ETV Bharat / bharat

CBSE Class 12 Results: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ ହାର 87.33% - ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ । ଚଳିତ ଥର ପାସ ହାର ରହିଛି 87.33 ପ୍ରତିଶତ ରହିଛି । ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ ।

CBSE Result 2023
CBSE Result 2023
author img

By

Published : May 12, 2023, 11:52 AM IST

Updated : May 12, 2023, 12:08 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଓ୍ବେବସାଇଟରେ ପ୍ରକାଶ ପାଇଲା ପରୀକ୍ଷା ଫଳ । ଚଳିତ ଥର ପାସ ହାର ରହିଛି 87.33 ପ୍ରତିଶତ ରହିଛି । କେରଳର ଥିରୁଅନନ୍ତପୁରମ ସର୍ବାଧିକ ପାସ ହାର 99.91 ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ ହାର 90.68 ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କ ପାସ ହାର 84.87 ପ୍ରତିଶତ ରହିଛି । ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ ହାର 6.01 ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ 16 ଲକ୍ଷ 96 ହଜାର 770 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବୃଆରୀ 15ରୁ ଏପ୍ରିଲ 5 ମଧ୍ୟରେ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହୋଇଥିଲା । ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଅଛନ୍ତି।

results.cbse.nic.in ବା cbseresults.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହି ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଲଗଇନ କରିବା ପରେ ପରୀକ୍ଷା ଫଳ ଦେଖି ପାରିବେ । ଡିଜି ଲକର୍ ଏବଂ UMANG ଆପରେ ମଧ୍ୟ ରେଜଲ୍ଟ ଦେଖିପାରିବେ ।

ଏହା ମଧ୍ୟ ପଢନ୍ତୁ-Monkeypox: କୋରୋନା ପରେ ବିଶ୍ବ ମହାମାରୀ ତାଲିକାରୁ ହଟିଲା ମଙ୍କିପକ୍ସ

ଚଳିତ ଥର ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାସ ହାର 87.33 ପ୍ରତିଶତ ରହିଛି । ଯାହା ଗତବର୍ଷ ପାସ ହାର ତୁଳନାରେ 5.38 ପ୍ରତିଶତ ହ୍ରାସ ପାଇଛି । 2022ରେ ମୋଟ 14 ଲକ୍ଷ 54 ହଜାର 370 ଛାତ୍ରଛାତ୍ରୀ ଦ୍ବାଦଶ ପରୀକ୍ଷା ଦେଇଥିବା ବେଳେ 92.71 ପ୍ରତିଶତ ପାସ ହାର ରହିଥିଲା । ଚଳିତ ଥର କେରଳର ଥିରୁଅନନ୍ତପୁରମରେ ସର୍ବାଧିକ ପାସ ହାର ରହିଛି । ଗତ ଡିସେମ୍ବର 29 ତାରିଖ 2022ରେ ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ସୂଚୀ ଜାରି କରିଥିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ।

ଏହା ମଧ୍ୟ ପଢନ୍ତୁ-Cyclone Mocha Update: ଅତି ଭୀଷଣ ବାତ୍ୟାର ରୂପ ନେଲେ ବାତ୍ୟା ମୋକା

ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାର୍କକୁ ନେଇ ପ୍ରତିଯୋଗିତାକୁ ଏଡାଇବା ପାଇଁ ସିବିଏସଇ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଡିଭିଜନକୁ ବାଦ ଦିଆଯାଇଛି । ମେରିଟ୍ ଲିଷ୍ଟ ମଧ୍ୟ ରହିବ ନାହିଁ ବୋଲି ସିବିଏସଇ ତରଫରୁ ଘୋଷଣା କରାଯାଇଛି । ବିଭିନ୍ନ ବିଷୟ ଗୁଡ଼ିକରେ ସର୍ବାଧିକ ମାର୍କ ରଖିଥିବା 0.1 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଜି ଅପରାହ୍ନରେ ସିବିଏସଇ ଦଶମ ରେଜଲ୍ଟ ମଧ୍ୟ ପ୍ରକାଶ ପାଇପାରେ ।

Last Updated : May 12, 2023, 12:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.