ETV Bharat / bharat

Hyderabad Liberation Day: National Integration Day ପାଳନ କରିବାକୁ ଶାହାଙ୍କୁ ଚିଠି ଲେଖିଲେ ଓଓ୍ୱେସୀ - ହାଇଦ୍ରାବାଦ ଲିବରେସନ ଡେ

17 ସେପ୍ଟେମ୍ବରରେ ତେଲେଙ୍ଗାନାରେ ପାଳିତ ହେବ 'ହାଇଦ୍ରାବାଦ ଲିବରେସନ ଡେ' (Hyderabad Liberation Day) । ଅମିତ ଶାହ ଓ କେସିଆରଙ୍କୁ ଚିଠି ଲେଖିଲେ AIMIM ମୁଖ୍ୟ ଓଓ୍ବେସୀ । ଲିବରେସନ ଡେ ପରିବର୍ତ୍ତେ ନ୍ୟାସନାଲ ଇଣ୍ଟିଗ୍ରେସନ ଡେ ଭାବେ ହେଉ ନାମିତ । ଅଧିକ ପଢନ୍ତୁ

ହାଇଦ୍ରବାଦ ଲିବରେସନ ଡେ ନୁହେଁ ନ୍ୟାସନାଲ ଇଣ୍ଟିଗ୍ରେସନ ଡେ ପାଳନ କରିବାକୁ ଶାହାଙ୍କୁ ଚିଠି ଲେଖିଲେ ଓଓ୍ବେସୀ

author img

By

Published : Sep 3, 2022, 9:09 PM IST

ହାଇଦ୍ରାବାଦ: ସ୍ବାଧୀନ ଭାରତରେ ତତ୍କାଳୀନ ଗଡଜାତ ରାଜ୍ୟ ହାଇଦ୍ରାବାଦର ମିଶ୍ରଣକୁ ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ଚଳିତ ମାସ ୧୭ ତାରିଖରେ ହାଇଦ୍ରାବାଦ ମୁକ୍ତି ଦିବସ (Hyderabad Liberation Day) ପାଳନ କରାଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ତେବେ ଏହି ଉତ୍ସବର ଶୀର୍ଷକକୁ ନେଇ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ସାଂସଦ ତଥା AIMIM ଅଧ୍ୟକ୍ଷ ଅସଦୁଦ୍ଦିନ ଓଓ୍ବେସୀ । ସେ ଏହାକୁ ହାଇଦ୍ରାବାଦ ମୁକ୍ତି ଦିବସ ନୁହେଁ ବରଂ ନ୍ୟାସନାଲ ଇଣ୍ଟିଗ୍ରେସନ ଡେ (National Integration Day) ଭାବେ ପାଳନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କୁ ଚିଠି ଲେଖିଛନ୍ତି । ଏପଟେ ଏହାକୁ 'Telangana National Integration Day' ଭାବେ ପାଳନ ପାଇଁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ।

  • GoI decided to celebrate 'Hyderabad Liberation Day' in Telangana on Sept 17. On behalf of AIMIM, I've written 2 letters to HM Amit Shah & Telangana CM K Chandrashekhar Rao - the phrase 'National Integration Day' may be more apt than mere liberation: AIMIM chief Asaduddin Owaisi https://t.co/xrADMYHuyd pic.twitter.com/JztIuKharG

    — ANI (@ANI) September 3, 2022 " class="align-text-top noRightClick twitterSection" data=" ">

ଓଓ୍ବେସୀ କହିଛନ୍ତି ଯେ ବିଭିନ୍ନ ଗଡଜାତ ରାଜ୍ୟଗୁଡ଼ିକର ମିଶ୍ରଣ କେବଳ ମୁକ୍ତି ଆନ୍ଦୋଳନ ନୁହେଁ ବଂର ଏହା ଦେଶର ଏକତ୍ରୀକରଣର ଏକ ଉଦାହରଣ । ତେଣୁ ଏହାକୁ ଲିବେରନସ ଭାବେ ଚିତ୍ରଣ ନକରି ଇଣ୍ଟିଗ୍ରେସନ ଭାବେ ଚିତ୍ରଣ କରିବାର ଆବଶ୍ୟକତା ରହିଛି । ତତ୍କାଳୀନ ହାଇଦ୍ରାବାଦ ସହରର ଲୋକେ ବ୍ରିଟିଶ ସାମ୍ରାଜ୍ୟବାଦକୁ ବିରୋଧ କରିଥିଲେ । ତତ୍କାଳୀନ ଶାସକ ନିଜାମଙ୍କ ଶାସନକୁ ମଧ୍ୟ ବିରୋଧ କରିବା ସହ ସ୍ବାଧୀନ ଭାରତରେ ବିଲୟ ହେବା ନିଷ୍ପତ୍ତି ସପକ୍ଷରେ ଥିଲେ ।

ନିଜାମଙ୍କର ସମର୍ଥକ ପାକିସ୍ତାନ ପଳାଇଥିଲେ । ଭାରତକୁ ଭାଲ ପାଉଥିବା ଲୋକେ ହାଇଦ୍ରାବାଦରେ ରହିବାକୁ ପସନ୍ଦ କଲେ । ଦେଶର ଏକତ୍ରୀକରଣରେ ସେମାନଙ୍କ ବଳିଦାନର ଭୂମିକା ରହିଛି । ତେଣୁ ଏହି ଘଟଣାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ହାଇଦ୍ରାବାଦ ଲିବରସେନ ଡେ ପରିବର୍ତ୍ତେ ନ୍ୟାସନାଲ ଇଣ୍ଟିଗ୍ରେସନ ଡେ ଭାବେ ପାଳନ କଲେ ଏହା ଅଧିକ ସୁନ୍ଦର ହୋଇପାରିବ ବୋଲି ସେ ଚିଠିରେ ପ୍ରସ୍ତାବ ଭାବେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ତାଙ୍କ ଦଳ AIMIM ମଧ୍ୟ ଏହି ଦିବସକୁ ଧୁମଧାନରେ ପାଳନ କରିବା ନେଇ ସେ ପ୍ରେସବ୍ରିଫିଂରେ ସୂଚନା ଦେଇଛନ୍ତି । ୧୬ ତାରିଖରେ AIMIM ପକ୍ଷରୁ ଏକ ତ୍ରିରଙ୍ଗା ବାଇକ ରାଲିର ଆୟୋଜନ କରାଯାଇଛି । ଏଥିରେ ଦଳୀୟ ବିଧାୟକ, ନେତା ଓ କର୍ମୀମାନେ ଅଂଶଗ୍ରହଣ କରି ତ୍ରିରଙ୍ଗା ସହ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.