ETV Bharat / bharat

IAF Chopper Crash: ଦୁର୍ଘଟଣା ନେଇ ସନ୍ଦେହ ଦୂର କରନ୍ତୁ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Dec 10, 2021, 3:25 PM IST

ବାୟୁସେନା ହେଲିକପ୍ଟର ଦୁର୍ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ପ୍ରତିରକ୍ଷା ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଲୋକଙ୍କ ସନ୍ଦେହ ଦୂର କରିବାକୁ ଆହ୍ବାନ କଲେ । ଅଧିକ ପଢନ୍ତୁ

IAF Crash: ସନ୍ଦେହରେ ସଞ୍ଜୟ ରାଉତ, ପକ୍ଷ ରଖିବାକୁ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆହ୍ବାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା (Indian Airforce chopper Crash)କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Rajyasabha MP Sanjay Rout) ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଗଢା ଭାରତୀୟ ବାୟୁସେନା କିପରି ଦୁର୍ଘଟଣାର ସମ୍ମୁଖୀନ ହେଲା ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସଞ୍ଜୟ ।

ସଞ୍ଜୟ ରାଉତ କହିଛନ୍ତି ଯେ, CDS ଜେନେରାଲ ବିପିନ ରାୱତ ଯାଇଥିବା ହେଲିକପ୍ଟର 2ଟି ଇଞ୍ଜିନ ବିଶିଷ୍ଟ ଅତ୍ୟାଧୁନିକ ହେଲିକପ୍ଟର । ଏଥିରେ ବହୁ ଯୁଦ୍ଧାସ୍ତ୍ର ମଧ୍ୟ ଖଞ୍ଜା ଯାଇଛି । ସେନା ବାହିନୀକୁ ଅତ୍ୟାଧୁନିକ କରୁଥିବା ଆମେ ଦାବି କରୁଛେ । କିନ୍ତୁ କେମିତି ଏତେ ବଡ଼ ଘଟଣା ଘଟିଲା ? ଦୁର୍ଘଟଣା ପରେ ସମଗ୍ର ଦେଶ ଚକିତ ହୋଇଯାଇଛି ।

ଜେନରାଲ ରାୱତ ଚାଇନା ଓ ପାକିସ୍ତାନ ବିରୋଧରେ ଦେଶର ପ୍ରତିରକ୍ଷା ରଣନୀତିକୁ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଞ୍ଜୟ ରାଉତ କହିଛନ୍ତି । ଯେତେବେଳେ ବି ହଠାତ୍ ଏପରି କିଛି ଦୁର୍ଘଟଣା ଘଟେ, ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ବାୟୁସେନା ବିମାନ ଦୁର୍ଘଟଣା ଘଟଣା ସମସ୍ତଙ୍କ ମନରେ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ପ୍ରତିରକ୍ଷା ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଲୋକଙ୍କ ସବୁ ସନ୍ଦେହକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଜରୁରୀ ।

ସୂଚନା ଅନୁଯାୟୀ, ବୁଧବାର ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ 12 ଜଣ ବାୟୁସେନାର Mi-17v5 ହେଲିକପ୍ଟରରେ ତାମିଲନାଡୁର ୱେଲିଂଟନ ସ୍ଥିତ ଏକ କଲେଜକୁ ଯାଉଥିଲେ । ଏହିସମରେ କୁନ୍ନୁର ନିକଟରେ ବାୟୁସେନା ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ଏଥିରେ ଜେନରାଲ ରାୱତ ଓ ମଧୁଲିକାଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଛି।

ଏବେ ମଧ୍ୟ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଜୀବନ ଯୁଦ୍ଧରେ ଲଢ଼େଇ କରୁଛନ୍ତି । ଗତକାଲି (ଗୁରୁବାର) ତାଙ୍କୁ ଏୟାରଲିଫ୍ଟ ଯୋଗେ ବାଙ୍ଗଲୋର ସ୍ଥାନାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.