ETV Bharat / bharat

ବ୍ୟବସାୟୀଙ୍କ ବଡ ହୃଦୟ: କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ ରୋୟାଲ ଏନଫିଲ୍ଡ ବୁଲେଟ - ଦୀପାବଳି ବୋନସ

ଦୀପାବଳି ଭେଟିରେ ମିଳିଲା ରୋୟାଲ ଏନଫିଲ୍ଡ ବୁଲେଟ । ତାମିଲନାଡୁର ଜଣେ ବ୍ୟବସାୟୀ ନିଜର କର୍ମଚାରୀଙ୍କୁ ଏଭଳି ବୋନସ ପ୍ରଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢନ୍ତୁ

ଦୀପାବଳି ବୋନସରେ କର୍ମଚାରୀଙ୍କୁ ମିଳିଲା ରୋୟାଲ ଏନଫିଲ୍ଡ ବୁଲେଟ

author img

By ETV Bharat Odisha Team

Published : Nov 5, 2023, 6:20 PM IST

ଦୀପାବଳି ବୋନସରେ କର୍ମଚାରୀଙ୍କୁ ମିଳିଲା ରୋୟାଲ ଏନଫିଲ୍ଡ ବୁଲେଟ

ଚେନ୍ନାଇ: କିଭଳି ଲାଗିବ ଯଦି ଦୀପାବଳି ବୋନସରେ ମିଳିବ ରୋୟାଲ ଏନଫିଲ୍ଡ ବୁଲେଟ ? ଅନେକ କର୍ମଚାରୀଙ୍କ ପାଇଁ ଏହା ସ୍ବପ୍ନ କହିଲେ ଚଳେ । ହେଲେ ଏଭଳି ଘଟଣାକୁ ସତ କରି ଦେଖାଇଛନ୍ତି ତାମିଲନାଡୁର ଜଣେ ବ୍ୟବସାୟୀ । ଦୀପାବଳି ବୋନସରେ କର୍ମଚାରୀଙ୍କୁ ମିଳିଲା ରୋୟାଲ ଏନଫିଲ୍ଡ ବୁଲେଟ । ତାମିଲନାଡୁରେ ଜଣେ ବ୍ୟବସାୟୀ ଦୀପାବଳି ବୋନସରେ କର୍ମଚାରୀଙ୍କୁ ରୋୟାଲ ଏନଫିଲ୍ଡ ବୁଲେଟ ଭେଟି ଦେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଉ ଏଭଳି ବୋନସ ପାଇ ବେଶ ଖୁସି ଅଛନ୍ତି କର୍ମଚାରୀ ।

ଏହାମଧ୍ୟ ପଢନ୍ତୁ..ଦୀପାବଳି ବିକ୍ରି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ, ଏହି ଜିନିଷ ଗୁଡିକର ରହିଛି ଚାହିଦା

ଆସୁଛି ଆଲୋକର ପର୍ବ ଦୀପାବଳି । ଏହାପୂର୍ବରୁ ବିଭିନ୍ନ କର୍ମସଂସ୍ଥାନ ଗୁଡିକରେ ନିଜ କର୍ମଚାରୀମାନଙ୍କୁ ବୋନସ ଆକାରରେ ବିଭିନ୍ନ ଭେଟି ଦେଉଛନ୍ତି । ଆଉ କିଛି ମାଲିକ ଏପରି ରହିଛନ୍ତି ଯେଉଁମାନେ ନିଜ କର୍ମଚାରୀଙ୍କୁ ଖୁସି କରିବା ପାଇଁ ସେମାନଙ୍କ ମନପସନ୍ଦର ଭେଟି ପ୍ରଦାନ କରିଛନ୍ତି । ଆଉ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତିରୁପୁର ଅଞ୍ଚଳରେ । ଜଣେ ବ୍ୟବସାୟୀ ନିଜ କର୍ମଚାରୀଙ୍କୁ ଦୀପାବଳି ବୋନସ ଆକାରରେ ଦେଇଛନ୍ତି ରୋୟାଲ ଏନଫିଲ୍ଡ ବୁଲେଟ । ବ୍ୟବସାୟୀ ଜଣକ ତିରୁପୁର ଅଞ୍ଚଳର ଶିବକୁମାର ହୋଇଥିବା ବେଳେ ସେ ନୀଳଗିରି ଜିଲ୍ଲାର କୋଟାଗିରି ଅଞ୍ଚଳରେ ଏକ ଇଷ୍ଟେଟର ମାଲିକ ଅଟନ୍ତି । ତାଙ୍କ ଅଧିନରେ 15 ଜଣ କର୍ମଚାରୀ କାମ କରୁଥିବା ବେଳେ ସେ ସମସ୍ତଙ୍କୁ ବୋନସ ଆକାରରେ ବୁଲେଟ ଭେଟି ଦେଇଛନ୍ତି । ତେବେ ସେ ଡ୍ରାଇଭର ଠାରୁ ମ୍ୟାନେଜର ପର୍ଯ୍ୟନ୍ତ କର୍ମଚାରୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନରଖି ସମସ୍ତଙ୍କୁ ଦୁଇ ଚକିଆ ଯାନ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବ୍ୟବସାୟୀଙ୍କ ଏଭଳି କାର୍ଯ୍ୟ ପାଇଁ ବେଶ ପ୍ରଂଶସା ମଧ୍ୟ କରାଯାଉଛି ।

ଏହାମଧ୍ୟ ପଢନ୍ତୁ..Dhanteras 2023: ଧନତେରାସରେ ସୁନା କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା, ନଚେତ ଅନେକ ସମସ୍ୟାର ହେବେ ସମ୍ମୁଖୀନ

ତେବେ ଶିବକୁମାର କୋଟାଗିରିରେ ପାଖାପାଖି 20 ବର୍ଷ ହେବ ବ୍ୟବସାୟ କରୁଛନ୍ତି । ସେ ପନିପରିବା ଓ ଫଳ ