ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଗତ ଫେବୃଆରୀ 7ରେ ଭୟଙ୍କର ଗ୍ଲାସିୟର ହିମସ୍କଳନ ନିଖୋଜଙ୍କୁ ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲା । ତପୋବନ ଟନେଲରେ ନିଖୋଜ ଥିବା ସମସ୍ତଙ୍କୁ ଖୋଜାଖୋଜି ଜାରି ରହିଥିଲା । ରବିବାର ଏନଡିଆରଏଫର ଉଦ୍ଧାରକାରୀ ଦଳ ତପୋବନ ଟନେଲରୁ ଜଣଙ୍କର ମୃତଦେହ ଉଦ୍ଧାର କରିଛି ।
ଦୁର୍ଘଟଣାର ପ୍ରାୟ ତିନିମାସ ପରେ ତପୋବନ ଟନେଲକୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣଙ୍କ ପୌରୀ ଗରହୱାଲର ଲାଲକୋଟ ଗାଁ ଧୀରେନ୍ଦ୍ରଙ୍କ ପୁଅ ହର୍ଷ ବୋଲି ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ସରିଥିବା କହିଛନ୍ତି ଜୋସିମାଥ ପୋଲିସ ଷ୍ଟେସନର ଏସଆଇ ସୁମିତ ବାଡୋନି ।
ଏହି ବିପର୍ଯ୍ୟୟରେ ସମୁଦାୟ 204ଜଣ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ 82ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 35ଟି ଅଙ୍ଗ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା 121ଜଣ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ମିଳିଥିବା ମୃତଦେହରୁ 49ଜଣଙ୍କ ପରିଚୟ ମିଳିଛି ।
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ତପୋବନ-ରେନି ଅଞ୍ଚଳରେ ଏକ ଗ୍ଲାସର ବିସ୍ଫୋରଣ ଯୋଗୁଁ ଧଉଳିଗଙ୍ଗା ଓ ଅଳକାନନ୍ଦା ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନ ଜୀବନ ନଷ୍ଟ ହୋଇଥିଲା । ଅନେକ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