ETV Bharat / bharat

ଛାଡ଼ପତ୍ର ପାଇଁ ଆସିଥିଲେ ଦମ୍ପତି, ବୁଝାମଣା ପାଇଁ ପୁରୀ ପଠାଇଲେ ବିଚାରପତି

author img

By

Published : Aug 12, 2022, 11:01 PM IST

ଛାଡ଼ପତ୍ର ପାଇଁ ଆସିଥିବା ଦମ୍ପତିଙ୍କୁ ଆପୋଷ ବୁଝାମଣା ପାଇଁ ପୁରୀ ପଠାଇଲେ ବିଚାରପତି । ଏଭଳି ଏକ ଘଟଣା କୋଲକାତାରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଛାଡ଼ପତ୍ର ପାଇଁ ଆସିଥିଲେ ଦମ୍ପତି, ବୁଝାମଣା ପାଇଁ ପୁରୀ ପଠାଇଲେ ବିଚାରପତି
ଛାଡ଼ପତ୍ର ପାଇଁ ଆସିଥିଲେ ଦମ୍ପତି, ବୁଝାମଣା ପାଇଁ ପୁରୀ ପଠାଇଲେ ବିଚାରପତି

କୋଲକାତା: ଛାଡ଼ପତ୍ର ପାଇଁ ଆସିଥିବା ଦମ୍ପତିଙ୍କୁ ଆପୋଷ ବୁଝାମଣା ପାଇଁ ପୁରୀ ପଠାଇଲେ ବିଚାରପତି । ଏଭଳି ଏକ ଘଟଣା କୋଲକାତାରେ ଦେଖିବାକୁ ମିଳିଛି । କୋଲକାତା ହାଇକୋର୍ଟର ଜଲପାଇଗୁଡ଼ି ସର୍କିଟ ଖଣ୍ଡପୀଠ ଜଣେ ଦମ୍ପତିଙ୍କ ବିବାହ ବନ୍ଧନ ଭାଙ୍ଗିବାରୁ ବଞ୍ଚାଇବାକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଖାଲି ସେତିକି ନୁହେଁ ବିଚାରପତି ଦମ୍ପତିଙ୍କ ପାଇଁ ହାଇକ୍ଲାସ ଟିକଟ ମଧ୍ୟ ବୁକ୍‌ କରାଇଛନ୍ତି । ଏଠାରେ ଜଣେ ଦମ୍ପତି ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଫଳରେ ସେମାନଙ୍କ ଅଲିଅଳି ସନ୍ତାନର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଅତିଷ୍ଠ ହୋଇ ଉଭୟେ ଜଲପାଇଗୁଡ଼ି ସର୍କିଟ ଖଣ୍ଡପୀଠଙ୍କ ନିକଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।

ଦୁଇପକ୍ଷଙ୍କ ଠାରୁ ଶୁଣିବା ପରେ ବିଚାରପତି ଦମ୍ପତିଙ୍କୁ ପୁରୀ ଯାଇ କିଛି ସମୟ ବିତାଇବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ପାଇଁ ଭିଆଇପି କୋଟାରେ ଟିକେଟ ବୁକ୍‌ କରାଇଦେଇଛନ୍ତି । ଅଗଷ୍ଟ ୧୩ ତାରିଖରେ ଦମ୍ପତି ପୁରୀ ଯାଇ ଅଗଷ୍ଟ ୧୭ ତାରିଖରେ ଫେରିବେ । ଏହାସହ ତୁରନ୍ତ ସେମାନଙ୍କ ପୁଅକୁ ପାଠ ପଢ଼ିବା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସେପ୍ଟେମ୍ବର ୨ ତାରିଖରୁ ଏହି ମାମଲାର ଶୁଣାଣି ହୋଇ ଆସୁଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.