ETV Bharat / bharat

କଲର୍ଭଟରେ ପିଟି ହୋଇ ଜଳିଗଲା କାର, 7 ଜୀବନ୍ତ ଦଗ୍ଧ

author img

By

Published : Dec 5, 2021, 9:02 PM IST

Updated : Dec 5, 2021, 10:24 PM IST

ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲାରେ କଲର୍ଭଟକୁ ଧକ୍କା ଦେବା ପରେ କାରରେ ନିଆଁ ଲାଗି 7 ଜୀବନ୍ତ ଦଗ୍ଧ । ମୃତକଙ୍କ ମଧ୍ୟରେ ରହିଛି ଜଣେ ଶିଶୁ । ଅନ୍ୟ ୩ ଗୁରୁତର ଅବସ୍ଥାରେ ଉଦ୍ଧାର । ଅଧିକ ପଢନ୍ତୁ

କଲର୍ଭଟରେ ପିଟି ହୋଇ ଜଳିଗଲା କାର, 6 ଜୀବନ୍ତ ଦଗ୍ଧ
କଲର୍ଭଟକୁ ପିଟିହୋଇ ଜଳିଗଲା କାର, ୬ ଜୀବନ୍ତ ଦଗ୍ଧ

ଅମରାବତୀ: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଅତିପଲ୍ଲୀ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ମୃତ । କଲଭର୍ଟରେ ପିଟିହୋଇ କାର ଜଳିଯିବା ଫଳରେ କାରରେ ଥିବା ୬ଜଣ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇବା ସହ ୩ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି । ୩ ଆହତଙ୍କୁ ଉଦ୍ଧାର କରି ତିରୁପତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମଧ୍ୟ ଜଣାପଡିଛି ।

କଲର୍ଭଟରେ ପିଟି ହୋଇ ଜଳିଗଲା କାର, 6 ଜୀବନ୍ତ ଦଗ୍ଧ

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତକମାନେ ସମ୍ପର୍କୀୟ ହୋଇଥିବାବେଳେ ବିଜୟାନଗର ଜିଲ୍ଲାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । AP 39 HA 4003 ନମ୍ବର ବିଶିଷ୍ଟ ଏକ କାରରେ ଏମାନେ ଯାତ୍ରା କରୁଥିବାବେଳେ କାରଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି । ଧକ୍କା ହେବା ପରେ କାରର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ 6ଜଣ ଘଟଣାସ୍ଥଳରେ ହିଁ ଜୀବନ୍ତ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟ ଆହତମାନେ ଚିକିତ୍ସିତ ହେଉଥିବାବେଳେ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2021, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.