ETV Bharat / bharat

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପାଙ୍କୁ ମିଳିଲା ଜାମିନ

author img

By

Published : Sep 10, 2021, 9:49 PM IST

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦକୁମାର ବଘେଲଙ୍କୁ ମିଳିଲା ଜାମିନ । ବ୍ରାହ୍ମଣଙ୍କ ବିରୋଧରେ ବୟାନ ଦେଇ ଗିରଫ ହୋଇଥିଲେ ନନ୍ଦକୁମାର ବାଘେଲ । ଅଧିକ ପଢନ୍ତୁ...

chattishgarh-cm FATHER
ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପିତା ନନ୍ଦକୁମାର ବଘେଲଙ୍କୁ ମିଳିଲା ଜାମିନ

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦକୁମାର ବାଘେଲଙ୍କୁ ମିଳିଛି ଜାମିନ । ବ୍ରାହ୍ମଣଙ୍କ ବିରୋଧରେ ବୟାନ ଦେଇ ଗିରଫ ହୋଇଥିଲେ ନନ୍ଦକୁମାର ବାଘେଲ । ଲକ୍ଷ୍ନୌର ଏକ ସଭାରେ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇଥିଲେ ନନ୍ଦକୁମାର । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ବୟାନ ଦେବା ନେଇ ନନ୍ଦକୁମାର ବାଘେଲଙ୍କ ନାଁରେ ଦାଏର ହୋଇଥିଲା ଏତଲା ।

ନନ୍ଦକୁମାରଙ୍କ ଆଇନଜୀବୀ ଗଜେନ୍ଦ୍ର ସୋନକର କହିଛନ୍ତି ଯେ ସେପ୍ଟମ୍ବର ୭ରେ ଗିରଫ ହେବାପରେ ୧୫ ଦିନିଆ ନ୍ୟାୟିକ ହେପାଜତରେ ନନ୍ଦକୁମାରଙ୍କୁ ନେଇଥିଲା ପୋଲିସ। ତେବେ ଶୁକ୍ରବାର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି । ସିଏମ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କ ଏକ ନିର୍ଦ୍ଧିଷ୍ଟ ସମୁଦାୟ(ବ୍ରାହ୍ମଣ) ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ରାୟପୁର ପୋଲିସ ଏଫଆଇଆର ଦାଏର କରିଥିଲା । ନନ୍ଦ କୁମାରଙ୍କ 'ସର୍ବ ବ୍ରାହ୍ମଣ ସମାଜ' ବୟାନ ବିରୋଧରେ ପୋଲିସ ଶନିବାର ବିଳମ୍ବିତ ରାତିରେ ଏହି ଏତଲା ଦାଏର କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ବାପା ବ୍ରାହ୍ମଣଙ୍କୁ ବିଦେଶୀ କହି ସେମାନଙ୍କୁ ବହିଷ୍କାର କରିବାକୁ ଅପିଲ କରିଥିବା ଅଭିଯୋଗ ହୋଇଥିଲା ।

ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଧାରା 153A (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ ଏବଂ ଭାଷା ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା 505 (1) (ଖ) ଅନୁଯାୟୀ ଏତଲା ଦାଏର କରାଯାଇଥିଲା ।

ସେପଟେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ଗିରଫ ହେବା ପରେ ରାଜ୍ୟ ରାଜନୀତି ଉଷ୍ଣତା ବଢିଯାଇଥିଲା । ବିଜେପ ଏହାକୁ ବାଘେଲ ସରକାରଙ୍କ ରାଜନୀତିକ ଚାଲ ବୋଲି କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.