ETV Bharat / bharat

ଶିଶୁଙ୍କ ଉଦ୍ଦେଶ୍ୟରେ ଚାଚାଙ୍କ ଜନ୍ମଦିନ, ସ୍ବାଧୀନତା ସଂଗ୍ରାମୀରୁ ଦେଶର ପ୍ରଧାନମନ୍ତ୍ରୀ - nehru birth anniversary

ସେ ଥିଲେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଆଜିର ଶିଶୁଙ୍କୁ ଆସନ୍ତାକାଲିର ଭବିଷ୍ୟତ ରୂପେ ଦେଖୁଥିଲେ ସେ । ତେଣୁ ଶିଶୁଙ୍କ ପ୍ରତି ବର୍ତ୍ତମାନଠୁ ଦାୟିତ୍ବବାନ ହେବାକୁ ପ୍ରେରଣା ଦେଇ ନିଜ ଜନ୍ମଦିନକୁ ଶିଶୁ ଦିବସ ଭାବେ ଘୋଷଣା କରିଥିଲେ । ସେବେଠୁ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ମନେପକାଇ ଦେଶବ୍ୟାପୀ ପାଳନ ହେଉଛି ଶିଶୁ ଦିବସ । ଅଧିକ ପଢନ୍ତୁ...

ଶିଶୁଙ୍କ ଉଦ୍ଦେଶ୍ୟରେ ଚାଚାଙ୍କ ଜନ୍ମଦିନ, ସ୍ବାଧୀନତା ସଂଗ୍ରାମୀରୁ ଦେଶର ପ୍ରଧାନମନ୍ତ୍ରୀ

author img

By

Published : Nov 14, 2021, 8:24 AM IST

ହାଇଦ୍ରାବାଦ: ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ଲୋକେ ଆଜିର ଦିନକୁ ବିଶେଷ ଭାବେ ଶିଶୁ ଦିବସ ଭାବେ ଜାଣିଥାନ୍ତି । କାରଣ ପଣ୍ଡିତ ଜବାହରଲାଲ ନେହେରୁ ବା ଚାଚା ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଚାଚା ମତ ରଖିଥିଲେ ।

ଆଜିର ଶିଶୁ, ଆସନ୍ତାକାଳିର ଭବିଷ୍ୟତ । ତେଣୁ ବର୍ତ୍ତମାନରୁ ଶିଶୁଙ୍କ ପ୍ରତି ଦାୟିତ୍ବବାନ ହେବାକୁ ଚାଚା ସନ୍ଦେଶ ଦେଇଥିଲେ । ସେବେଠାରୁ ଚାଚା ନେହେରୁଙ୍କ ଜନ୍ମଦିନକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ବିଶେଷ କରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳନ କରାଯାଏ । ଇତିହାସକୁ ମନେପକାଇ ସୁସମାଜ ଗଠନ ପାଇଁ ଶିଶୁଙ୍କୁ ଦାୟିତ୍ବବାନ ହେବା ଶିଖାଏ ଏହି ଦିବସ । ସେହିପରି ଏକ ସୁସ୍ଥ ସମାଜ ପାଇଁ ମଧ୍ୟ ବର୍ତ୍ତମାନଠୁ ଶିଶୁଙ୍କ ସୁରକ୍ଷା ମୂଳ ବୋଲି ବଡମାନଙ୍କୁ ସନ୍ଦେଶ ଦିଏ ଏହି ଦିନ ।

୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତର ପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତା ସ୍ବରୂପରାଣୀ । ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଖିଲେ । ଅଗଷ୍ଟ ୧୫ ୧୯୪୭ ରୁ ମେ' ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ବାପା ମୋତିଲାଲ ନେହେରୁ ତାଙ୍କ ପଢା ପାଇଁ ଘରେ ଏକାଧିକ ଦେଶୀ-ବିଦେଶୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୟୁରୋପୀୟ ଶିକ୍ଷକ ଟି ବ୍ରୁକ୍ସ । ତାଙ୍କ ଠାରୁ ନେହେରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ପ୍ରେରଣାରେ ଦର୍ଶନ, ବିଜ୍ଞାନ, ଇତିହାସ ଓ ସାହିତ୍ୟ ଆଦିରେ ମନଦେଇଥିଲେ ।

ପରେ ସେ ଲଣ୍ଡନର ହାରୋ ବିଦ୍ୟାଳୟ ଏବଂ କେମ୍ବ୍ରିଜର ଟ୍ରିନିଟି ମହାବିଦ୍ୟାଳୟରେ ପଢିଥିଲେ । ନେହେରୁ ଲଣ୍ଡନରେ ଆଇନ ପାଠ ମଧ୍ୟ ପଢିଥିଲେ । ସମୟକ୍ରମେ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ପରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହେରୁ । ସେ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ପଣ୍ଡିତ-ପଣ୍ଡିତ ବୋଲାଯାଏ ।

ତେବେ ଚାଚା ମଧ୍ୟ ବହୁ ପ୍ରେରଣାଦାୟୀ ପୁସ୍ତକ ଲେଖିଛନ୍ତି । ତାଙ୍କ ଦ୍ବାରା ରଚିତ ପୁସ୍ତକ ହେଉଛି 'ଦି ଡିସକଭରୀ ଅଫ୍ ଇଣ୍ଡିଆ', 'ଗ୍ଲିମ୍ପସେସ୍ ଅଫ୍ ୱାର୍ଲ୍ଡ ହିଷ୍ଟ୍ରୀ', 'ଲେଟର୍ସ ଫ୍ରମ୍ ଏ ଫାଦର ଟୁ ହିଜ୍ ଡଟର' ଏବଂ ତାଙ୍କ ଆତ୍ମଜୀବନୀ 'ଟୁୱାର୍ଡସ ଫ୍ରୀଡମ୍' ଇତ୍ୟାଦି । ୨୭ ମେ' ୧୯୬୪ ରେ ପଣ୍ଡିତ ନେହେରୁଙ୍କର ହୃଦଘାତରେ ଦେହାନ୍ତ ଘଟିଥିଲା । ତେବେ ଏ ମର୍ତ୍ତ୍ୟ ମଣ୍ଡଳରେ ଦେବେତାଙ୍କୁ ବି ଦେହତ୍ୟାଗ କରିବାକୁ ପଡିଛି । କିନ୍ତୁ କିମ୍ବଦନ୍ତୀ ପୁରୁଷ ତାଙ୍କ କୀର୍ତ୍ତିରାଜି ମାଧ୍ୟମରେ ସର୍ବଦା ମନେ ରହିବେ । ପୃଥିବୀ ଥିବା ପର୍ଯ୍ୟନ୍ତ ଚାଚାଙ୍କୁ ଶିଶୁ ଦିବସରେ ମନେ ପକାଇବ ଦେଶ ।

ପବିତ୍ର ଏହି ଶିଶୁ ଦିବସରେ ପ୍ରତିଟି ଶିଶୁଙ୍କୁ ଇଟିଭି ଭାରତ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଏବଂ ଚାଚା ନେହେରୁଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.