ETV Bharat / bharat

World Record: 72 ଦିନର ଶିଶୁକନ୍ୟା ଶରଣ୍ୟାଙ୍କ ବିଶ୍ବ ରେକର୍ଡ, ନାଁରେ ଅଛି ସର୍ବାଧିକ ସରକାରୀ ଡକ୍ୟୁମେଣ୍ଟ୍‌ - କମ ବୟସରେ ବିଶ୍ବ ରେକର୍ଡ

ମଧ୍ୟପ୍ରଦେଶରେ 72 ଦିନର ଶିଶୁକନ୍ୟା ଶରଣ୍ୟାଙ୍କ ବିଶ୍ବ ରେକର୍ଡ୍‌ । ଏହି ଶିଶୁକନ୍ୟାଙ୍କ ନାଁରେ ରହିଛି ସର୍ବାଧିକ ସରକାରୀ ଡକ୍ୟୁମେଣ୍ଟ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 10, 2023, 10:29 PM IST

ଭୋପାଳ: ମଧ୍ୟପ୍ରଦେଶ ଛିନ୍ଦୱାରାର ୭୨ ଦିନର ଶିଶୁକନ୍ୟାଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଶିଶୁକନ୍ୟା ଶରଣ୍ୟା ସୂର୍ଯ୍ୟବଂଶୀ ଦୁନିଆ କଣ ଜାଣିନଥିବା ବେଳେ ନିଜ ନାଁରେ କରିଛନ୍ତି ବିଶ୍ବ ରେକର୍ଡ । ଶରଣ୍ୟାଙ୍କ ନାଁରେ ସାରା ବିଶ୍ବରେ ସର୍ବାଧିକ ସରକାରୀ ଦସ୍ତାବିଜ ଥିବା ଯୋଗୁଁ ସେ ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି । ତାଙ୍କ ନାଁରେ ସର୍ବାଧିକ ୩୩ଟି ସରକାରୀ ଡକ୍ୟୁମେଣ୍ଟ୍‌ ରହିଥିବା ଜଣାପଡ଼ିଛି ।

ଶରଣ୍ୟା ସୂର୍ଯ୍ୟବଂଶୀଙ୍କ ପିତାଙ୍କ ନାମ କେଶରୀ ନନ୍ଦନ ସୂର୍ଯ୍ୟବଂସୀ ଯିଏକି ଜଣେ ଡାକ ବିଭାଗର ଅଧିକାରୀ ଭାବେ ଚନ୍ଦନଗାଓଁ ସ୍ଥିତ ପୋଷ୍ଟ ଅଫିସରେ କାମ କରନ୍ତି । ତାଙ୍କ ଘରେ ଗତ ଜୁଲାଇ ୮ ତାରିଖରେ ଜନ୍ମ ନେଇଥିଲେ ଶରଣ୍ୟା । ତେବେ କୁନିଝିଅର ଜନ୍ମକୁ ସେ ସ୍ମରଣୀୟ କରିବାକୁ ଚାହୁଁଥିଲେ । ଏହି ସମୟରେ କୌଣସି ନ୍ୟୁଜ୍‌ ଚ୍ୟାନେଲରେ ଶିଶୁଙ୍କ ନାଁରେ ସର୍ବାଧିକ ସରକାରୀ ଡକ୍ୟୁମେଣ୍ଟ ଯୋଗୁଁ ବିଶ୍ବ ରେକର୍ଡ ଖବର ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ନିଜ ଶିଶୁକନ୍ୟା ନାଁରେ ସରକାରୀ ଡକ୍ୟୁମେଣ୍ଟ ତିଆରି କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କ ଝିଅକୁ ଏହି ସଫଳତା ମିଳିଥିବା ସେ କହିଛନ୍ତି ।

