ETV Bharat / bharat

Chandrayaan-3: ଅନ୍ୟ ଏକ ପ୍ରଣାଳୀରେ ସ୍ପଷ୍ଟ କଲା ପ୍ରଜ୍ଞାନ, ଗନ୍ଧକ ଥିବା ସୂଚନା ସ୍ପଷ୍ଟ

author img

By ETV Bharat Odisha Team

Published : Sep 1, 2023, 7:14 AM IST

ଚନ୍ଦ୍ରପୃଷ୍ଠରେ ସଲଫର ସମେତ ଅନ୍ୟ ଖଣିଜ ଓ ରାସାୟନିକ ଉପାଦନ ଥିବା ସ୍ପଷ୍ଟ । ଲେଜର ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପି ପ୍ରଣାଳୀରେ ହେଲା ସ୍ପଷ୍ଟ । ଅଧିକ ପଢନ୍ତୁ

Chandrayaan-3: ଅନ୍ୟ ଏକ ପ୍ରଣାଳୀରେ ସ୍ପଷ୍ଟ କଲା ପ୍ରଜ୍ଞାନ, ଗନ୍ଧକ ଥିବା ସୂଚନା ସ୍ପଷ୍ଟ
Chandrayaan-3: ଅନ୍ୟ ଏକ ପ୍ରଣାଳୀରେ ସ୍ପଷ୍ଟ କଲା ପ୍ରଜ୍ଞାନ, ଗନ୍ଧକ ଥିବା ସୂଚନା ସ୍ପଷ୍ଟ

ହାଇଦ୍ରାବାଦ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରହିଛି ଗନ୍ଧକ ବା ସଲଫରର ଉପସ୍ଥିତି । ଦୁଇ ଦିନ ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ଏହି ସୂଚନା ଦେଇସାରିଥିବା ବେଳେ ଆଜି ଆଉ ଏକ ପୃଥକ ପ୍ରଣାଳୀରେ ଗନ୍ଧକର ଉପସ୍ଥିତିକୁ ନିଶ୍ଚିତ କରିଛି । 29 ତାରିଖରେ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ଗନ୍ଧକ ସମେତ ଏକାଧିକ ରସାୟନିକ ଉପାଦନର ଉପସ୍ଥିତି ଥିବା ସମ୍ପର୍କରେ ଏହି ସୂଚନା ପ୍ରେରଣ କରିଥିଲା । ରୋଭର ‘ପ୍ରଜ୍ଞାନ’ରେ ଲାଗିଥିବା ଲେଜର ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପି (LIBS) ଯନ୍ତ୍ରାଂଶ ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମୌଳିକ ସଂରଚନା ଉପରେ ପ୍ରଥମ ଇନ-ସିଟ୍ ଅନୁଧ୍ୟାନ ପ୍ରଣାଳୀରେ ଏହା ସ୍ପଷ୍ଟ ହୋଇଥିଲା । ଗତକାଲି(ଗୁରୁବାର) ଅନ୍ୟ ଏକ ପୃଥକ ପ୍ରଣାଳୀ ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋସ୍କୋପି (APXS) ମାଧ୍ୟମରେ ସଲଫର ଓ ଅନ୍ୟ ରାସାୟନିକ ଉପାଦନର ଉପସ୍ଥିତି ଥିବା ପ୍ରଜ୍ଞାନ ନିଶ୍ଚିତ କରିଛି ।

କେବଳ ସଲଫର ନୁହେଁ ବରଂ, ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ (Al),କ୍ୟାଲସିୟମ୍ (Ca), ଆଇରନ୍ (Fe), କ୍ରୋମିୟମ୍ (Cr), ଏବଂ ଟାଇଟାନିୟମ୍ (Ti) ର ଉପସ୍ଥିତି ମଧ୍ୟ ଗ୍ରାଫିକାଲ ଭାବେ ରହିଥିବା ନେଇ ସୂଚନା ପ୍ରାଥମିକ ଭାବେ LIBS ପ୍ରଣାଳୀରେ ଜଣାପଡିଥିଲା, ତାହା ଦ୍ବିତୀୟ ପ୍ରଣାଳୀ APXSରେ ମଧ୍ୟ ସ୍ପଷ୍ଟ ହୋଇଛି । ମାଙ୍ଗାନିଜ୍ (Mn), ସିଲିକନ୍ (Si), ଏବଂ ଧାତବ ଅମ୍ଳଜାନ (O)ର ଉପସ୍ଥିତି ମଧ୍ୟ ଥିବା ପ୍ରାଥମିକ ତଥ୍ୟ ମିଳିଥିଲା । ଏବେ ହାଇଡ୍ରୋଜେନର ଉପସ୍ଥିତି ସମ୍ପର୍କରେ ଅନୁସନ୍ଧାନକୁ ତୀବ୍ର କରିଛି ଇସ୍ରୋ । ହାଇଡ୍ରୋଜେନ ବା ଉଦଯାନର ସନ୍ଧାନ ମିଳିଲେ ଜଳ ଥିବାର ସମ୍ଭାବନା ଯଥେଷ୍ଟ ବଢିବ ।

ଏହା ମଧ୍ୟ ପଢନ୍ତୁ :- Pragyan rover new information: ଚନ୍ଦ୍ରପୃଷ୍ଠରେ ମିଳିଲା ସଲଫର, ଇସ୍ରୋ ଫୋକସରେ ଏବେ ହାଇଡ୍ରୋଜେନ

ଅନ୍ୟପଟେ ଚନ୍ଦ୍ରପୃଷ୍ଠରେ କମ୍ପନ ଅନୁଭୂତ ହେଉଥିବା ନେଇ ନୂଆ ତଥ୍ୟ ଆସିଛି । ଲ୍ୟାଣ୍ଡର ‘ବିକ୍ରମ’ ଲ୍ୟାଣ୍ଡିଂ କରିଥିବା ଅଞ୍ଚଳ ‘ଶିବଶକ୍ତି ପଏଣ୍ଟ’ ଆଖପାଖରେ ଅତି କ୍ଷୀଣ ମାତ୍ରାର କମ୍ପନ ଅନୁଭୂତ ହୋଇଥିବା ରେକର୍ଡ କରିଛି । ବିକ୍ରମ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଏହି କମ୍ପନ 26 ତାରିଖରେ ଘଟିଥିବା ନେଇ ଟ୍ବିଟ କରି ସୂଚନା ଦେଇଛି ଇସ୍ରୋ । ଚନ୍ଦ୍ରଯାନ-3 ଲ୍ୟାଣ୍ଡର ‘ବିକ୍ରମ’ରେ ଚନ୍ଦ୍ରପୃଷ୍ଠ ଭୂକମ୍ପ କାର୍ଯ୍ୟକଳାପ ଇନଷ୍ଟ୍ରୁମେଣ୍ଟ (ILSA) ପେଲୋଡ୍ ଇନଷ୍ଟଲ କରାଯାଇଛି । ଏହା ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ୍ ସିଷ୍ଟମ୍ (MEMS) ଟେକ୍ନୋଲୋଜି ଆଧାରିତ ଏକ ଶକ୍ତିଶାଳୀ କମ୍ପନ ବିଶ୍ଳେଷଣ ପେଲୋଡ । ଏହା ରୋଭରର ଗତିବିଧି ଏବଂ ଅନ୍ୟାନ୍ୟ କାରଣ ପାଇଁ ସୃଷ୍ଟି ହେଉଥିବା କମ୍ପନକୁ ଅନୁଧ୍ୟାନ କରିବା ପାଇଁ ସକ୍ଷମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.