ETV Bharat / bharat

୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ୧୪ବର୍ଷ ନାବାଳକ ଗିରଫ

author img

By

Published : Dec 15, 2022, 8:41 PM IST

୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ । ଛତିଶଗଡ଼ ରାୟପୁରରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ (Chhattisgarh Minor girl rape and murder case) । ୧୪ ବର୍ଷର ନାବାଳକକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ୧୪ବର୍ଷ ନାବାଳକ ଗିରଫ
୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ୧୪ବର୍ଷ ନାବାଳକ ଗିରଫ

ରାୟପୁର: ୮ବର୍ଷ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ । ଛତିଶଗଡ଼ ରାଜଧାନୀ ରାୟପୁରରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ (Chhattisgarh Minor girl rape and murder case) । ଅଭିଯୁକ୍ତ ୧୪ ବର୍ଷର ନାବାଳକ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ନାବାଳକ ପୀଡିତାର ପଡୋଶୀ ଥିବା ଗୁରୁବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ରାଜ୍ୟ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାର ଓ ପ୍ରଶାସନକୁ ଦାୟୀ କରିଛି ।

ଏ ନେଇ ରାୟପୁର ଏସଏସପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, " ଗତ ଡିସେମ୍ବର ସନ୍ଧ୍ୟା ୭ଟାରେ ୮ବର୍ଷର ନାବାଳିକାର ନିଖୋଜ ଖବର ଆସିଥିଲା । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ୫ଦିନ ପରେ ନାବାଳିକାର ମୃତଦେହ କଲୋନୀର ପଛ ପଟୁ ଏକ ନିର୍ଜନ ସ୍ଥାନରୁ ମିଳିଥିଲା । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ପୀଡିତା ରହୁଥିବା ବିଲ୍ଡିଂରେ ନାବାଳକ ରହୁଥିବା ଜଣାପଡ଼ିଛି । ନାବାଳକ ଜଣକ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।"

ଏହା ବି ପଢନ୍ତୁ- ଗ୍ୟାଙ୍ଗଷ୍ଟାର ମୁଖତର ଅନସାରୀକୁ ୧୦ବର୍ଷ ଜେଲ

ସେପଟେ ଏ ନେଇ ବିଜେପି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଘଟଣା ଲାଗି ସେମାନେ ରାଜ୍ୟ ସରକାର ଓ ପୋଲିସକୁ ଦାୟୀ କରିଛନ୍ତି । ବରିଷ୍ଠ ବିଜେପି ନେତା ସଞ୍ଜୀୟ ଶ୍ରୀବାସ୍ତବ ଏ ନେଇ କହିଛନ୍ତି, " ଏହି ଘଟଣାରେ ୮ବର୍ଷର ନାବାଳିକାର କଣ ଭୁଲ ? ସେ ଅକାଳରେ ତାର ଜୀବନ ହାରିଲା । ଏହି ଘଟଣା ଲାଗି ରାଜ୍ୟ ସରକାର ଓ ପ୍ରଶାସନ ଦାୟୀ । ସମସ୍ତ ରାଜ୍ୟ ଅପରାଧରେ ବୁଡି଼ ରହିଛି । ଛତିଶଗଡ଼ରେ କେହି ବି ସୁରକ୍ଷିତ ନାହାନ୍ତି । ରାଜ୍ୟରେ ସମସ୍ତ ଅପରାଧ ଘଟୁଛି ।" ପୋଲିସ ମଧ୍ୟ ଏପରି ଅପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ସେ ଅଭିଯୋଗ କରିଛନ୍ତି ।

ଶ୍ରୀବାସ୍ତବ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସରକାରରେ ଅଧିକ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଛି । ମାତ୍ର ଏପରି ସ୍ଥିତିରେ ରାଜ୍ୟ ଗୃହ ବିଭାଗ ଶୋଇ ରହିଛି । ରାଜ୍ୟରେ ଏପରି କାର୍ଯ୍ୟ କାହିଁକି ଘଟୁଛି ସେ ନେଇ ବିଭାଗ କେବେ ପ୍ରଶ୍ନ କରିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.