ETV Bharat / bharat

CDS ନିଯୁକ୍ତ ହେଲେ ଅନୀଲ ଚୌହ୍ବାନ, ପୈତୃକ ଗ୍ରାମରେ ଉତ୍ସବର ମାହୋଲ

author img

By

Published : Sep 29, 2022, 10:45 PM IST

ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ସେନାର ନୂଆ ସେନାପତି ତଥା ଚିଫ ଅଫ ଡିଫେନ୍ସ ଷ୍ଟାଫ (Chief of Defence Staff) ଭାବେ କାର୍ଯ୍ୟ କରିବେ । ତାଙ୍କ ପୈତୃକ ଗ୍ରାମରେ ଉତ୍ସବ ଆରମ୍ଭ ହୋଇଛି (celebrations are held in Gawana)। ଅଧିକ ପଢ଼ନ୍ତୁ

CDS ନିଯୁକ୍ତ ହେଲେ ଅନୀଲ ଚୌହ୍ବାନ, ପୈତୃକ ଗ୍ରାମରେ ରହିଛି ଉତ୍ସବର ମାହୋଲ

ଡେରାଡୁନ: ତିନି ସେନାର ଦ୍ବିତୀୟ ତଥା ନୂଆ CDS ନିଯୁକ୍ତ ହୋଇଛନ୍ତି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ । ତା ସହିତ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ କାମ କରିବେ । ଏହାପରେ ଉତ୍ତରାଖଣ୍ଡରେ ଥିବା ତାଙ୍କ ପୈତୃକ ଗ୍ରାମରେ ଉତ୍ସବ ଆରମ୍ଭ ହୋଇଛି(celebrations are held in Gawana) । ପାଉରୀ ଗରହ୍ବାଲ ଜିଲ୍ଲା ରାମପୁର ଗ୍ରାମ ପଞ୍ଚାୟତ ଗୱାନା ହେଉଛି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ପୈତୃକ ଗ୍ରାମ । କେନ୍ଦ୍ର ସରକାର ତାଙ୍କୁ ଏହି ଦାୟିତ୍ବ ସମ୍ପନ୍ନ ପଦବୀର ନିଯୁକ୍ତି ଦେବା ପରେ ଗାଁରେ ଉତ୍ସବର ମାହୋଲ ରହିଛି ।

ଏହା ବି ପଢ଼ନ୍ତୁ ନୂଆ CDS ଜେନେରାଲଙ୍କ ଘୋଷଣା କଲେ କେନ୍ଦ୍ର ସରକାର

ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ପରିବାର ବର୍ଗ ଗ୍ରାମବାସୀଙ୍କୁ ମିଠା ବାଣ୍ଟି ଉତ୍ସବ ପାଳିଛନ୍ତି । ଗୱାନା ଗ୍ରାମରେ 1961 ମସିହା ମେ 18 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ । ତେବେ ସେ ଦେଶର ବିଭିନ୍ନ ସ୍ଥାନରେ ନିଜ ପାଠପଢ଼ା ଶେଷ କରିଥିଲେ । ଏହା ସତ୍ତ୍ବେ ସେ ଓ ତାଙ୍କ ପରିବାର ସବୁବେଳେ ଗାଁ ସହ ଜଡ଼ିତ ରହି ଆସିଛନ୍ତି । ଏବେ ବି ତାଙ୍କ ସମ୍ପର୍କୀୟ ଭାଇ ଦର୍ଶନ ସିଂହ ଚୌହ୍ବାନ ଏଠାରେ ବାସ କରୁଛନ୍ତି । ପୂଜାପର୍ବ ସମୟରେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଓ ତାଙ୍କ ବାପା ଗୱାନା ଗ୍ରାମକୁ ଆସିଥାଆନ୍ତି । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ CDS ନିଯୁକ୍ତ ହୋଇଥିବା ଖବର ପାଇବା ପରେ ଦର୍ଶନ ଅନୀଲ ଚୌହ୍ବାନଙ୍କ ବାପାଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଖୁବଶୀଘ୍ର ସେ ଡେରାଡୁନ ଯିବେ ବୋଲି କହିଛନ୍ତି ।

