ETV Bharat / bharat

ପୁଣି ବଢିଲା କେଜ୍ରିଓ୍ୱାଲଙ୍କ ଟେନସନ୍, ଦିଲ୍ଲୀ ଶିକ୍ଷକ ନିଯୁକ୍ତି ଘୋଟାଲାର ହେବ CBI ତଦନ୍ତ - ଦିଲ୍ଲୀରେ ଶିକ୍ଷକ ନିଯୁକ୍ତି ଘୋଟାଲା

ଦିଲ୍ଲୀ ଶିକ୍ଷକ ନିଯୁକ୍ତି ଅନିୟମିତତାର ହେବ CBI ତଦନ୍ତ । ଜାଲ ପ୍ରମାଣପତ୍ରରେ ନିଯୁକ୍ତି ହୋଇଥିବା ନେଇ ରହିଛି ଅଭିଯୋଗ । ଅଧିକ ପଢନ୍ତୁ

ଦିଲ୍ଲୀ ଶିକ୍ଷକ ନିଯୁକ୍ତି ଅନିୟମିତତାର ହେବ CBI ତଦନ୍ତ

author img

By

Published : Jun 28, 2023, 5:45 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଶିକ୍ଷକ ନିଯୁକ୍ତି ଅନିୟମିତତାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ସଂସ୍ଥା ଏନେଇ ଏକ ମାମଲା ମଧ୍ୟ ରୁଜୁ କରିସାରିଛି । ଦିଲ୍ଲୀ ସରକାରଙ୍କ ସହାୟତାରେ ଏବଂ ବୈଦିକ ସଂସ୍କୃତ କୃଷି ଶିକ୍ଷା ସୋସାଇଟି ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି ।

ସିବିଆଇ ସୂତ୍ର ଅନୁଯାୟୀ ବୈଦିକ ସଂସ୍କୃତ କୃଷି ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ 18 ଟି ପଦବୀ ଖାଲି ଥିବା ବେଳେ 16ଜଣ ଶିକ୍ଷକ ନିଯୁକ୍ତ କରାଯାଇଛି । ଏଥିମଧ୍ୟରୁ ମୋଟ 6ଟି ନିଯୁକ୍ତିରେ ଜାଲ ପ୍ରମାଣପତ୍ର ବ୍ୟବହାର କରାଯାଇଥିବା ଅଭିଯୋଗ କରିଥିଲା ତଦନ୍ତକାରୀ ସଂସ୍ଥା । ଏଥିରେ ବିଦ୍ୟାଳୟର ପରିଚାଳନା କମିଟିର ତତ୍କାଳୀନ ଅଧ୍ୟକ୍ଷ କ୍ରିଷ୍ଣା ରାଣାଙ୍କ ସମ୍ପୃକ୍ତି ଥିବା ଦର୍ଶାଯାଇଛି । ଯାହାର ତଦନ୍ତ ଏବେ ଆରମ୍ଭ ହେବାକୁ ଯାଉଛି ।

ଦିଲ୍ଲୀ ସରକାରଙ୍କ ଅଡୁଆ କ୍ରମଶଃ ବଢିବାରେ ଲାଗିଛି । ଏକାଧିକ ମାମଲାରେ ଏବେ ଦିଲ୍ଲୀ ସରକାରର ଏକାଧିକ ମନ୍ତ୍ରୀ ଗିରଫ ହୋଇ ଜେଲରେ ଅଛନ୍ତି । ବହୁଚର୍ଚ୍ଚିତ ଅବକାରୀ ନୀତି ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ରହିଛନ୍ତି । ଅନ୍ୟତମ ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ ମଧ୍ୟ ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ମାମଲାରେ ତଦନ୍ତ ପରିସରରେ ଅଛନ୍ତି । ସିବିଆଇ କେଜ୍ରିଓ୍ବାଲଙ୍କୁ ମଧ୍ୟ ଜେରା କରିସାରିଛି ।

ଏହା ବ୍ୟତୀତ ଫିଡବ୍ୟାକ ୟୁନିଟ ଗଠନ କରି ସରକାରୀ ଅଧିକାରୀ, କର୍ମଚାରୀ ଓ ଅନ୍ୟ ରାଜନୈତିକ ଦଳଙ୍କ ଉପରେ ଗୁପ୍ତଚରଗିରି କରିବା ଅଭିଯୋଗର ମଧ୍ୟ ତଦନ୍ତ ହେଉଛି । ଅନ୍ୟପଟେ ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ପାଇଁ ମଧ୍ୟ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି । ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନର ନବୀକରଣ କାର୍ଯ୍ୟରେ ମଧ୍ଯ ଅନିୟମିତତା ହୋଇଥିବା ଅଭିଯୋଗର ମଧ୍ୟ ସିଏଜିଙ୍କ ଦ୍ବାରା ଅଡିଟ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏହି ତମାମ ସମସ୍ୟା ମଧ୍ୟରେ କେଜ୍ରିଓ୍ବାଲ ସରକାର ଝୁଲି ରହିଥିବା ବେଳେ କେନ୍ଦ୍ର ବିରୋଧରେ ଲଢେଇ ମଧ୍ୟ ଜାରି ରଖିଛି । କେନ୍ଦ୍ରୀୟ ଅଧ୍ୟାଦେଶକୁ ରାଜ୍ୟସଭାରେ ପାରିତ କରାଇ ନଦେବା ପାଇ ସମସ୍ତ ବିରୋଧୀଙ୍କ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.