ETV Bharat / bharat

By Elections 2022: ଆଜି 4 ରାଜ୍ୟରେ ଉପନିର୍ବାଚନ, ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା

ନିକଟରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି (ମଙ୍ଗଳବାର) 4ଟି ରାଜ୍ୟରେ ଆରମ୍ଭ ହୋଇଛି ଉପନିର୍ବାଚନ । ଗୋଟିଏ ଲୋକସଭା ଏବଂ 4ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ଉପନିର୍ବାଚନ । ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଆସନ ଓ ଗୋଟିଏ ବିଧାନସଭା ଆସନରେ ଚାଲିଛି ମତଦାନ । ଏହାସହିତ ବିହାର, ଛତିଶଗଡ ଓ ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ପଡୁଛି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Apr 12, 2022, 2:20 PM IST

Updated : Apr 13, 2022, 6:08 AM IST

ଆଜି 4 ରାଜ୍ଯରେ ଉପନିର୍ବାଚନ
ଆଜି 4 ରାଜ୍ଯରେ ଉପନିର୍ବାଚନ

ନୂଆଦିଲ୍ଲୀ: ନିକଟରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି (ମଙ୍ଗଳବାର) 4ଟି ରାଜ୍ୟରେ ଆରମ୍ଭ ହୋଇଛି ଉପନିର୍ବାଚନ । ଗୋଟିଏ ଲୋକସଭା ଏବଂ 4ଟି ବିଧାନସଭା ଆସନରେ ଉପନିର୍ବାଚନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଆସନ ଓ ଗୋଟିଏ ବିଧାନସଭା ଆସନରେ ଚାଲିଛି ମତଦାନ ।

ସେହିପରି ବିହାର, ଛତିଶଗଡ ଓ ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ପଡୁଛି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ମତଦାନ ଆରମ୍ଭ ହେବା ସହିତ ବିଜେପି ପ୍ରାର୍ଥୀଙ୍କ କାର ଉପରକୁ ଏବଂ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ବଙ୍ଗର ବାଲିଗଞ୍ଜ ସମେତ ଛତିଶଗଡର ଖାଇରାଗଡ, ବିହାରର ବୋଚାହାନ ଏବଂ ମହାରାଷ୍ଟ୍ରର କୋଲହାପୁର ଉତ୍ତରରେ ଉପ-ନିର୍ବାଚନ ପାଇଁ ମତଦାନ ଚାଲିଛି ।

ପଶ୍ଚିମବଙ୍ଗ...

  • ପଶ୍ଚିମବଙ୍ଗର ଆସନସୋଲ ଆସନରେ ପୂର୍ବରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଜିତିଥିଲେ ବାବୁଲ ସୁପ୍ରିୟୋ। ପରେ ସେ ଟିଏମ୍‌ସିରେ ମିଶିବା ପରେ ଏହି ଆସନ ଖାଲି ପଡିଥିଲା। ଏହାପରେ ଟିଏମ୍‌ସି ସୁପ୍ରିମୋ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଏହି ଆସନରୁ ଲଢ଼ିବା ପାଇଁ ଟିକେଟ୍‌ ଦେଇଥିଲେ। ଶତ୍ରୁଘ୍ନଙ୍କୁ ଟକ୍କର ଦେବା ପାଇଁ ବିଜେପି ଅଗ୍ନିମିତ୍ରା ପଲ୍‌ଙ୍କୁ ଏଠାରେ ପ୍ରାର୍ଥୀ କରିଛି।
  • ନିର୍ବାଚନ ସମୟରେ ହିଂସା ଦେଖା ଦେଇଛି । ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ଅଗ୍ନିମିତ୍ରା ପଲ୍‌ଙ୍କ ଉପରେ ତୃଣମୂଳ କଂଗ୍ରେସର କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
  • ଟିଏମ୍‌ସି ସମର୍ଥକମାନେ ଲୋକଙ୍କୁ ଭୋଟ୍‌ ଦେବାରେ ବାଧା ଦେଉଛନ୍ତି । ପୋଲିସ ଏଠି ମୁକ ପାଲଟିଥିବା ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ନିର୍ବାଚନ କମିଶନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆକ୍ସନ ରିପୋର୍ଟ ମାଗିଛନ୍ତି ।

ବିହାର...

