ETV Bharat / bharat

ଦେଶରେ ପ୍ରତିଷ୍ଠା ହେବ 157 ନର୍ସିଂ କଲେଜ, ଖର୍ଚ୍ଚ ହେବ 1570 କୋଟି

author img

By

Published : Apr 26, 2023, 10:57 PM IST

ଦେଶରେ 157 ନର୍ସିଂ କଲେଜ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ । ଖର୍ଚ୍ଚ ହେବ 1570 କୋଟି । ଦୁଇ ବର୍ଷରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

ଦେଶରେ ଖୋଲିବ 157 ନର୍ସିଂ କଲେଜ, ଖର୍ଚ୍ଚ ହେବ 1570 କୋଟି

ନୂଆଦିଲ୍ଲୀ: ଦେଶରେ ଖୋଲିବାକୁ ଯାଉଛି 157 ଟି ନୂତନ ନର୍ସିଂ କଲେଜ । ଏଥିପାଇଁ ମୋଟ 1570 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଜି ଏହି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ଏହି ନିଷ୍ପତ୍ତି ଦେଶରେ ନର୍ସିଂ ପ୍ରଫେସନାଲଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ଗୁଣାତ୍ମକ, ସୁଲଭ ନର୍ସିଂ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେବା ନେଇ ମନ୍ତ୍ରଣାଳୟ କହିଛି । ଏଥିପାଇଁ ମୋଟ 1570 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଯୋଜନା ରଖାଯାଇଛି ।

କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, କେନ୍ଦ୍ର ସରକାର ଗ୍ରହଣ କରିଥିବା ଏହି ନିଷ୍ପତ୍ତି ଅନୁସାରେ, ଆସନ୍ତା 24 ମାସ ମଧ୍ୟରେ ଏହି ସମସ୍ତ 157 ନର୍ସିଂ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହା ଫଳରେ ଦେଶରେ ପ୍ରତିବର୍ଷ ପ୍ରାୟ 15,700 ନର୍ସିଂ ଗ୍ରାଜୁଏଟ ସୃଷ୍ଟି ହେବେ । ଯାହା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ନେଇ ଆଶା କରାଯାଉଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୌଗୋଳିକ ଏବଂ ଗ୍ରାମୀଣ-ସହରାଞ୍ଚଳ ମଧ୍ୟରେ ଥିବା ଅସନ୍ତୁଳନକୁ ଦୂର କରିବା ଏହି ନିଷ୍ପତ୍ତି ପ୍ରଭାବୀ ଭାବେ କାର୍ଯ୍ୟ କରିବ । ସେହିପରି ଏହି ନର୍ସିଂ କଲେଜଗୁଡ଼ିକର ପ୍ରତିଷ୍ଠା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଉପଲବ୍ଧତାକୁ ମଧ୍ୟ ବୃଦ୍ଧି କରିବ । ୟୁନିଭର୍ସାଲ୍ ହେଲ୍ଥ କେୟାର(UHC) ମିଶନ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନ୍ୟାସନାଲ ସ୍କିଲ୍ ଡେଭଲପ୍‌ମେଣ୍ଟ କର୍ପୋରେସନ୍ (NSDC) ଅଗ୍ରଣୀ ଅନ୍ତର୍ଜାତୀୟ ତଥା ଜାତୀୟ ଏଜେନ୍ସିଗୁଡିକ ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭାରତରେ ନର୍ସିଂ ଶିକ୍ଷା ଶେଷ କରିଥିବା ନର୍ସଙ୍କୁ ବିଦେଶରେ ମଧ୍ୟ ଉଚ୍ଚମାନର ହସ୍ପିଟାଲରେ କାର୍ଯ୍ୟ କରିବାର ଅବସର ମିଳିପାରିବ ।

ପ୍ରତିଷ୍ଠା ହେବାକୁ ଥିବା ଏହି ନର୍ସିଂ କଲେଜଗୁଡ଼ିକରେ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ସ୍କିଲ୍ଡ ଲାବୋରେଟୋରୀ, କ୍ଲିନିକାଲ୍ ସୁବିଧା ସହ ଉଚ୍ଚମାନର ପ୍ରଶିକ୍ଷକ କାର୍ଯ୍ୟ କରିବେ । ଏହି ନର୍ସିଂ କଲେଜଗୁଡ଼ିକରେ ଗ୍ରୀନ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ କରାଯିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସରକାର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଯୋଜନା କରିଛନ୍ତି । ଦେଶର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ । କେଉଁ ରାଜ୍ୟକୁ କେତୋଟି କଲେଜ ମିଳିବ ସେନେଇ କୌଣସି ସୂଚନା ମିଳିିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.