ETV Bharat / bharat

ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଘଟଣା, ୫ ଗିରଫ

author img

By

Published : Aug 8, 2021, 7:10 PM IST

ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟ କରିବା ଘଟଣାରେ CBI ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଉଚ୍ଚନ୍ୟାୟାଳୟ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଘଟଣା: ୫ ଗିରଫ

ଅମରାବତୀ: ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟ କରିବା ଘଟଣାରେ CBI ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ଆଜି(ରବିବାର) ୨ ଜଣଙ୍କୁ ଗିରଫ କରାଯାଇଛି । ସେହିପରି CBI ଦ୍ବାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯାଞ୍ଚ ଏଜେନ୍ସିକୁ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣାଙ୍କ କଡା ଟିପ୍ପଣୀର ପ୍ରଭାବ ବୋଲି କୁହାଯାଉଛି ।

କହିରଖୁଛୁ ଯେ, ମୁଖ୍ୟ ବିଚାରପତି ଏନଭି ରମଣା ଦୁଇ ଦିନ ତଳେ କହିଥିଲେ, ହାଇକୋର୍ଟ ଜଜ ଯେତେବେଳେ ଧମକ ମିଳିବାର ଅଭିଯୋଗ କରନ୍ତି, ସିବିଆଇ କିମ୍ବା ଆଇବି କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ନାହିଁ । ମୁଖ୍ୟ ବିଚାରପତି ଏହି ଟିପ୍ପଣୀ ଧନବାଦ(ଝାଡଖଣ୍ଡ) ଜିଲ୍ଲା ଜଜଙ୍କ ହତ୍ୟା ମାମଲାର ଶୁଣାଣି ଅବସସରେ ଶୁକ୍ରବାର କହିଥିଲେ । ସୂଚନା ମୁତାବକ, ଏହି ଆପତ୍ତିଜନକ ପୋଷ୍ଟ ପଛରେ ଥିବା ଚକ୍ରାନ୍ତର ଯାଞ୍ଚ ପାଇଁ ଆନ୍ଧ୍ର ଅଦାଲତ ଦ୍ବାରା ଅଭିଯୋଗ ୨ ବର୍ଷ ତଳେ କରାଯାଇଥିଲା । କିନ୍ତୁ, ବର୍ତ୍ତମାନ ଉକ୍ତ ଘଟଣାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.