ETV Bharat / bharat

୧୨ ବର୍ଷ ପରେ ଫେରିବ ପୁଅ, ଖୁସିରେ ଆତ୍ମ ବିଭୋର ମାଆ

ଫେରିବ ନିଖୋଜ ପୁଅ । ଦୀର୍ଘ ୧୨ ବର୍ଷ ଧରି ନିଖୋଜ ଥିବା ପୁଅ ଶେଷରେ ଘରକୁ ଫେରିବ । ତେବେ ବିହାରର ବକ୍ସର ଜିଲ୍ଲାର ମୁଫସିଲ୍ ଥାନା ଅନ୍ତଗର୍ତ ଖିଲାଫତପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

୧୨ ବର୍ଷ ପରେ ଫେରିବ ପୁଅ, ଖୁସିରେ ଆତ୍ମ ବିଭୋର ମାଆ
୧୨ ବର୍ଷ ପରେ ଫେରିବ ପୁଅ, ଖୁସିରେ ଆତ୍ମ ବିଭୋର ମାଆ
author img

By

Published : Apr 11, 2022, 7:44 PM IST

ପାଟନା: ଫେରିବ ନିଖୋଜ ପୁଅ । ଦୀର୍ଘ ୧୨ ବର୍ଷ ଧରି ନିଖୋଜ ଥିବା ପୁଅ ଶେଷରେ ଘରକୁ ଫେରିବ । ତେବେ ବିହାରର ବକ୍ସର ଜିଲ୍ଲାର ମୁଫସିଲ୍ ଥାନା ଅନ୍ତଗର୍ତ ଖିଲାଫତପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ମୁଫସିଲ୍ ଥାନା ଅନ୍ତଗର୍ତ ଖିଲାଫତପୁର ଗାଁରେ ଛବି ମୁସହର ୧୨ ବର୍ଷ ତଳେ କୁଆଡେ ନିଖୋଜ ହୋଇଯାଇଥିଲେ । ତେବେ ଘର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ଶେଷରେ ପରିବାର ଲୋକ ଛବିଙ୍କୁ ମୃୃତ ଭାବି ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲେ ।

ମାତ୍ର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ଏକ ଚିଠିରୁ ସେ ବଞ୍ଚିଥିବା ନେଇ ଜଣାପଡିବାର ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତେବେ ଛବି ମୁସହର ୧୨ ବର୍ଷ ତଳେ ଘରୁ କୁଆଡେ ପଳାଇ ଯାଇଥିବା ବେଳେ ସେ ଭୁଲରେ ପାକିସ୍ତାନ ସୀମା ଅତିକ୍ରମ କରି ପାକିସ୍ତାନ ପଳେଇ ଯାଇଥିଲେ । ଏହାପରେ ତାଙ୍କୁ ପାକିସ୍ତାନରେ ଗିରଫ କରାଯିବା ସହ କରାଚୀ ଜେଲରେ ରଖାଯାଇଥିଲା ।

ସେହିଭଳି ଗୁରୁଦାସପୁର ଜିଲ୍ଲାପାଳ ଅମନ ସମୀରଙ୍କ କହିବା ଅନୁଯାୟୀ, ଛବି ମୁସହର ଭୁଲରେ ପାକିସ୍ତାନ ପଳେଇ ଯାଇଥିବାବେଳେ ପାକିସ୍ତାନ ସରକାର ତାଙ୍କୁ ବନ୍ଦୀ କରିବା ସହ କରାଚୀ ଜେଲର ରଖିଥିଲେ । ତେବେ ପଞ୍ଜାବର ଅଟ୍ଟାରୀ ସୀମାରେ ବିଏସଏଫକୁ ପାକିସ୍ତାନ ସେନା ଛବିକୁ ହସ୍ତାନ୍ତର କରିଥିଲେ । ଏହାପରେ ବିଏସଏଫ ଗୁରୁଦାସପୁର ଜିଲ୍ଲାପାଳଙ୍କୁ ଛବି ମୁସହାରଙ୍କୁ ହସ୍ତାନ୍ତର କରିଥିଲେ ।

ପରବର୍ତ୍ତୀ ସମୟରେ ଗୁରୁଦାସପୁର ଏସପିଙ୍କ ଠାରୁ ସୂଚନା ପାଇବା ପରେ ବକ୍ସର ଏସପି ଛବିଙ୍କୁ ଆଣିବା ଲାଗି ଏକ ଟିମ ପଞ୍ଜାବ ପଠାଇଛନ୍ତି । ତେବେ ୨୦୨୧ ଡିସେମ୍ବର ଛବି ପାକିସ୍ତାନ ଜେଲରେ ଥିବା ବୈଦେଶିକ ମନ୍ତ୍ରଣାଳୟ ଖବର ମିଳିଥିଲା । ଏହା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଆଣିବା ଲାଗି ବ୍ୟବସ୍ଥା କରାଯିବା ସହ ପରିବାର ଲୋକଙ୍କୁ ଏହି ବିଷୟରେ ଖବର ଦିଆଯାଇଥିଲା ।

ଏପଟେ ମୁଁ ମୋ ପୁଅ ବଞ୍ଚିଥିବା ଆଶା ଛାଡି ଦେଇଥିଲି ବୋଲି ଛବିଙ୍କ ମାଆ କହିଛନ୍ତି । ପୁଅକୁ ମୃତ ଭାବି ତାର ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲୁ ବୋଲି ମାଆ କହିଛନ୍ତି । ତେବେ ପୁଅ ଫେରି ଆସୁଛି ଜାଣିବା ପରେ ଛବିଙ୍କ ମାଆ ବୃତି ଦେବୀ କାନ୍ଦି ପକେଇବା ସହ ଖୁସିରେ ଆତ୍ମ ବିଭୋର ହୋଇପଡିଛନ୍ତି ।

ଅନ୍ୟପଟେ ମୁଫସିଲ ପୋଲିସ ଷ୍ଟେସନ ଅଧୀନରେ ଖିଲାଫତପୁରର ଦଳିତ ବସ୍ତିରେ ରହୁଥିଲେ ଛବି ମୁସହର । ଏଥିସହ ୧୪ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିବାବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ତେବେ ଦିନେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ତାଙ୍କ ବିଷୟରେ କିଛି ତଥ୍ୟ ନ ପାଇନଥିଲେ । ଶେଷରେ ଦୁଇ ବର୍ଷ ଅପେକ୍ଷା କରିବା ପରେ ମଧ୍ୟ ଯେତେବେଳେ ନିଖୋଜ ଛବି ମୁସହର ଫେରି ନଥିଲେ, ତାଙ୍କ ପତ୍ନୀ ଆଉ ଜଣଙ୍କୁ ବିବାହ କରି ନିଜ ପିଲା ସହିତ ଚାଲି ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.