ETV Bharat / bharat

ଭାରତ ସହ କାନାଡା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ: କାନାଡ଼ା ପ୍ରତିରକ୍ଷାମନ୍ତ୍ରୀ - ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟା ମାମଲା

ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ- କାନାଡା ମଧ୍ୟରେ ସମ୍ପର୍କ ତିକ୍ତତା ଆଡକୁ ଗତି କରୁଥିବା ବେଳେ ଏହା ମଧ୍ୟରେ ଏକ ବଡ ବୟାନ ଜାରି କରିଛନ୍ତି କାନାଡା ପ୍ରତିରକ୍ଷାମନ୍ତ୍ରୀ ବିଲ୍ ବ୍ଲାଏର। ଭାରତ- କାନାଡା ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ବିଲ୍ ବ୍ଲାଏର।

ଭାରତ ସହ କାନାଡା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ
ଭାରତ ସହ କାନାଡା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ
author img

By ETV Bharat Odisha Team

Published : Sep 25, 2023, 10:37 AM IST

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ-କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତତା ଆଡ଼କୁ ଗତି କରୁଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ବୟାନ ଜାରି କରିଛନ୍ତି କାନାଡ଼ା ପ୍ରତିରକ୍ଷାମନ୍ତ୍ରୀ ବିଲ୍ ବ୍ଲାଏର । ଭାରତ- କାନାଡ଼ା ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ବିଲ୍ ବ୍ଲାଏର । ନିଜ୍ଜର ହତ୍ୟା ମାମଲାର ତଦନ୍ତ ଚାଲିଥିବା ମଧ୍ୟରେ ଭାରତ ସହ ଇଣ୍ଡୋ-ପାସିଫିକ ନୀତି(ଭାରତ- ପ୍ରଶାନ୍ତ ମହାସାଗର) ନୀତି ଜାରି ରହିବ ବୋଲି ସେ କହିଛନ୍ତି ।

ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡା ସମ୍ପର୍କ ମଧ୍ୟରେ ଫାଟ ଦେଖାଯାଇଛି । ନିଜ୍ଜର ହତ୍ୟା ପଛରେ ଭାରତର ସମ୍ପୃକ୍ତି ନେଇ କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ ଆଣିବା ପରେ ବିବାଦ ଜୋର ଧରିଛି ।ଏହି ବିବାଦୀୟ ସ୍ଥିତି ମଧ୍ୟରେ ରବିବାର ଦିନ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ ଏନେଇ ଆଲୋଚନା କରିଛନ୍ତି କାନାଡା ପ୍ରତିରକ୍ଷାମନ୍ତ୍ରୀ ବିଲ୍ ବ୍ଲାଏର। ଏହି ସମୟରେ ସେ ଭାରତ-କାନାଡା ମଧ୍ୟରେ ଥିବା ସମ୍ପର୍କକୁ ବେଶ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ।

ସେ କହିଛନ୍ତି ଯେ, "ନିଜ୍ଜାର ହତ୍ୟା ଅଭିଯୋଗର ଯାଞ୍ଚ ଚାଲିଥିବା ବେଳେ ଭାରତ ସହ ସମ୍ପର୍କ ମଧ୍ୟ ଆଗକୁ ବଢ଼ିଚାଲିବ । ଦୁଇ ଦେଶ ମଧ୍ୟରେ ଇଣ୍ଡୋ-ପାସିଫିକ (ଭାରତ- ପ୍ରଶାନ୍ତ ମହାସାଗର) ରଣନୀତି ଭଳି ସହଭାଗିତା ଜାରି ରହିବ । ଇଣ୍ଡୋ-ପାସିଫିକ୍‌ ରଣନୀତି ଏବେବି କାନାଡ଼ା ପାଇଁ ବେଶ ମହତ୍ୱପୂର୍ଣ୍ଣ ଅଟେ । ଏହି ରଣନୀତି ଦ୍ୱାରା ଦେଶରେ ସୈନ୍ୟ ଉପସ୍ଥିତି ବୃଦ୍ଧି ପାଇବ ।"

ଆଉମଧ୍ୟ ପଢନ୍ତୁ..India vs Canada: କାନାଡାରେ ହିନ୍ଦୁଙ୍କୁ ଧମକ ଘଟଣା, ନିନ୍ଦା କଲେ ବିରୋଧୀ ଦଳ ନେତା

ସେ ଆଉ ମଧ୍ୟ କହିଛନ୍ତି, "ଭାରତ ସହ କାନାଡ଼ାର ସମ୍ପର୍କ ନିଜ୍ଜାର ମାମଲାକୁ ନେଇ ଚାଲେଞ୍ଜିଂ ମୁଦ୍ଦା ହୋଇପାରେ । କିନ୍ତୁ ଆମ ଦାୟିତ୍ୱ ହେଉଛି ଆଇନକାନୁନର ପାଳନ କରିବା ଓ ନିଜ ନାଗକିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା । ଏଥିସହ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଘଟଣାର ପ୍ରକୃତ ସତ ସାମ୍ନାକୁ ଆଣିବା । ତେବେ ଅଭିଯୋଗ ଯଦି ସତ ସାବ୍ୟସ୍ତ ହୁଏ ତେବେ କାନାଡା ମାଟିରେ କାନାଡା ନାଗରିକଙ୍କୁ ହତ୍ୟା ଦେଶର ସାର୍ବଭୋମତ୍ୱର ଉଲ୍ଲଂଘନ ହୋଇଛି ଓ କାନାଡ଼ା ପାଇଁ ଏହା ବଡ଼ ଚିନ୍ତାର କାରଣ ଅଟେ ।"

ଆଉମଧ୍ୟ ପଢନ୍ତୁ.. Indo-Canadian fallout: ଦୁଇ ଦେଶ ମଧ୍ୟରେ ଘନଉଛି ତିକ୍ତତା, ପ୍ରଭାବିତ ହେବ କୃଷି ଏବଂ ଖାଦ୍ୟ ସୁରକ୍ଷା

ସୂଚନାଯୋଗ୍ୟ, ଗତ 19 ତାରିଖରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଚିନ ଟ୍ରୁଡୋ । ଯାହାପରେ ଦୁଇ ଦେଶ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ବିରୁଦ୍ଧରେ ଉଭୟ ଦେଶର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କାନାଡ଼ା ସରକାର ପ୍ରଥମେ ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ । ଏହାପରେ ଭାରତ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡା କୁଟନୀତିଜ୍ଞ କାମରେନ ମାକେଙ୍କୁ ବହିଷ୍କାର କରିଥିଲେ । ଏହାପରେ ଭାରତ ଆସୁଥିବା କାନାଡା ନାଗରିକ ପାଇଁ ନୂଆ ଟ୍ରାଭେଲ ଆଡଭାଇଜରୀ ଜାରି କରିଥିଲେ କାନାଡା ସରକାର । ଭାରତ ମଧ୍ୟ ତାର ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ଓ କାନାଡା ନାଗରିକଙ୍କ ପାଇଁ ଭିସା ବାତିଲ କରିଥିଲା । ତେବେ ଏଭଳି ବିବାଦୀୟ ସ୍ଥିତି ମଧ୍ୟରେ କାନାଡା ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଶୁଭ ସଙ୍କେତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.