ETV Bharat / bharat

ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର - Sardar Patel COVID centre will be operational

ଆସନ୍ତାକାଲି ଠାରୁ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଦିଲ୍ଲୀସ୍ଥିତ ଛତ୍ରପୁରର ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର । ସୂଚନା ଦେଲେ ଆଇଟିବିପି ଡିଜି । ଅଧିକ ପଢନ୍ତୁ....

ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ ସର୍ଦାର ପଟେଲ କୋଭିଡ କେୟାର ସେଣ୍ଟର

author img

By

Published : Apr 25, 2021, 10:09 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଦିଲ୍ଲୀସ୍ଥିତ ଛତ୍ରପୁରର ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର । ଆସନ୍ତାକାଲି ପୂର୍ବାହ୍ନ10 ଟାରୁ ଏହି କୋଭିଡ କେନ୍ଦ୍ରରେ ରୋଗୀ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛି ଆଇଟିବିପି ।

ତେବେ ଚଳିତଥର କୋଭିଡ କେନ୍ଦ୍ରରେ ସଂକ୍ରମିତଙ୍କ ଭର୍ତ୍ତିର ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସିଧାସଳଖ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇପାରିବ ନାହିଁ । କେବଳ ଯେଉଁ ସଂକ୍ରମିତଙ୍କୁ ଜିଲ୍ଲା ସର୍ଭିଲାନ୍ସ ଅଧିକାରୀ (ଡିଏସଓ)ଙ୍କ ଦ୍ବାରା ସ୍ଥାନାନ୍ତରିତ କରାଯିବ, ସେହିମାନଙ୍କୁ ହିଁ କ୍ୟାମ୍ପରେ ଭର୍ତ୍ତି କରାଯିବ । ଉକ୍ତ କ୍ୟାମ୍ପରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ସରଞ୍ଜାମ ସଠିକ ପରିମାଣରେ ଉପଲବ୍ଧ ଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଉଚ୍ଚଚାପ ଅକ୍ସିଜେନ, ଭେଣ୍ଟିଲେଟର ଏବଂ ଓ ଆବଶ୍ୟକୀୟ ଔଷଧ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ଥିବା ଆଇଟିବିପି ଡିଜି ଏସଏସ ଦେଶଓ୍ବାଲ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.