ETV Bharat / bharat

ଚୋଟ ଖାଇବା ପରେ ସାପକୁ କାମୁଡି ମାରିଦେଲା ବାଳକ, ଅଜବ ବିଶ୍ବାସ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

author img

By

Published : Oct 30, 2022, 10:44 PM IST

ସାପ କାମୁଡିବା ପରେ ସାପକୁ ଧରି କାମୁଡିଲା ବାଳକ (child bites snake in jashpur)। ସାପ ମୃତ, ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲା ବାଳକ । ସ୍ଥାନୀୟ ଅଞ୍ଚଳରେ ରହିଛି ସାପ କାମୁଡିଲେ ସାପକୁ ଧରି କାମୁଡିବାର ଅଜବ ପରମ୍ପରା । ଅଧିକ ପଢନ୍ତୁ

ଚୋଟ ଖାଇବା ପରେ ସାପକୁ କାମୁଡି ମାରିଦେଲା ବାଳକ, ଅଜବ ବିଶ୍ବାସ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଚୋଟ ଖାଇବା ପରେ ସାପକୁ କାମୁଡି ମାରିଦେଲା ବାଳକ, ଅଜବ ବିଶ୍ବାସ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ରାୟପୁର: ସର୍ପାଘାତରେ ମଣିଷର ମୃତ୍ୟୁ ହେବା ଘଟଣା ପ୍ରାୟତଃ ସବୁଠି ଦେଖିବାକୁ ମିଳିଥାଏ (child bites snake in jashpur)। ତେବେ ଛତିଶଗଡରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଛତିଶଗଡ ଯଶପୁର ଅଞ୍ଚଳରେ ଏକ ବାଳକକୁ ସାପଟି କାମୁଡିବା ପରେ ବାଳକଟି କ୍ରୋଧିତ ହୋଇ ସାପଟିକୁ କାମୁଡି ଦେଇଥିବା ଦେଖିବାକୁ ମିଳିଥିଲା । ପରେ ସାପଟିର ମୃତ୍ୟୁ ହେବା ସହ ପିଲାଟିକୁ ପରିବାର ସଦସ୍ୟ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ପିଲାଟି ସୁସ୍ଥ ହୋଇ ଫେରିଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସାପ କାମୁଡିବା ପରେ ସାପକୁ କାମୁଡିଲା ବାଳକ: ବାଳକ ଜିବୀତ, ସାପ ମୃତ

କ’ଣ ଥିଲା ସମୂର୍ଣ୍ଣ ଘଟଣା :-

ଯଶପୁର ଜିଲ୍ଲାର ବଗିଚା ବିକାଶ ବ୍ଲକର ପାଣ୍ଡାରାପଥର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଗ୍ରାମବାସୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଦୀପକରାମ ନାମକ ଏହି 12 ବର୍ଷୀୟ ବାଳକଟି ନିଜ ଘର ନିକଟରେ ଭାଇ ଭଉଣୀଙ୍କ ସହ ଖେଳୁଥିଲା । ତେବେ କୌଣସି କାରଣବଶତଃ ସେଠାରେ ଏକ ନାଗ ସାପ ତାକୁ କାମୁଡି ଦେଇଥିଲା (child bites snake in jashpur)। ସାପ ଚୋଟ ଯନ୍ତ୍ରଣାରେ ଜର୍ଜରିତ ବାଳକଟି ମଧ୍ୟ ଉତ୍ତେଜିତ ହୋଇ ସାପଟିକୁ ଧରି କାମୁଡି ଦେଇଥିଲା । ତେବେ ସାପଟିର ସେହିଠାରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଏ ସମ୍ପର୍କରେ ଖବର ପାଇ ପରିବାର ସଦସ୍ୟ ବାଳକଟିକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ବାଳକଟି ସୁସ୍ଥ ହୋଇ ଘରକୁ ଫେରିଛି ।

ଯଶପୁରରେ ଏବେବି ପ୍ରଚଳିତ ଏହି ବିଚିତ୍ର ବିଶ୍ୱାସ:-

ତେବେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚଳିତ ଏକ ପରମ୍ପରା ବା ଯାହାକୁ ଆଧୁନିକ ଭାଷାରେ କହିଲେ ଅନ୍ଧ ବିଶ୍ବାସ ମଧ୍ୟ ରହିଥିବା କଥା ସାମ୍ନାକୁ ଆସିଛି । ସ୍ଥାନୀୟ ଜନଜାତିର ସମାଜରେ ପୂର୍ବରୁ ରହିଆସିଥିବା ବିଶ୍ବାସ ଅନୁସାରେ, ସାପ କାମୁଡିବା ପରେ ଉକ୍ତ ସାପକୁ ସମ୍ପୃକ୍ତ ବ୍ୟକ୍ତି ଧରି କାମୁଡିଲେ ସାପ ବିଷର କୌଣସି ପ୍ରଭାବ ପଡିବ ନାହିଁ । ପୂର୍ବରୁ ମଧ୍ୟ ସେଠାରେ କିଛି ସର୍ପାଘାତ ଘଟଣାରେ ଏପରି ହୋଇଥିବା ଉଦାହରଣ ରହିଛି । ଏବେ ଏପରି ଘଟଣା ଓ ଏହା ପଛରେ ରହିଥିବା ପୂରୁଣା ବିଶ୍ବାସ ସମ୍ପର୍କରେ ଜଣାପଡିବା ପରେ ଏହି ବିଚିତ୍ର ପରମ୍ପରା ଓ ବିଶ୍ବାସକୁ ନେଇ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.