ETV Bharat / bharat

ବଡ ପଦକ୍ଷେପ ନେଲେ ବିହାର ସରକାର, ଆରମ୍ଭ ହେଲା ଜାତିଭିତ୍ତିକ ଜନଗଣନା

author img

By

Published : Jan 7, 2023, 9:56 PM IST

ବିହାରରେ ଆରମ୍ଭ ହେଲା ଜାତିଭିତ୍ତିକ ଜନଗଣନା । ରାଜଧାନୀ ପାଟନାରୁ ହେଲା ଆରମ୍ଭ । ଦୁଇ ପର୍ଯ୍ୟାୟରେ ହେବ ଶେଷ (Cast Census in Bihar)। ଗତବର୍ଷ ଜୁନରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ । ଅଧିକ ପଢନ୍ତୁ

ଆଜି ଠାରୁ ବିହାରରେ ଆରମ୍ଭ ହେଲା ଜାତି ଭିତ୍ତିକ ଜନଗଣନା

ହାଇଦ୍ରାବାଦ: ବିହାରରେ ବହୁଚର୍ଚ୍ଚତ ଜାତିଭିତ୍ତିକ ଜନଗଣନା (Cast Census in Bihar) ଆଜି(ଜାନୁଆରୀ 7)ରୁ ଆରମ୍ଭ କରିଛନ୍ତି ନୀତିଶ କୁମାର ସରକାର । ଏହି ଗଣନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଖର୍ଚ୍ଚ ଅଟ୍ଟକଳ କରାଯାଇଛି । ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ ଶେଷ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ 21ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ମାସରେ ଆରମ୍ଭ ହୋଇ ମେ 31 ତାରିଖ ସୁଦ୍ଧା ଶେଷ କରିବାକୁ ବିହାର ସରକାର ଲକ୍ଷ୍ୟ ରଖିଛନ୍ତି ।

ଆଜି ବିହାରର ରାଜଧାନୀ ପାଟନା ସ୍ଥିତ ପାଟଲିପୁତ୍ର ଜୋନର ୱାର୍ଡ ନମ୍ବର 27ରେ ବ୍ୟାଙ୍କ ରୋଡରୁ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ଏହି ଗଣତି ପ୍ରକ୍ରିୟାକୁ ଶୁଭାରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ଶେଷ ହେବାକୁ 5 ମାସ ସମୟ ଲାଗିବାକୁ ଥିବା ବେଳେ ଏଥିରେ ଜିଲ୍ଲା ଶିକ୍ଷକ, ଅଙ୍ଗନୱାଡି ଏବଂ ଅନ୍ୟ ସରକାରୀ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ତେବେ ଆଜି ରାଜଧାନୀ ପାଟନାରୁ ଆରମ୍ଭ ହୋଇଥିବା ଏହି ଗଣତି ପ୍ରକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି ।

ଜାତି ଭିତ୍ତିକ ଜନଗଣନା ସର୍ଭେ ପାଇଁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ପଞ୍ଚାୟତ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆଠ ସ୍ତରୀୟ ସର୍ଭେ ଅଧୀନରେ ଏକ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ୍ ତଥ୍ୟ ସଂଗ୍ରହ କରାଯିବ । ଏହି ଆପରେ ବ୍ୟକ୍ତିର ଅବସ୍ଥାନ, ଜାତି, ପରିବାରର ସଦସ୍ୟଙ୍କ ସଂଖ୍ୟା, ସେମାନଙ୍କର ବୃତ୍ତି ଏବଂ ବାର୍ଷିକ ଆୟ ସମ୍ପର୍କିତ ସବିଶେଷ ବିବରଣୀ ଉପଲବ୍ଧ ହେବା ନେଇ ମଧ୍ୟ ବ୍ୟବସ୍ଥା ରହିଛି ।

ତେବେ ଦେଶରେ ପ୍ରଥମ ଜାତି ଭିତ୍ତିକ ଜନଗଣନା 1931 ମସିହାରେ କରାଯାଇଥିଲା, କିନ୍ତୁ ଏହା ପ୍ରକାଶିତ ହୋଇନଥିଲା । ସେତେବେଳେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟ ଭାରତ ଅଂଶ ଥିଲା । ସେହିପରି ସେତେବେଳେ ଦେଶର ମୋଟ ଜନସଂଖ୍ୟା ପ୍ରାୟ 30 କୋଟି ଥିଲା । 1931 ଜନଗଣନା ଅନୁସାରେ ଦେଶରେ ଅନ୍ୟାନ୍ୟ ପଛୁଅ ବର୍ଗ (ଓବିସି) ଜନସଂଖ୍ୟା ପ୍ରାୟ 52 ପ୍ରତିଶତ ବୋଲି ଆକଳନ କରାଯାଇଥିଲା । ଏହା ପରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର 2011 ରେ ଏକ ସାମାଜିକ-ଅର୍ଥନୈତିକ ଏବଂ ଜାତି ଜନଗଣନା କରିଥିଲେ, କିନ୍ତୁ ଏଥିରେ ଜାତି ଆଧାରିତ ତଥ୍ୟ ପ୍ରକାଶ ପାଇନଥିଲା ।

ଜାତିଭିତ୍ତିକ ଜନଗଣନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିହାର ବିଧାନସଭାରେ 2018 ଏବଂ 2019 ରେ ଏହା ସପକ୍ଷରେ ଦୁଇଟି ସଙ୍କଳ୍ପ ପାରିତ ହୋଇଥିଲା । ଏହାପରେ 2022 ମସିହା ଜୁନରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକରେ ଏହାକୁ ନେଇ ସମ୍ମତି ପ୍ରକାଶ ପାଇଥିଲା । ସର୍ବଦଳୀୟ ବୈଠକରେ ଏନେଇ ଗ୍ରୀନ ସିଗନାଲ ମିଳିବା ପରେ ରାଜ୍ୟରେ ଖୁବଶୀଘ୍ର ଜାତି ଭତ୍ତିକ ଜନଗଣନା ନେଇ ପଥ ପରିଷ୍କାର ହୋଇଥିଲା । ଯାହା ବିଧିବଦ୍ଧ ଭାବେ ଆଜି ଠାରୁ ଆରମ୍ଭ ହୋଇଛି । ବିହାର ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ 204 ଜାତି ଚିହ୍ନଟ କରାଯାଇଥିଲା ଯେଉଁଥିରେ 113 ଅତି ପଛୁଆ , 30ଟି ପଛୁଆ, 32 ଅନୁସୂଚୀତ (SC), 32 ଜନଜାତି (ST) ଏବଂ 7 ସାଧାରଣ ବର୍ଗର ଜାତି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.