ନୂଆଦିଲ୍ଲୀ: ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ । ଓଡିଶା ସମେତ ୭୬ଟି ସ୍ଥାନରେ ସିବିଆଇର ଚଢାଉ ଜାରି । ଆଜି(ମଙ୍ଗଳବାର) ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରେଡ୍ କରିଛି ସିବିଆଇ ।
ସୂଚନାଯୋଗ୍ୟ, ଶିଶୁ ଯୌନ ଶୋଷଣ ଅଭିଯୋଗ ଆଧାରରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ଚଣ୍ଡୀଗଡ, ମଧ୍ୟପ୍ରଦେଶ, ହାଇଦ୍ରାବାଦରେ ସିବିଆଇର ଯାଞ୍ଚ ଚାଲିଛି ।
ନଭେମ୍ବର ୧୪ ତାରିଖ ଦିନ ଅନଲାଇନରେ ଶିଶୁ ଯୌନ ଶୋଷଣ ସଂକ୍ରାନ୍ତୀୟ ୨୩ଟି ପୃଥକ ପୃଥକ ମାମଲା ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା । ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏହି ମାମଲା ଦାୟର ହୋଇଛି । ଏନେଇ ଆଜି ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଛାପା ମାରିଛି ସିବିଆଇ ।
ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ୭୬ଟି ସ୍ଥାନରେ ଟିମ୍ ମୁତୟନ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ସିବିଆଇ ଅଫିସର ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