ETV Bharat / bharat

ଛତିଶଗଡ଼ରେ ଚାଞ୍ଚଲ୍ୟ, ୪ ଜଣଙ୍କୁ ନିର୍ମମ ହତ୍ୟା - ସ୍ତ୍ରୀ ଓ ତିନି ଝିଅକୁ ନିର୍ମମ ହତ୍ୟା

ଛତିଶଗଡରେ ଚାଞ୍ଚଲ୍ୟ। ସ୍ତ୍ରୀ ଓ ତିନି ଝିଅକୁ ନିର୍ମମ ହତ୍ୟା ପରେ ଫେରାର ହୋଇଗଲା ଅଭିଯୁକ୍ତ। ପୋଲିସର ତଦନ୍ତ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

Wife and daughters murdered in Janjgir Champa

author img

By

Published : Aug 3, 2023, 3:39 PM IST

ରାୟପୁର: ଛତିଶଗଡରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀ ଓ ତିନି ଝିଅକୁ ନିର୍ମମ ହତ୍ୟା । ନିଜ ପରିବାରକୁ ନିଜ ହାତରେ ନିପାତ କରିଦେଲା ମାନସିକ ବିକାରଗସ୍ତ ବ୍ୟକ୍ତି । ଛତିଶଗଡର ଜଞ୍ଜଗିର ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ହତ୍ୟାକାରୀ ଜଣଙ୍କ ଜଣେ ମାନସିକ ରୋଗୀ ହୋଇଥିବା ଜଣାପଡିଛି । ଜୁଲାଇ 31 ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ ଅଭିଯୁକ୍ତ ହେଉଛି ଦେଶରାଜ କଶ୍ୟପ । ୪ ମୃତକ ହେଉଛନ୍ତି ଅଭିଯୁକ୍ତର ସ୍ତ୍ରୀ ମୋଙ୍ଗ୍ରା ବାଇ, ତିନି ଝିଅ ପୂଜା, ପିହୁ ଓ ୟାଚାନା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନାବାଳିକା ହୋଇଥିବା ବେଳେ ଜଣେ ଶିଶୁ ହୋଇଥିବା ଜଣା ପଡ଼ିଛି ।

ପାନ୍ତୋରା ଥାନା ଅଞ୍ଚଳର ଚୌକି ଗ୍ରାମରେ ଏହି ଘଟଣ ଘଟିଛି । ନିଜ ପରିବାରକୁ ନିପାତ କରିବା ପରେ ଘରର କବାଟ ବାହର ପଟୁ ବନ୍ଦ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଦେଶରାଜ ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି । ସେ ଗତ 10 ବର୍ଷ ଧରି ସେ ବିଳାସପୁରରେ ଚିକିତ୍ସିତ ହେଉଥିଲା । ଜୁଲାଇ 31ରେ ସେ ତାଙ୍କ ଶଳାଙ୍କ ସହ ଚିକିତ୍ସା ପାଇଁ ବିଳାସପୁର ଯାଇଥିଲେ । ସେଠାରୁ ଫେରିବା ପରେ ସେ ସ୍ତ୍ରୀ ଓ ତିନି ଝିଅକୁ ହତ୍ୟା କରିଥିଲା ।

ଏହା ମଧ୍ୟ ପଢନ୍ତୁ-Delhi Crime: ବିବାହ ପ୍ରସ୍ତାବକୁ ମନାକଲା ପ୍ରେମିକା, ଲୁହା ରଡରେ ପିଟି ପିଟି ମାରିଦେଲା ପ୍ରେମିକ

ଏହା ଦେଖି ସ୍ଥାନୀୟ ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ବୁଧବାର ସରପଞ୍ଚ ପୋନ୍ତରା ପୋଲିସକୁ ପୁରା ଘଟଣା ସମ୍ପର୍କରେ କହିଥିଲେ । ପଡୋଶୀଙ୍କୁ ପଚରାଉଚରା ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ-Delhi Murder Case: ଓକିଲ ହେବାକୁ ଚାହୁଁଥିଲେ ସାକ୍ଷୀ, ଫାଶୀ ଦଣ୍ଡ ମାଗିଲା ପରିବାର; 2ଦିନ ତଳେ ହରିଦ୍ୱାରରୁ ଛୁରୀ କିଣିଥିଲା ସାହିଲ

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗ୍ରାମର ସରପଞ୍ଚ ଜଣଙ୍କ ଘରେ ମହିଳା ଓ ତାଙ୍କ ତିନି ଝିଅଙ୍କ ମୃତଦେହ ପଡ଼ିଥିବା ଆମକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ଗତ 10 ବର୍ଷ ହେଲା ମହିଳାଙ୍କ ସ୍ୱାମୀ ମାନସିକ ସ୍ତରରେ ଅସୁସ୍ଥ ଥିଲେ । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.