ETV Bharat / bharat

ଶିଶୁ ବିକ୍ରି ପାଇଁ ମୂଲଚାଲ କଲେ ଡାକ୍ତର, ଭିଡିଓ ଭାଇରାଲ

୪ ଲକ୍ଷ ଟଙ୍କାରେ ନବଜାତ ଶିଶୁ ବିକ୍ରିୟ ପାଇଁ ଡିଲ୍ କଲେ ଡାକ୍ତର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ଶିଶୁ ବିକ୍ରି ପାଇଁ ମୂଲଚାଲ କଲେ ଡାକ୍ତର
ଶିଶୁ ବିକ୍ରି ପାଇଁ ମୂଲଚାଲ କଲେ ଡାକ୍ତର
author img

By

Published : Jan 25, 2023, 6:55 AM IST

ଶିଶୁ ବିକ୍ରି ପାଇଁ ମୂଲଚାଲ କଲେ ଡାକ୍ତର

ପାଟନା: ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ରୂପ କୁହାଯାଏ । ହେଲେ ବିହାରରୁ ଏମିତି ଜଣେ ଡାକ୍ତରଙ୍କ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ । ଭିଡିଓରେ ସ୍ପଷ୍ଟ ଭାବେ ଶୁଣାଯାଉଛି, ଭଗବାନ ବୋଲାଉଥିବା ଜଣେ ଡାକ୍ତର କୌଣସି ନବଜାତ ଶିଶୁ ବିକ୍ରିୟ ପାଇଁ ଅନ୍ୟ ଜଣଙ୍କ ସହ ମୂଲଚାଲ କରୁଛନ୍ତି । ଏଥିପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ମାତ୍ର ସାମ୍ନା ଲୋକଟି କମ୍ ଟଙ୍କା ଦେଉଥିବାରୁ ସେ ଶିଶୁର ମୂଲ୍ୟ ୪ ଲକ୍ଷ ବୋଲି କହିଛନ୍ତି । ତେବେ ସେହି ନବଜାତକୁ କେଉଁଠାରୁ ଚୋରି କରାଯାଇ ଡାକ୍ତରଙ୍କ ଜରିଆରେ ବିକ୍ରି କରାଯାଉଥିବା ଭିଡିଓରୁ ଜଣାପଡୁଛି ।

ଭିଡିଓରେ ଦେଖାଯାଇଛି, ଜଣେ ବ୍ୟକ୍ତି ଚେୟାର ଉପରେ ବସିଛନ୍ତି । ତାଙ୍କର କଥାବାର୍ତ୍ତାରୁ ସେ ଜଣେ ଡାକ୍ତର ହୋଇଥିବା ଜଣା ପଡୁଛି । ସମ୍ପୃକ୍ତ ଡାକ୍ତର କାହା ସହ ଶିଶୁ ବ୍ରିକୟ ପାଇଁ ଡିଲ୍ କରୁଛନ୍ତି । ନବଜାତକ ବାବଦରେ ୪ ଲକ୍ଷ ଟଙ୍କା ମୂଲଚାଲ ହେଉଛି । ସାମ୍ନା ଲୋକଟି କମ୍ ଟଙ୍କା ଅଫର କରୁଥିବାରୁ ଡାକ୍ତର କୌଣସି ତୃତୀୟ ବ୍ୟକ୍ତିଙ୍କ ଆଡକୁ ଇସାରା କରି କହୁଛନ୍ତି ଯେ, ସେ ଟଙ୍କା କମ୍ କରିବାକୁ ଚାହୁଁନି । ଏହାପରେ ସାମ୍ନା ଲୋକ ଜଣକ ଶିଶୁର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରୁଛନ୍ତି ।

ଏହାଶୁଣି ଡାକ୍ତର ସଙ୍ଗେସଙ୍ଗେ ନିଜ ମୋବାଇଲରେ ନବଜାତକର ଫଟୋ ବାହାର କରି ତାଙ୍କୁ ଦେଖାଇ କହୁଛନ୍ତି, "ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଜନ୍ମ ସମୟରେ ତା'ର ଓଜନ ଅଢେଇ କେଜି ଥିଲା । ପିଲା ଅବସ୍ଥା ପୁରାପୁରି ସ୍ବାଭାବିକ ଅଛି । ଗତକାଲି ରାତିରେ ହିଁ ତା'ର ଜନ୍ମ ହୋଇଛି । ଏହି ଶିଶୁ ପାଇଁ ୪ ଲକ୍ଷ ଟଙ୍କା ଦେବାକୁ ହେବ ।" ଭିଡିଓଟି ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ବେତିଆ ଅଞ୍ଚଳର ଅଟେ । ଏଥିରେ ଦେଖାଯାଉଥିବା ଡାକ୍ତର ବେତିଆ ଅଞ୍ଚଳରେ ନୀତୁ ସର୍ଜିକାଲ କେୟାର ନାମକ ଏକ ଘରୋଇ କ୍ଲିନିକରେ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ତାଙ୍କର ନାମ ପ୍ରମୋଦ କୁମାର । ତେବେ ଏହାପୂର୍ବରୁ ମଧ୍ୟ ଡାକ୍ତର ପ୍ରମୋଦ ଜଣେ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ରହିଛି ।

ଏହି ଶିଶୁ ବିକ୍ରି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସେ ବେତିଆ ଏସପି ଓ ଡିଏମଙ୍କୁ ଚିଠି ଲେଖି ଭିଡିଓରେ ଦେଖାଯାଉଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.