ETV Bharat / bharat

ଜୁଲାଇ ପହିଲାରୁ ଦେଶରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟାନ

author img

By

Published : Jun 29, 2022, 9:31 AM IST

ଜୁଲାଇ 1ରୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ( ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ) ସାମଗ୍ରୀ ବ୍ୟାନ କରାଯିବ । ଯେଉଁ ସାମଗ୍ରୀର ଉପଯୋଗିତା କମ ଏବଂ ଆବର୍ଜନା ସୃଷ୍ଟି କରେ ସେଗୁଡିକର ଉତ୍ପାଦନ, ଆମଦାନୀ, ମହଜୁଦ, ବିତରଣ ବିକ୍ରି ଓ ବ୍ୟବହାର ନିଷେଧ ହେବ । ଏନେଇ କେନ୍ଦ୍ର ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି । ଅଧିକ ପଢ଼ନ୍ତୁ

center ban single use plastic items from july 1st
ଜୁଲାଇ 1ରୁ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟାନ

ନୂଆଦିଲ୍ଲୀ: ଜୁଲାଇ 1ରୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ(ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ) ସାମଗ୍ରୀ ବ୍ୟାନ କରାଯିବ । ଯେଉଁ ସାମଗ୍ରୀର ଉପଯୋଗୀତା କମ ଏବଂ ଆବର୍ଜନା ସୃଷ୍ଟି କରେ ସେଗୁଡିକର ଉତ୍ପାଦନ, ଆମଦାନୀ, ମହଜୁଦ, ବିତରଣ ବିକ୍ରି ଓ ବ୍ୟବହାର ନିଷେଧ ହେବ। ଏନେଇ କେନ୍ଦ୍ର ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି । ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଯାଞ୍ଚ ପାଇଁ ସ୍ବତନ୍ତ୍ର କାର୍ଯ୍ୟକାରୀ ଟିମ ଗଠନ କରାଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

ବିଜ୍ଞପ୍ତିରେ କୁହାଯାଇଛି, ପରିବେଶ ଉପରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଛି । ଉଭୟ ସ୍ଥଳ ଓ ଜଳଭାଗ ପରିସଂସ୍ଥାନ ପାଇଁ ଏହା ଅତ୍ୟନ୍ତ ଅନିଷ୍ଟକାରୀ ପାଲଟିଛି । ପରିବେଶ ସୁରକ୍ଷା ଉପରେ ଫୋକସ କରୁଥିବା ସମସ୍ତ ଦେଶ ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏହାର ବ୍ୟବହାର ତୁରନ୍ତ ବନ୍ଦ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ପ୍ଲାଷ୍ଟିକ କାଠିଥିବା ଇଅର ବଡ, ବେଲୁନ ପାଇଁ ପ୍ଲାଷ୍ଟିକ କାଠି, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ, ଆଇସକ୍ରିମ ଷ୍ଟିକ, ପ୍ଲାଷ୍ଟିକ ପ୍ଲେଟ, କପ, ଗ୍ଲାସ, ସାଜସଜ୍ଜା ପାଇଁ ପଲିଷ୍ଟିରିନ (ଥର୍ମୋକଲ), ଚାମଚ, ଛୁରୀ, ଟ୍ରେ, ମିଠାବାକ୍ସ, ନିମନ୍ତ୍ରଣ କାର୍ଡ, ସିଗାରେଟ ପ୍ୟାକେଟ ଏଥିସହ ପିଭିସି ବ୍ୟାନର ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ ।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ନିୟମ ଅନୁଯାୟୀ ଗତ ବର୍ଷଠାରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ନିୟମ ଅନୁଯାୟୀ ଗତ ବର୍ଷରୁ 75 ମାଇକ୍ରନରୁ କମ ମୋଟା ଥିବା ପ୍ଲାଷ୍ଟିକ କ୍ୟାରିବ୍ୟାଗର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବାହର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ଆସନ୍ତା ଡିସେମ୍ବର 31ରୁ 120 ମାଇକ୍ରନରୁ କମ ମୋଟା ପ୍ଲାଷ୍ଟକ କ୍ୟାରିବ୍ୟାଗର ବ୍ୟବହାର ନେଇ ନିଷେଧାଦେଶ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.