  • ବିହାରର ମୁଜାଫରପୁର ଜିଲ୍ଲା ବୋଚାହାନ ବିଧାନସଭା ଆସନକୁ ଉପ-ନିର୍ବାଚନରେ ​​ମୋଟ 2.90 ଲକ୍ଷ ଭୋଟର 13 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣ ମହିଳା ଅଛନ୍ତି। ବିଧାୟକ ମୁସାଫିର ପାସୱାନଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଉଛି । ଏହି ଆସନରୁ ବଲିଉଡ ସେଟ ଡିଜାଇନରରୁ ରାଜନେତା ପାଲଟିଥିବା ମୁକେଶ ସାହାଣି ଲଢୁଛନ୍ତି । ତାଙ୍କ ବିପକ୍ଷରେ ଗୀତା ଦେବୀ ଅଛନ୍ତି ଯାହାଙ୍କ ବାପା ରାମାଇ ରାମ 2020 ବିଧାନସଭା ନିର୍ବାଚନରେ ଆରଜେଡି ପ୍ରାର୍ଥୀ ଥିଲେ ।

ଛତିଶଗଡ...

  • ଛତିଶଗଡର ଖାଇରାଗଡ ବିଧାନସଭା ଆସନରୁ ଶାସକ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ସିଧାସଳଖ କଡ୍ଡା ଟକ୍କର ହୋଇଛି । ଏହି ଆସନରୁ ମୋଟ 10 ଜଣ ପ୍ରାର୍ଥୀ ରହିଛନ୍ତି । ପୂର୍ବତନ ସାଂସଦ ଦେବରାତ ସିଂଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି ।
  • ସ୍ବର୍ଗତ ଅଜିତ ଯୋଗୀଙ୍କ ନେତୃତ୍ବାଧୀନ ପାର୍ଟି ଜେସିସି (ଜନତା କଂଗ୍ରେସ ଛତିଶଗଡ) ରାଜନୀତିରେ ପାଦ ଥାପିବା ପରେ 2018 ବିଧାନସଭା ନିର୍ବାଚନରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । 90 ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଜେସିସି ପାଞ୍ଚଟି ଆସନ ହାତେଇ ଥିବାବେଳେ ଏଥି ମଧ୍ୟରେ ଖାଇଅରଗଡ ଥିଲା।

ମହାରାଷ୍ଟ୍ର...

  • ଡିସେମ୍ବର 2021 ରେ କଂଗ୍ରେସର ଚନ୍ଦ୍ରକାନ୍ତ କଦାମଙ୍କ ମୃତ୍ୟୁ ପରେ ଉତ୍ତର କୋଲହାପୁର ବିଧାନସଭାରେ ଆସନ ଖାଲି ପଡିଥିଲା। 2019 ନିର୍ବାଚନରେ ଯାଦବ ଶିବସେନାର ରାଜନ କ୍ଷୀରସାଗରଙ୍କୁ ପରାସ୍ତ କରିଥିଲେ ।
  • କଂଗ୍ରେସ କଦାମଙ୍କ ପତ୍ନୀ ଜୟଶ୍ରୀ ଏବଂ ବିଜେପି ମୁଖପାତ୍ର ଧନଞ୍ଜୟ ମହାଦିକଙ୍କ ଭଣଜା ସତ୍ୟଜିତ୍ ଶିବାଜୀ କଦାମଙ୍କୁ ପ୍ରାର୍ଥୀ କରିଛି। ଏପ୍ରିଲ 16 ରେ ଫଳାଫଳ ଘୋଷଣା ହେବ ।

Last Updated : Apr 13, 2022, 6:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.