ETV Bharat / bharat

ଏକ ନିଆରା ସ୍ବର, ବିନା ବାଦକରେ ବାଜୁଛି ବଂଶୀ - narayanpur new flute

ବଂଶୀ ସ୍ବର ତ ଆପଣ ନିଶ୍ଚୟ ଶୁଣିଥିବେ। ପୂରାଣ ସହ ସୁରିଲା ବଂଶୀ ଜଡ଼ିତ। ଆଜି ଆପଣଙ୍କୁ ଏମିତି ଏକ ବଂଶୀ ବିଷୟରେ କହିବୁ ଯାହାକୁ କେହି ବଜାଇବା ଆବଶ୍ୟକ ନାହିଁ। ପବନରେ ଆପେ ଆପେ ବାଜୁଛି ଏହି ନିଆରା ବଂଶୀ। ଅଧିକ ପଢ଼ନ୍ତୁ..

ଏକ ନିଆରା ସ୍ବର, ପବନରେ ଆପେ ଆପେ ବାଜିବ ବଂଶୀ
ଏକ ନିଆରା ସ୍ବର, ପବନରେ ଆପେ ଆପେ ବାଜିବ ବଂଶୀ
author img

By

Published : Apr 14, 2021, 9:52 PM IST

ରାୟପୁର: ବଂଶୀ ସ୍ବର କାହାକୁ ବା ଭଲ ନଲାଗେ। ଆଜି ଏମିତି ଏକ ଯାଦୁଗରୀ ବଂଶୀ ବିଷୟରେ କହିବୁ ଯାହାକୁ ମଣିଷ ନୁହେଁ ବଜାଉଛି ପବନ। ଦିଲ୍ଲୀରୁ ଆରମ୍ଭ କରି ଦେଶ ବିଦେଶର ଲୋକେ ଏହି ବଂଶୀ ସ୍ବରର ଫ୍ୟାନ। ଇଟାଲୀ ଠୁ ଋଷିଆ ସଭିଙ୍କୁ ମତୁଆଲା କରିଛି ଏହି ଯାଦୁଗରୀ ବଂଶୀ। ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ, ଏହି ବଂଶୀ ତିଆରି ହେଉଛି କେଉଁଠି ? କିଏ ଏହାକୁ ତିଆରି କରୁଛି, ଆଉ ବଂଶୀକୁ କିଣୁଛି କିଏ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ରହିଛି ଛତିଶଗଡ଼ ବସ୍ତର ଜିଲ୍ଲାର ନାରାୟଣପୁର ଗାଁରେ। ଯେଉଁଠି ଆପଣ ଜାଣି ପାରିବେ ଏହି ଯାଦୁଗରୀ ବଂଶୀ ପଛର କାହାଣୀ ।

ଏକ ନିଆରା ସ୍ବର, ପବନରେ ଆପେ ଆପେ ବାଜିବ ବଂଶୀ

ନାରାୟଣପୁର ଗାଁର ପଣ୍ଡିରାମ ମଣ୍ଡାବୀ ଏହି ନିଆରା ବଂଶୀର ଜଣେ କାରିଗର ପିଲା ବେଳେ ସେ ତାଙ୍କ ମୋ ବାପାଙ୍କଠୁ ଏହି ବଂଶୀ ତିଆରି ଶିଖିଥିଲେ। ସେ ନିଜ ସଉକ ପୂରଣ କରିବାକୁ ଏହି ବଂଶୀ ତିଆରି କରୁଥିଲେ। ରାତିରେ ଏହାକୁ ବଜାଇଲେ ବନ୍ୟଜନ୍ତୁ ଦୂରରେ ରହୁଥିଲେ।

ବଂଶୀ କେବେଠୁ ତିଆରି ହେଉଛି ତାହା ତ ଜାଣିଲେ। ଏହି ସୁରିଲା ବଂଶୀ ବର୍ତ୍ତମାନ ତାଙ୍କ ପୁଅ ବିରେନ୍ଦ୍ର ତିଆରି କରୁଛନ୍ତି। ବିରେନ୍ଦ୍ର ମଣ୍ଡାବୀ ବାଉଁଶ କାଟିବାଠାରୁ ଆରମ୍ଭ କରି ବଂଶୀ ତିଆରି କରିବା ପର୍ଯ୍ୟନ୍ତ ପୂରା ପ୍ରକ୍ରିୟାରେ ପାରଙ୍ଗମ। ନିଜ ବାପା ଓ ଜେଜେବାପାଙ୍କଠାରୁ ତାଙ୍କୁ ଏହି କଳା ପ୍ରାପ୍ତ ହୋଇଛି। 1950 ମସିହାରୁ ତାଙ୍କ ପରିବାର ଏହି ବଂଶୀ ତିଆରି କରି ଆସୁଛି।

