ଅମରାବତୀ: ବହୁଚର୍ଚ୍ଚିତ ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ମିଳିଛି । ଆଜି (ସୋମବାର) ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ନାଇଡୁଙ୍କୁ ନଭେମ୍ବର 28 ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ଏହି ଅବଧି ଶେଷ ହେବା ପୂର୍ବରୁ ତାଙ୍କୁ ନିୟମିତ ଜାମିନ ମିଳିଛି । ଚଳିତବର୍ଷ ସେପ୍ଟେମ୍ବର 9 ତାରିଖରେ ତାଙ୍କୁ ରାଜ୍ୟ ସିଆଇଡି ଗିରଫ କରିଥିଲା ।
-
Andhra Pradesh High Court grants regular bail to former CM N Chandrababu Naidu in skill development case. Naidu is on interim bail till 28th November
— ANI (@ANI) November 20, 2023 " class="align-text-top noRightClick twitterSection" data="
(file photo) pic.twitter.com/kyF8QnPrN0
">Andhra Pradesh High Court grants regular bail to former CM N Chandrababu Naidu in skill development case. Naidu is on interim bail till 28th November
— ANI (@ANI) November 20, 2023
(file photo) pic.twitter.com/kyF8QnPrN0Andhra Pradesh High Court grants regular bail to former CM N Chandrababu Naidu in skill development case. Naidu is on interim bail till 28th November
— ANI (@ANI) November 20, 2023
(file photo) pic.twitter.com/kyF8QnPrN0
ଏହାପୂର୍ବରୁ ଅକ୍ଟୋବର 31 ତାରିଖରେ ଚନ୍ଦ୍ରବାବୁଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଚାରି ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନାଇଡୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ଲକ୍ଷେ ଟଙ୍କାର ମୁଚାଲିକା ଓ ଦୁଇ ଜାମିନଦାରଙ୍କ ବଦଳରେ ଏହି 4 ସପ୍ତାହ ଅବଧି ବିଶିଷ୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ କୋର୍ଟ ।
ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର 9 ତାରିଖ ଭୋର ସମୟରେ ରାଜ୍ୟ ସିଆଇଡି ବିଭାଗର ଟିମ୍ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ତାଙ୍କ ପୁଅ ନାରା ଲୋକେଶ ମଧ୍ୟ ଅମରାବତୀ ଇନର-ରୋଡ ଘୋଟାଲାରେ ସିଆଇଡିର ତଦନ୍ତ ପରିସରରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ୩୦ ଯାଏଁ ଗିରଫ ହେବେନି ଚନ୍ଦ୍ରବାବୁ ନାଇଡୁ; ଅନ୍ତରୀଣ ସୁରକ୍ଷା ବଢାଇଲେ ସୁପ୍ରିମକୋର୍ଟ
ଚନ୍ଦ୍ରବାବୁ ନାଇଡୁ ନିଜ ଗିରଫଦାରୀ ବିରୋଧରେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ବିରୋଧରେ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ମାମଲା ରୁଜୁ କରାଯାଇଥିବା ଦର୍ଶାଇ ସେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ଆବେଦନ କରିଥିଲେ । ଯାହା ଏବେ ଶୁଣାଣି ପ୍ରକ୍ରିୟା ମଧ୍ୟରେ ରହିଛି । ଗତମାସ (ଅକ୍ଟୋବର) 31 ରେ 4 ସପ୍ତାହ ମଧ୍ୟବର୍ତ୍ତୀକାଳୀନ ବେଲରେ ରାଜମହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରୁ ମୁକ୍ତ ହୋଇଥିଲେ ଚନ୍ଦ୍ରବାବୁ । ନଭେମ୍ବର 28 ତାରିଖ ସୁଦ୍ଧା ସେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମଧ୍ୟବର୍ତ୍ତୀକାଳୀନ ବେଲ ଅବଧି ଶେଷ ହେବା ପୂର୍ବରୁ ତାଙ୍କୁ ଆଜି ନିୟମିତ ବେଲ ପ୍ରଦାନ କରିଛନ୍ତି ଆନ୍ଧ୍ର ହାଇକୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