ETV Bharat / bharat

ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନକୁ କୋରୋନା - ଦିଲ୍ଲୀ ଏମ୍ସ

କୋରୋନା କବଳରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ । ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ଅଧିକ ପଢନ୍ତୁ...

ଛୋଟା ରାଜନକୁ କୋରୋନା
ଛୋଟା ରାଜନକୁ କୋରୋନା
author img

By

Published : Apr 27, 2021, 10:45 AM IST

ମୁମ୍ବାଇ: କୋରୋନା କବଳରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ । କୋରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି ରାଜେନ୍ଦ୍ର ନିକଲଜାଲିଆ ଛୋଟା ରାଜନ । ଏନେଇ ତିହାର ଜେଲ କର୍ତ୍ତୃପକ୍ଷ ସୋମବାର ଅଧିବେଶନ କୋର୍ଟକୁ ସୂଚନା ଦେଇଛନ୍ତି ।

61ବର୍ଷୀୟ ରାଜନକୁ 2015ରୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଛି । ମୁମ୍ବାଇରେ ରାଜନ ବିରୋଧରେ ବିଚାରାଧୀନ ଥିବା ସମସ୍ତ ଅପରାଧିକ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ସୋମବାର ତିହାର ଜେଲର ଜଣେ ସହକାରୀ ଜେଲର ଟେଲିଫୋନ୍ ଯୋଗେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ କୋରୋନାରେ ସଂକ୍ରମିତ ହୋଇଥିବା ନେଇ ଅଧିବେଶନ କୋର୍ଟକୁ ସୂଚନା ଦେଇଛନ୍ତି । ଏହା ପରେ ଛୋଟା ରାଜନକୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।

ରାଜନ ବିରୋଧରେ ପ୍ରାୟ 70ଟି ଅପରାଧିକ ମାମଲା ରହିଛି । 2018ରେ ସାମ୍ବାଦିକ ଜ୍ୟୋତିର୍ମୋ ଦେଙ୍କ ହତ୍ୟା ମାମଲାରେ ରାଜନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଗତ ସପ୍ତାହରେ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ 1993 ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ହନିଫ କାଦୱାଲାଙ୍କ ହତ୍ୟା ମାମଲାରେ ରାଜନ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.