ବିରେନ୍ଦ୍ର ମଧ୍ୟ ତାଙ୍କ ବାପା ଓ ଜେଜେ ବାପାଙ୍କ ଠାରୁ ଏହି ବଂଶୀ ତିଆରି ଶିଖିଛନ୍ତି। ପ୍ରଥମେ ଶୁଖିଲା ବାଉଁଶ ନେଇ ସେଥିରେ ଗୋଟିଏ ଛୋଟିଆ କଣା କରିବା ଆବଶ୍ୟକ। ଏହାପରେ ଆରିରେ ଦୁଇଫୁଟ ମାପରେ ବାଉଁଶ କାଟି ଦିଆଯାଏ। ଗୋଟିଏ ଗରମ ରଡ ନେଇ ବାଉଁଶ ଗଣ୍ଠିକୁ ଭଙ୍ଗି ଦିଆଯାଏ। ଏହାପରେ ବଂଶୀରେ ପବନ ଆରପାର ହେଉଛି କି ନାହିଁ ତାହା ଯାଞ୍ଚ ହୁଏ। ବଂଶୀରେ ଡିଜାଇନ କରିବାକୁ ଏହାର ବାହାର ଭାଗ ସଫା କରାଯାଏ। ସଫା କରିବା ପରେ ତିନେୋଟି ୱାସର ସହ ଭାକ୍ସ ଲଗାଯାଏ। ଭିନ୍ନ ଭିନ୍ନ ପ୍ରକାର ଛୁରୀରେ ଡିଜାଇନ ତିଆରି କରାଯାଏ। ଏଥିପାଇଁ ପ୍ରାୟ 1ରୁ 2ଘଣ୍ଟା ସମୟ ଲାଗେ।

ଏହି ବଂଶୀକୁ ଦେଖିଲେ ମନକୁ ଏକ ପ୍ରଶ୍ନ ଆସିବା ସ୍ବାଭାବିକ ଯେ, ଏହାର ମୂଲ୍ୟ କଣ ରହିଥିବ ? ଦେଶରେ ଏହାର ସଠିକ ମୂଲ୍ୟ ମିଳୁନଥିଲେ ସୁଦ୍ଧା ବିଦେଶରେ ଗୋଟିଏ ବଂଶୀ ଏକ ହଜାର ଟଙ୍କାରେ ବିକ୍ରି ହେଉଛି। ବିଶେଷ କରି ଇଟାଲୀରେ ଏହି ନିଆରା ବଂଶୀର ଚାହିଦା ରହିଛି। ସେଠାକାର ମିଲାନ ସହରରେ ପ୍ରତ୍ୟେକ ଘରେ ଆପଣଙ୍କୁ ଏହି ବଂଶୀ ମିଳିଯିବ। ନିକଟରେ ନୂଆଦିଲ୍ଲୀର ଏକ ଏକ୍ପପର୍ଟ କମ୍ପାନୀ ଦେଇଛି ଦୁଇ ହଜାର ବଂଶୀ ପାଇଁ ଅର୍ଡର।

ଲୋକ ଏହାକୁ ବଜାଇ ଅତ୍ୟନ୍ତ ଖୁସୀ ମନେ କରନ୍ତି। ପଣ୍ଡିରାମ ମଣ୍ଡାବୀ ଦିଲ୍ଲୀରେ ବଂଶୀ ବିକ୍ରି କରୁଥିବା ବେଳେ ଜାପାନର ସ୍କୁଲଛାତ୍ର ଏହାକୁ ଖୁବ ପସନ୍ଦ କରିଥିଲେ। 1991 ମସିହାରେ ଏହାକୁ ସେ ଇଟାଲୀ ନେଇ ବିକ୍ରି କରିଥିଲେ। ଏହାପରେ ଋଷିଆରେ ମଧ୍ୟ ଲୋକେ ଏହାକୁ ପସନ୍ଦ କରିଥିଲେ।

ପଣ୍ଡିରାମଙ୍କ ମୁତାବକ ନୂଆ ପିଢ଼ୀକୁ ଏହି କଲା ଶିଖିବା ଆବଶ୍ୟକ। ଯାହା ଫଳରେ ଆଧୁନିକ ଯୁଗରେ ବି ଏହି ଯାଦୁଗରୀ ବଂଶୀ ସ୍ବର ବଞ୍ଚି ରହି ପାରିବ। କଳାରୁ ବ୍ୟକ୍ତିକୁ ସମ୍ମାନ ମିଳେ, ଏଥିପାଇଁ ଏହି କଳାକୁ ମଧ୍ୟ ବଞ୍ଚିବାକୁ ହେବ। ସମୟ ଥାଉଥାଉ ଏହି କଳା ନଶିଖିଲେ ଏହା ଲୋପ ପାଇଯିବ। ଏଥିପାଇଁ ଏକ ତାଲିମକେନ୍ଦ୍ର ଖୋଲି ଏହି କଳାକୁ ପ୍ରତ୍ସାହିତ କରିବା ଦରକାର ବୋଲି କହିଛନ୍ତି ପଣ୍ଡିରାମ।

କେଡ଼େ ସୁମଧୁର ସଙ୍ଗୀତ ସ୍ବର ଶୁଣାଉଛି ଏହି ବଂଶୀ। ଟିକିଏ ସ୍ବର ଶୁଣିଦେଲେ ଶାନ୍ତ ହେଇଯିବ ମନ। ବସ୍ତର ଜିଲ୍ଲାର ଏହି ନିଆରା ବଂଶୀ ପାଇଁ ଏକ ବଜାର ଖୋଲିଲେ ଏହାର ଡିମାଣ୍ଡ ବଢ଼ିବା ସହ ଏହି କଳା ଲୋକ ପ୍ରିୟ ହୋଇ ପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.