ETV Bharat / bharat

ମହାରାଷ୍ଟ୍ରରେ ଲକଡାଉନ! ସନ୍ଧ୍ୟା 7ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ - କୋରୋନା ମହାମାରୀ

କୋରୋନା ମହାମାରୀ ବିସ୍ତାର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । କେତେକ ଅଞ୍ଚଳରେ ରାତିର କର୍ଫ୍ୟୁ ଆରମ୍ଭ କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସନ୍ଧ୍ୟା 7 ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଅଧିକ ପଢନ୍ତୁ..

ମହାରାଷ୍ଟ୍ରରେ ଲାଗିବ ଲକଡାଉନ!
ମହାରାଷ୍ଟ୍ରରେ ଲାଗିବ ଲକଡାଉନ!
author img

By

Published : Feb 21, 2021, 2:49 PM IST

ମୁମ୍ବାଇ: କୋରୋନା ମହାମାରୀ ବିସ୍ତାର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । କେତେକ ଅଞ୍ଚଳରେ ରାତିର କର୍ଫ୍ୟୁ ଆରମ୍ଭ କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସନ୍ଧ୍ୟା 7 ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ତେବେ ସମସ୍ତଙ୍କ ନଜର ଲକଡାଉନ ଓ କର୍ଫ୍ୟୁ ଉପରେ ରହିଛି । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ କୋରୋନା ବିସ୍ତାର କିଛି ମାତ୍ରାରେ କମିଯାଇଥିଲା। ସ୍ଥାନୀୟ ସେବା ମଧ୍ୟ ଫେବୃଆରୀ 1 ରୁ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜ୍ୟକୁ ମେଲ୍ ଟ୍ରେନ୍ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ନାଗରିକଙ୍କ ଦ୍ବାରା କୋରୋନା ସମ୍ବନ୍ଧୀୟ ନିୟମ ପାଳନ କରାଯାଉ ନ ଥିବାରୁ ରୋଗୀ ସଂଖ୍ୟା ପୁଣି ବଢିବାରେ ଲାଗିଛି।

ଗତ ଦୁଇ ଦିନ ମଧ୍ୟରେ ରୋଗୀ ଓ ମୃତ୍ୟୁ ସଂଖ୍ୟା ତୀବ୍ର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅମରାବତୀରେ ଦୁଇ ଦିନିଆ ଲକଡାଉନ୍ ସହ ପୁନେରେ ରାତ୍ରୀ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ରାଜ୍ୟର ମନ୍ତ୍ରୀ ବିଜୟ ଭଦବତୀୱର କହିଥିଲେ ଯେ ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଯୋଜନା କରୁଛନ୍ତି। ମୁମ୍ବାଇ ମେଏର କିଶୋରୀ ପେଡନେକର ଏହା ମଧ୍ୟ କହିଛନ୍ତି ଯେ ନାଗରିକମାନେ କୋରୋନା ନିୟମ ପାଳନ କରୁ ନ ଥିବାରୁ ମୁମ୍ବାଇରେ ରୋଗୀଙ୍କ ସଂଖ୍ୟା ବଢୁଛି।

ରାଜ୍ୟରେ 6281 ନୂତନ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ପୀଡିତଙ୍କ ସଂଖ୍ୟା 20 ଲକ୍ଷ 93 ​​ହଜାର 913 ରେ ପହଞ୍ଚିଛି। ଆଜି 40 ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ମୃତ୍ୟୁ ସଂଖ୍ୟା 51,753 ରେ ପହଞ୍ଚିଛି। ରାଜ୍ୟରେ ଆରୋଗ୍ୟ ହାର 95.16 ପ୍ରତିଶତ ଏବଂ ମୃତ୍ୟୁ ହାର 2.47 ପ୍ରତିଶତ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.