ETV Bharat / bharat

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କଲା CBI

author img

By

Published : Apr 7, 2022, 7:20 AM IST

ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ସିବିଆଇ ଦ୍ବାରା ଗିରଫ । ଜେଜେ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କଲା CBI
ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କଲା CBI

ମୁମ୍ବାଇ: ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସିବିଆଇ ଗିରଫ କରିଛି । ସେ ଜେଜେ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ତାଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଦେଶମୁଖ ବାଥରୁମରେ ପଡିଯିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସିବିଆଇ ଦେଶମୁଖଙ୍କୁ ହେପାଜତକୁ ନେବା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ସହଯୋଗୀ କୁନ୍ଦନ ସିନ୍ଦେ, ସେକ୍ରେଟାରୀ ସଞ୍ଜୀବ ପଲାନ୍ଦେ ଓ ବହିଷ୍କୃତ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ବାଜେଙ୍କୁ ଗିରଫ କରିଥିଲା ।

ସୂଚନା ଅନୁଯାୟୀ, ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଏହି ମାମଲା ଅନ୍ୟ ଖଣ୍ଡପୀଠଙ୍କ ପାଖକୁ ନେବା ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏକ ଦୁର୍ନୀତି ମାମଲାରେ ସିବିଆଇ ଦେଶମୁଖଙ୍କୁ ହାଜତକୁ ନେବାକୁ କରିଥିବା ଏକ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଥିଲେ । ସିବିଆଇ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ବମ୍ବେ ହାଇକୋର୍ଟ ସିବିଆଇ ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଅଗ୍ରୀମ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାରରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାର ମାମଲା ରହିଛି । ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୁଦ୍ଧରେ ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଦେଶମୁଖ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପରେ ଗତବର୍ଷ ଏପ୍ରିଲରେ ସେ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.