ETV Bharat / bharat

ମାଡିଗଲା ଅନିୟନ୍ତ୍ରିତ ଅଡି, CCTVରେ କଏଦ ହେଲା ଛାତିଥରା ଦୃଶ୍ୟ

author img

By

Published : Nov 9, 2021, 7:55 PM IST

ରାଜସ୍ଥାନର ଯୋଧପୁରରେ ଅଭାବନୀୟ ଘଟଣା । ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତିରେ ଆସୁଥିବା ଅଡି କାର । ଜଣେ ନାବାଳକ ମୃତ, ୯ ଆହତ । ଅଧିକ ପଢନ୍ତୁ...

ଲୋକଙ୍କ ଉପରେ ମାଡିଗଲା ଅନିୟନ୍ତ୍ରିତ କାର, CCTVରେ କଏଦ ହେଲା ଛାତିଥରା ଦୃଶ୍ୟ

ଜୟପୁର: ରାଜସ୍ଥାନର ଯୋଧପୁର ସହରରେ ଛାତିଥରା ଦୁର୍ଘଟଣା । ଭିଡରାସ୍ତାରେ ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତିରେ ଆସୁଥିବା ଏକ ଅନିୟନ୍ତ୍ରିତ ଅଡି କାର । ଯାହାର ଲୋମଟାଙ୍କୁରା ଦୃଶ୍ୟ CCTVରେ ରେକର୍ଡ ହୋଇଛି । ଯାହାକୁ ଦେଖିଲେ ଯେ କେହି ବି ବିଚଳିତ ହୋଇପାରେ । ଏହି ଦୁର୍ଘଟଣାରେ ଜଣେ 16 ବର୍ଷୀୟ ନାବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ 9 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ସୂଚନା ରହିଛି ।

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଆଜି (ମଙ୍ଗଳବାର) ସକାଳେ ଯୋଧପୁର ହାଉସିଂ ବୋର୍ଡ ପୋଲିସ ଷ୍ଟେସନ ପରିସରରେ ଥିବା AIIMS ରୋଡରେ ଏକ ଅଡି କାର ଦ୍ରୁତଗତିରେ ଅନିୟନ୍ତ୍ରିତ ଲୋକଙ୍କ ଉପରେ ମାଡି ଯାଇଥିଲା । ତେବେ ଗାଡିଟି ନିୟନ୍ତ୍ରଣ ହରାଇ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଲୋକଙ୍କ ଉପରେ ମାଡିଯିବା ପରେ ନିକଟରେ ଏକ ପାଚେରୀରେ ଧକ୍କା ଖାଇ ଗାଡିିଟି ଅଟକି ଯାଇଥିଲା ।

ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଯୋଧପୁର ଗସ୍ତରେ ଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଗେହଲୋଟ ବିମାନବନ୍ଦରରୁ ସିଧାସଳଖ AIIMS ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ମୃତକଙ୍କ ପରିବାରକୁ ତୁରନ୍ତ 2ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଗୁରୁତର ପ୍ରତ୍ୟେକ ଆହତଙ୍କୁ 1ଲକ୍ଷ ଏବଂ ଅନ୍ୟ ଆହତମାନଙ୍କୁ 50 ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.