ETV Bharat / bharat

Tomatoes free with smartphone: ସ୍ମାର୍ଟଫୋନ କିଣିଲେ 2 କେଜି ଟମାଟୋ ଫ୍ରି

author img

By

Published : Jul 8, 2023, 8:15 PM IST

ସାରା ଦେଶରେ ଟମାଟୋ ଦର ଆକାଶ ଛୁଆଁ । ଭୋପାଳର ଏକ ମାବାଇଲ ଶୋ’ରୁମ ଘୋଷଣା କଲା ମଜାଳିଆ ଅଫର । ସ୍ମାର୍ଟଫୋନ କିଣିଲେ 2 କେଜି ଟମାଟୋ ଫ୍ରି । ଅଧିକ ପଢନ୍ତୁ

Tomatoes free with smartphone: ସ୍ମାର୍ଟଫୋନ କିଣିଲେ 2 କେଜି ଟମାଟୋ ଫ୍ରି
Tomatoes free with smartphone: ସ୍ମାର୍ଟଫୋନ କିଣିଲେ 2 କେଜି ଟମାଟୋ ଫ୍ରି

ଭୋପାଳ: ସମଗ୍ର ଦେଶରେ ଏବେ ପରିବା ଦର ଆକାଶ ଛୁଆଁ । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଟମାଟୋ ସଙ୍କଟ ଦେଖିବାକୁ ମିଳୁଛି । ବଜାରର ଆବଶ୍ୟକତା ଅନୁସାରେ ଟମାଟୋ ଉପଲବ୍ଧ ନଥିବା କାରଣରୁ କେଉଁଠି ଦର କେଜି ପିଚ୍ଛା 160 ତ କେଉଁଠି 180 । ଏହାରି ମଧ୍ୟରେ ଭୋପାଳର ଏକ ମୋବାଇଲ ଶୋ’ରୁମ ଆଣିଛି ମଜାଳିଆ ଅଫର । ଗ୍ରାହକଙ୍କୁ ଅଫର କରୁଛି ଟମାଟୋ । ନୂଆ ସ୍ମାର୍ଟଫୋନ କିଣିଲେ ମିଳୁଛି 2 କେଜି ଟମାଟୋ ଫ୍ରି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଭୋପାଲର ଅଶୋକ ନଗରରେ ଥିବା ଏହି ମୋବାଇଲ ଶୋ’ରୁମ ଏହି ମଜାଳିଆ ଅଫର ଘୋଷଣା କରିଛି । ସ୍ମାର୍ଟଫୋନ କିଣୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ 2 କେଜିର ଟମାଟୋ ଦିଆଯାଉଥିବାର ଫଟୋ ଓ ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗ୍ରାହକମାନେ ମଧ୍ୟ ମୋବାଇଲ କିଣିବା ସମୟରେ ଫ୍ରି ଟମାଟୋ ଗ୍ରହଣ କରି ଫଟୋ ଉଠାଉଛନ୍ତି । ତେବେ ଶୋ’ ରୁମର ମାଲିକ ଅଭିଶେକ ଅଗ୍ରଓ୍ବାଲ କହିଛନ୍ତି, ଏହି ଘୋଷଣା ପରେ ଗ୍ରାହକମାନେ ମୋବାଇଲ କିଣି ଟମାଟୋ ସହ ଫଟୋ ଉଠାଇବାକୁ ପସନ୍ଦ କରୁଛନ୍ତି । ଦେଶରେ ଏବେ ଟମାଟୋ ସଙ୍କଟ ବେଳେ ମୋବାଇଲ ଶୋ’ରୁମ ପକ୍ଷରୁ ଏହି ମହଙ୍ଗା ମାଡକୁ ବିଜ୍ଞାପନ ଭାବେ ବ୍ୟବହାର କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-ଆକାଶ ଛୁଆଁ ଦର, 82ଟି ଦୋକାନରେ ରିହାତିରେ ଟମାଟୋ ବିକ୍ରି ଆରମ୍ଭ

ଦେଶର ଏବେ ବିଭିନ୍ନ ରାଜ୍ୟରେ ଟମାଟୋ ସଙ୍କଟ ଦେଖିବାକୁ ମିଳୁଛି । ବଜାରରେ ଆବଶ୍ଯକ ପରିମାଣରେ ଟମାଟୋ ନାହିଁ । ଦର ଏବେ ଆକଶଛୁଆଁ । ତାମିଲନାଡୁ ପରି ରାଜ୍ଯରେ ଏବେ ସରକାର ସବସିଡ ଦରରେ ଟମାଟୋ ବିକ୍ରି କରୁଛନ୍ତି । କିଲୋ ପିଚ୍ଛା ମାତ୍ର 60 ଟଙ୍କାରେ ରାଜ୍ୟ ସମବାୟ ବିଭାଗ ରାଜଧାନୀ ଚେନ୍ନାଇ ସମେତ ଅନ୍ୟ କିଛି ଅଞ୍ଚଳରେ ଟମାଟୋ ବିକ୍ରି କରୁଛି । ସେହିପରି ଅନ୍ୟ କିଛି ସ୍ଥାନରେ ମଧ୍ୟ ଦର ହ୍ରାସ ନପାଇବା ଯାଏ ରିହାତି ମୂଲ୍ୟରେ ଟମାଟୋ ଯୋଗାଇ ଦେବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ କହିଛନ୍ତି ।

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଟମାଟୋ ସଙ୍କଟ ଲାଗି ରହିଛି । ମୌସୁମୀଜନିତ ପ୍ରବଳ ବର୍ଷା ଓ ଏକାଧିକ କାରଣରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା କାରଣରୁ ବଜାରରେ ଏପରି ଅଭାବ ଦେଖିବାକୁ ମିଳିଛି । ପ୍ରାୟ ସମସ୍ତ ରାଜ୍ୟରେ ଟମାଟୋର ବ୍ୟବହାର ବହୁଳ ଭାବେ ହେଉଥିବା ବେଳେ ଟମାଟୋ ସଙ୍କଟ ଏବେ ଗ୍ରାହକଙ୍କୁ ପ୍ରଭାବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.