ETV Bharat / bharat

ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ଧାରଣା

author img

By

Published : Oct 5, 2021, 7:56 PM IST

ଲକ୍ଷ୍ମୀପୁର ଯିବା ପାଇଁ ଲକ୍ଷ୍ନୌର ଅମୌସି ଏୟାରପୋର୍ଟରେ ପହଞ୍ଚିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ । ଆଉ ଏହାରି ବିରୋଧରେ ବିମାନବନ୍ଦର ପରିସରରେ ହିଁ ଧାରାଣାରେ ବସିଯାଇଥିଲେ ମୁଖ୍ୟମନ୍ତ୍ରୀ ବାଘେଲ । ଅଧିକ ପଢନ୍ତୁ...

ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ଧାରଣା
ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ଧାରଣା

ଲକ୍ଷ୍ମୌ: ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ବିରୋଧୀଙ୍କ ହାଇଭୋଲଟେଜ ଡ୍ରାମା । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ବିରୋଧୀ ନେତାମାନେ ଲକ୍ଷ୍ମୀପୁର ଯିବା ପାଇଁ ନିଜ ଜିଦରେ ଅଡି ବସିଛନ୍ତି । ଏହାରି ମଧ୍ୟରେ ଲକ୍ଷ୍ମୀପୁର ଯିବା ପାଇଁ ଲକ୍ଷ୍ନୌର ଅମୌସି ଏୟାରପୋର୍ଟରେ ପହଞ୍ଚିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ । ଆଉ ଏହାରି ବିରୋଧରେ ବିମାନବନ୍ଦର ପରିସରରେ ହିଁ ଧାରଣାରେ ବସିଯାଇଥିଲେ ମୁଖ୍ୟମନ୍ତ୍ରୀ ବାଘେଲ ।

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିମାନବନ୍ଦର ପରିସର ଚଟାଣରେ ବସିଥିବା ଦେଖିବାକୁ ମିଳିଛି । ନିଜ ଲୋକଙ୍କୁ କାହିଁକି ଭେଟିପାରିବୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବାଘେଲ । ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୀତାପୁର ଯାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଭାବିଥିଲି ଯେ ଫେରିଆସିବି । କାରଣ ଲକ୍ଷ୍ମୀପୁରରେ ଧାରା ୧୪୪ ଲାଗିଛି । ଲକ୍ଷ୍ନୌରେ ବି ଧାରା ୧୪୪ ଲାଗିଥିବା ପ୍ରିୟଙ୍କା ଗାନ୍ଧୀ କହିଥିଲେ । ହେଲେ ପ୍ରଧାନମନ୍ତ୍ରୀ କିଭଳି କାର୍ଯ୍ୟକ୍ରମ କରୁଛନ୍ତି ଏହାର ଉତ୍ତର ମିଳିପାରିନଥିବା କହିଛନ୍ତି ବାଘେଲ ।

ଭୂପେଶ ବାଘେଲ କହିଛନ୍ତି ଯେ ହତ୍ୟାକାରୀମାନେ ଖୋଲାରେ ବୁଲୁଛନ୍ତି । ହେଲେ ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନଙ୍କୁ ଗିରଫ କରାଯାଇଛି। ମୁଁ ଏଠାରେ ଅଛି । ବୋଧହୁଏ ମୋତେ ମଧ୍ୟ ଗିରଫ କରିପାରେ । ଯେତେବେଳେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ କିଛି ନ କରି ମାମଲା ଦାୟର ହୋଇପାରିବ, ସେତେବେଳେ ମୋ ବିରୋଧରେ ମଧ୍ୟ ମାମଲା ହୋଇପାରେ, ଏଥିରେ କୌଣସି ସନ୍ଦେହ ନଥିବା କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ସେପଟେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣା ଏବେ ଧିରେ ଧିରେ ରାଜନୈତିକ ମୋଡ ନେବାରେ ଲାଗିଛି । ଏହାରି ମଧ୍ୟରେ ଗିରଫ ହୋଇଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ । ସୀତାପୁରରୁ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଖେରୀ ଯିବା ପାଇଁ ପ୍ରିୟଙ୍କାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ ।

ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କୁ ସୀତାପୁର ପିଏସସି ଗେଷ୍ଟହାଉସରେ ବର୍ତ୍ତମାନ ରଖାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଗେଷ୍ଟହାଉସକୁ ଅସ୍ଥାୟୀ ଜେଲ କରାଯାଇଛି । ତାଙ୍କ ବିରୋଧରେ ଧାରା ୧୫୧, ୧୦୭ ଓ ୧୬୬ ଆଧାରରେ ଲଗାଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.