ଜୟପୁର: ରାଜସ୍ଥାନରେ ବିମାନ ଦୁର୍ଘଟଣା । ଭରତପୁରରେ ବାୟୁସେନାର ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋନାହିଁ । ପ୍ରଥମେ ଏକ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭରତପୁର ଜିଲ୍ଲାପାଳ ସୂଚନା ଦେଇଥିଲେ । ପରେ ଏହା ବାୟୁସେନାର ମିଗ ବିମାନ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ମିଳିଥିବା ସୂଚନା ଅନୁଯାଯୀ, ଭାରତୀୟ ବାୟୁ ସେନାର ମିଗ ବିମାନ ଆଜି ସକାଳ ସମୟରେ ଉଚେନ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ବାୟୁସେନାର ଅଧିକାରୀମାନେ ପହଞ୍ଚିଛନ୍ତି । ଏହି ବିମାନଟି ଉତ୍ତରପ୍ରଦେଶର ଆଗ୍ରା ବାୟୁସେନା ଷ୍ଟେସନରୁ ଉଡାଣ ଆରମ୍ଭ କରିଥିବା ଅନୁମାନ କରାଯାଉଛି ।
-
#WATCH | Rajasthan, Bharatpur | Wreckage of jet seen. Earlier report as confirmed by Bharatpur District Collector Alok Ranjan said charter jet, however, defence sources confirm IAF jets have crashed in the vicinity. Therefore, more details awaited. pic.twitter.com/005oPmUp6Z
— ANI (@ANI) January 28, 2023 " class="align-text-top noRightClick twitterSection" data="
">#WATCH | Rajasthan, Bharatpur | Wreckage of jet seen. Earlier report as confirmed by Bharatpur District Collector Alok Ranjan said charter jet, however, defence sources confirm IAF jets have crashed in the vicinity. Therefore, more details awaited. pic.twitter.com/005oPmUp6Z
— ANI (@ANI) January 28, 2023#WATCH | Rajasthan, Bharatpur | Wreckage of jet seen. Earlier report as confirmed by Bharatpur District Collector Alok Ranjan said charter jet, however, defence sources confirm IAF jets have crashed in the vicinity. Therefore, more details awaited. pic.twitter.com/005oPmUp6Z
— ANI (@ANI) January 28, 2023
ତେବେ କେଉଁ କାରଣରୁ ବିମାନଟି ଦୁର୍ଘଟଣାର ଶିକାର ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିବା କହିଛନ୍ତି ପ୍ରତିରକ୍ଷା ପିଆରଓ କର୍ଣ୍ଣଲ ଅମିତାଭ ଶର୍ମା କହିଛନ୍ତି । ବିମାନରେ ଥିବା ପାଇଲଟଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।
-
Received info about a plane crash around 10-10.15 am. After coming here, it was found it was an IAF fighter jet. Going by the debris, we're unable to adjudge if it's a fighter plane or a regular plane. Yet to know if pilots got out or are still in: Bharatpur DSP at Bharatpur, Raj pic.twitter.com/W9BupSKU8B
— ANI (@ANI) January 28, 2023 " class="align-text-top noRightClick twitterSection" data="
">Received info about a plane crash around 10-10.15 am. After coming here, it was found it was an IAF fighter jet. Going by the debris, we're unable to adjudge if it's a fighter plane or a regular plane. Yet to know if pilots got out or are still in: Bharatpur DSP at Bharatpur, Raj pic.twitter.com/W9BupSKU8B
— ANI (@ANI) January 28, 2023Received info about a plane crash around 10-10.15 am. After coming here, it was found it was an IAF fighter jet. Going by the debris, we're unable to adjudge if it's a fighter plane or a regular plane. Yet to know if pilots got out or are still in: Bharatpur DSP at Bharatpur, Raj pic.twitter.com/W9BupSKU8B
— ANI (@ANI) January 28, 2023
ଦୁର୍ଘଟଣା ସମ୍ପର୍କରେ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ, ସକାଳ ୧୦ଟା ୩୦ ସମୟରେ ଉଡ଼ୁଥିବା ଏକ ଯୁଦ୍ଧ ବିମାନ ହଠାତ କ୍ଷେତରେ ଖସି ପଡ଼ିଥିଲା । ବିମାନ ଦୁର୍ଘଟଣାର ଶବ୍ଦରେ ପୁରା ଗାଁ କମ୍ପି ଉଠିଥିଲା। ଫଳରେ ଗ୍ରାମର ଶତାଧିକ ଲୋକ ଘଟଣାସ୍ଥଳକୁ ଯାଇଥିଲେ । ଦୁର୍ଘଟଣା ପରେ ବିମାନର ଅଂଶ ଗୁଡିକ ଖଣ୍ଡଖଣ୍ଡ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣାରେ ବିମାନରେ ଥିବା ପାଇଲଟଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, "ସକାଳ ୧୦ଟା ୧୫ ମିନିଟ ସମୟରେ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ବିମାନଟି ଉଚ୍ଛେନ ଅଞ୍ଚଳର ଏକ ଖୋଲା ପଡିଆରେ ଖସିପଡିଥିଲା । ପ୍ରଥମେ ଏହା କେଉଁ ବିମାନ ତାହା ସ୍ପଷ୍ଟ ହୋଇପାରିନଥିଲା । ପରମୁହୂର୍ତ୍ତରେ ଏହା ବାୟୁସେନାର ଯୁଦ୍ଧ ବିମାନ ବୋଲି ଜଣାପଡିଥିଲା । ବିମାନରେ ଥିବା ପାଇଲଙ୍କ ପତ୍ତା ମିଳିପାରି ନାହିଁ ।"