72 ଦିନର ଶିଶୁକନ୍ୟା ଶରଣ୍ୟାଙ୍କ ବିଶ୍ବ ରେକର୍ଡ

ଏହା ବି ପଢନ୍ତୁ- 26 ସେକେଣ୍ଡରେ ଗାନ୍ଧିଜୀଙ୍କ ଚିତ୍ର ଆଙ୍କି ବିଶ୍ବ ରେକର୍ଡ ହାତେଇଲେ ପଞ୍ଚମ ଶ୍ରେଣୀ ଛାତ୍ର

ପୂର୍ବରୁ ୨୮ଟି ଡକ୍ୟୁମେଣ୍ଟ ଥିବା ଜଣେ ଶିଶୁ ଏହି ରେକର୍ଡର ପ୍ରଥମ ସ୍ଥାନରେ ରହିଥିଲେ । ଏବେ ଏହି ଶୀର୍ଷ ନିଜ ନାଁରେ କରିଛନ୍ତି ମଧ୍ୟପ୍ରଦେଶ ଶିଶୁକନ୍ୟା ଶରଣ୍ୟା । ପ୍ରଥମେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ଆବେଦନ କରିବା ପରେ ୱାର୍ଲ୍ଡ ବୁକ ଅଫ ରେକର୍ଡରେ ଆବେଦନ କରିଥିଲେ । ଶରଣ୍ୟାଙ୍କ ଜେଜେବାପା ମଧ୍ୟ ଡାକ ବିଭାଗରେ କାମ କରୁଥିଲେ । ଶରଣ୍ୟାଙ୍କ ନାମରେ ବିଶ୍ବ ରେକର୍ଡ ହେବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏବେ ବନ୍ଧୁ ଓ ପରିଜନ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

ପରିବାର ସହ ଶିଶୁକନ୍ୟା ଶରଣ୍ୟା
ପରିବାର ସହ ଶିଶୁକନ୍ୟା ଶରଣ୍ୟା

ଏ ନେଇ ଶରଣ୍ୟାଙ୍କ ପିତା କେଶରୀ ନନ୍ଦନ କହିଛନ୍ତି, " ଶିଶୁଙ୍କ ଲାଗି ଅନେକ ସରକାରୀ ସୁବିଧା ରହିଛି । ହେଲେ ଲୋକେ ଏଥିପ୍ରତି ଅବଗତ ନୁହଁନ୍ତି । ଫଳରେ ସେମାନେ ଅନେକ ସୁବିଧାରୁ ବଞ୍ଚିତ ହୁଅନ୍ତି । ହେଲେ ଆମେ ଶରଣ୍ୟା ନାଁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲୁ । ଫଳରେ ଆମ ଶିଶୁକୁ ତାର ସୁବିଧା ମିଳିବା ସହିତ ଏହା ଏବେ ଫଳପ୍ରଦ ହୋଇଛି । "

ଏବେ ଶରଣ୍ୟା ନାମରେ ପାସପୋର୍ଟ, ଆଇଡି କାର୍ଡ, ଆଧାର କାର୍ଡ, ଇମ୍ୟୁନାଇଜେନ କାର୍ଡ, 'ଲାଡଲି ଲକ୍ଷ୍ମୀ' ସାର୍ଟିଫିକେଟ, ଜାତିଭିତ୍ତିକ ସାର୍ଟିଫିକେଟ, ଆବାସିକ ପ୍ରମାଣ ପତ୍ର, ଜାତୀୟ ସ୍ବାସ୍ଥ୍ୟ କାର୍ଡ, 'ସୁକନ୍ୟା ସମୃଦ୍ଧି' ଆକାଉଣ୍ଟ, ମହିଳା ସମ୍ମାନ ସେଭିଂ ପତ୍ର, ରାଷ୍ଟ୍ରୀୟ ସେଭିଂ ପତ୍ର, ଚାଷୀ ବିକାଶ ପତ୍ର, ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ, ପିଏନବି ଏଟିଏମ, ଲୋକ ଭବିଷ୍ୟ ନିଧି ଖାତା ଆଦି ମୋଟ ୩୩ଟି ସରକାରୀ ଡକ୍ୟୁମେଣ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.