ଏହାକୁ ନେଇ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ବୋହୂ(ଦର୍ଶନଙ୍କ ବୋହୂ) ବିଣା ଦେବୀ କହିଛନ୍ତି, "ମୁଁ କିଛି ଦିନ ହେଲା ଡେରାଡୁନ ଘରକୁ ଯାଇଛି । ସେଠାରେ ଏକ ମାସ ଧରି ରହିଥିଲି । ଆଜିବି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଯୌଥ ପରିବାରରେ ଚଳନ୍ତି । ଗାଁ ଭଲ ମନ୍ଦରେ ସବୁବେଳେ ସେମାନେ ଆସି ଛିଡ଼ା ହୋଇଛନ୍ତି ।"

ଏହି ପରିବାର ସବୁଠାରୁ ସାନ ଝିଅ ହେଉଛନ୍ତି ଖୁସି । ସ କହିଛନ୍ତି, "ମୋ ଅଙ୍କଲ CDS ନିଯୁକ୍ତ ହୋଇଛନ୍ତି, ଏହାକୁ ନେଇ ମୁଁ ବହୁତ ଖୁସି । ଏହା ପୂରା ଉତ୍ତରାଖଣ୍ଡ ପାଇଁ ଖୁସିର ଦିନ । ଗୱାନା ଭଳି ଏକ ଛୋଟିଆ ଗାଁରୁ ଯାଇ ସେନାର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ମୁଁ ମଧ୍ୟ ସେନାରେ ଯୋଗେ ଦେବାକୁ ଇଚ୍ଛୁକ ।"

ଭଜନ କୀର୍ତ୍ତନ, ନାଚ,ଗୀତର ପ୍ରକମ୍ପିତ ହେଇଛି ଗୱାନା ଗ୍ରାମ । ଗ୍ରାମବାସୀଙ୍କ ମତରେ କାଲି ପର୍ଯ୍ୟନ୍ତ ଗୱାନା ଗ୍ରାମକୁ କେହି ଜାଣିନଥିଲେ । କିନ୍ତୁ ଆଜି ଏହି ଗ୍ରାମ CDSଙ୍କ ଗ୍ରାମ ଭାବରେ ପରିଚିତ । ଏହା ଗ୍ରାମବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

ପୈତୃକ ଗ୍ରାମ ଡେରାଡୁନ

ଡେରାଡୁନ୍‌ର ବସନ୍ତ ବିହାରରେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ପୈତୃକ ବାସଭବନ ରହିଛି । ଏଠାରେ ମଧ୍ୟ ଲେଫନାଣ୍ଟ ଜେନେରାଲଙ୍କୁ ନେଇ ଉତ୍ସବର ମାହୋଲ ରହିଛି । ତେବେ ବର୍ତ୍ତମାନ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ନିଜ ପରିବାର ସହ ଦିଲ୍ଲୀରେ ରହୁଛନ୍ତି । କିନ୍ତୁ ସେ ଅଧିକାଂଶ ସମୟ ଡେରାଡୁନ୍‌ ଆସିଥାଆନ୍ତି ।

ସେପ୍ଟେମ୍ବର ୩୦ରେ ନେବେ ଦାୟିତ୍ବ

ପ୍ରଥମ CDS ବିପିନ ରାୱତଙ୍କ ଘର ମଧ୍ୟ ପାଉରୀ ଗରହ୍ବାଲ ଜିଲ୍ଲାରେ ରହିଥିଲା । ପ୍ରଥମ CDS ୧୧ ଗୋର୍ଖା ରାଇଫଲର ହୋଇଥିବା ଦ୍ବିତୀୟ CDS ମଧ୍ୟ ଏହି ରେଜିମେଣ୍ଟର । ସେପ୍ଟେମ୍ବର ୩୦ ତାରିଖରେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ନିଜ ଦାୟୀତ୍ବ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ଜଣେ ଅବସରପ୍ରାପ୍ତ ମିଲିଟାରୀ ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତ କରାଯିବ । ଖାଦକ୍ବାସ୍ଲା ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀର ଛାତ୍ର ହେଉଛନ୍ତି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ । ଭାରତୀୟ ସେନାରେ ଦୀର୍ଘ 40 ବର୍ଷ ସେବା ପ୍ରଦାନ କରିଥିବା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଅନେକ କମାଣ୍ଡର ନେତୃତ୍ବ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.