ETV Bharat / bharat

ତାମିଲନାଡୁରେ ବର୍ଷା ବିତ୍ପାତ: 4 ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁୁଲ-କଲେଜ ଛୁଟି - ବର୍ଷା ବିତ୍ପାତ

ବର୍ଷାରେ ଉବୁଟୁବୁ ଚେନ୍ନାଇ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ସହର ଏବଂ ଏହାର ଉପସହର ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି ।ତାମଲିନାଡୁର ୪ ଜିଲ୍ଲାରେ ଥିବା ସ୍କୁଲ ଓ କଲେଜ ଗୁଡିକୁ ୨ ଦିନିଆ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଅଧିକ ପଢନ୍ତୁ...

ତାମିଲନାଡୁରେ ବର୍ଷା ବିତ୍ପାତ;4 ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁୁଲ କଲେଜ ଛୁଟି

author img

By

Published : Nov 7, 2021, 10:44 PM IST

ଚେନ୍ନାଇ : ବର୍ଷାରେ ଉବୁଟୁବୁ ଚେନ୍ନାଇ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ସହର ଏବଂ ଏହାର ଉପସହର ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି । ୨୦୧୫ ପରେ ଏହା ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବା କୁହାଯାଉଛି । ପ୍ରବଳ ବର୍ଷା ଯୋଗୁଁ ତାମଲିନାଡୁର ୪ ଜିଲ୍ଲାରେ ଥିବା ସ୍କୁଲ ଓ କଲେଜ ଗୁଡିକୁ ୨ ଦିନିଆ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ସୋମବାର ଓ ମଙ୍ଗଳବାର ଚେନ୍ନାଇ, ଥିରୁଭାଲୁର, ଚେଙ୍ଗଲପେଟ୍, କାଞ୍ଚିପୁରମରେ ଥିବା ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ।

ସେପଟେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କୋଲାଥିୁର, ସେଲଭି ନାଗର, ପେରୁମାଲ ପେଟ୍ଟାଇ ବର୍ଷା ପ୍ରଭାବିତ ଅଞ୍ଚଳ ତଦାରଖ କରିବା ସହିତ ରିଲିଫ ବ୍ୟବସ୍ଥାକୁ ମନିଟରିଂ ମଧ୍ୟ କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ,ପୋଲିସ, ଅଗ୍ନିଶମ ବାହିନି ନିୟୋଜିତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଏଥିପାଇଁ ୧୬୦ଟି ରିଲିଫ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ଏକ ହେଲପ ଲାଇନ ନମ୍ବର ଜାରି କରାଯାଇଛି । 1070 ରେ ରାଜ୍ୟ ନିୟନ୍ତ୍ରଣ କକ୍ଷ ହେଲ୍ପଲାଇନ ସହିତ ଯୋଗାଯୋଗ କରିପାରିବେ ଲୋକେ । ଚେନ୍ନାଇରେ 50,000 ରୁ ଅଧିକ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ଏହାସହ ଦୁଇ ତିନି ଦିନ ମଧ୍ୟରେ ଚେନ୍ନାଇକୁ ଯାତ୍ରା ନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.