦେଶୀ ଟିକା କୋଭାକ୍ସିନର ଟ୍ରାଏଲ ପାଇଁ ଆରମ୍ଭ ହୋଇଛି ଦୁଇ ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଯାଞ୍ଚ ପ୍ରକ୍ରିୟା ।

ପାଟନା ସ୍ଥିତ ଏମ୍ସରେ ଶିଶୁଙ୍କ ମଧ୍ୟରେ ଯାଞ୍ଚ ପାଇଁ ପରୀକ୍ଷାଣ ଆରମ୍ଭ ହୋଇଛି । ଭାରତ ବାୟୋଟେକର ଟିକା ଶିଶୁଙ୍କ ପାଇଁ ଠିକ କି ନୁହେଁ, ଜାଣିବାକୁ ଏହି ଟ୍ରାଏଲ ଆରମ୍ଭ କରାଯାଇଛି ।

ଯାଞ୍ଚ ରିପୋର୍ଟ ଆସିବା ପରେ ଶିଶୁଙ୍କୁ ଟିକା ଲଗାଯିବ । ଏହି ପରୀକ୍ଷଣ 525 ସୁସ୍ଥ ଶିଶୁଙ୍କ ଉପରେ କରାଯିବ ଯାହା ଆଧାରରେ ଶିଶୁଙ୍କୁ ଟିକାର 2ଟି ଡୋଜ ଦିଆଯିବ । ଏଥିରେ ପ୍ରଥମ ଡୋଜର 28 ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ ।

ଏମ୍ସ ସେଣ୍ଟର ଫର କମ୍ୟୁନିଟି ମେଡିସିନ ପ୍ରଫେସର ଡାକ୍ତର ସଞ୍ଜୟ ରାୱ କହିଛନ୍ତି କୋଭାକ୍ସିନ ପରୀକ୍ଷଣ ପାଇଁ ଶିଶୁଙ୍କ ଯାଞ୍ଚ ଆରମ୍ଭ କରିଦିଆଯାଇଛି । ଯାଞ୍ଚ ରିପୋର୍ଟ ଆସିବା ପରେ ଶିଶୁଙ୍କୁ ଟିକାର ଡୋଜ ଦିଆଯିବ ।

ଭାରତର ଔଷଧ ନିୟନ୍ତ୍ରକ କୋଭାକ୍ସିନକୁ ଦୁଇ ବର୍ଷର ଶିଶୁଙ୍କ ଠୁ ନେଇ 18 ବର୍ଷର କିଶୋର ପର୍ଯ୍ୟନ୍ତ ପରୀକ୍ଷଣ କରିବାର ମଞ୍ଜୁରୀ ମେ 12ରେ ଦିଆଯାଇଥିଲା । ଦେଶରେ ଟୀକାକରଣ ଅଭିଯାନରେ ବର୍ତ୍ତମାନ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.