ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଅଫର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ରିପବଲିକାନ ପାର୍ଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ରାମଦାସ ଅଠାୱଲେ । ରାଞ୍ଚିର ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଜେପିରେ ସାମିଲ ହେବାକୁ ଅଫର ଦେଇଛନ୍ତି ଅଠାୱଲେ ।
ରାମଦାସ ଅଠାୱଲେ କହିଛନ୍ତି, ଯଦି ହେମନ୍ତ ସୋରେନ ଏନଡିଏରେ ସାମିଲ ହେଉଛନ୍ତି ତ ଝଡଖଣ୍ଡ ବିକାଶରେ ଅଗ୍ରଗତି ହେବ । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକରୁ ଅଧିକ ଅର୍ଥ ଆବଣ୍ଟିତ କରିବେ । ଏଥିରୁ ଝାଡଖଣ୍ଡକୁ ସିଧା ଲାଭ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଠାୱଲେ ଆହୁରି ମଧ୍ୟ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ମତ । ଶିବୁ ସୋରେନ ମୋର ପୁରୁଣା ବନ୍ଧୁ । ଏଥିପାଇଁ ଆମ ଦଳ ପକ୍ଷରୁ ତାଙ୍କୁ ଏନଡିଏରେ ସାମିଲ ହେବାକୁ ପରାମର୍ଶ ଦିଆଯାଇଛି ।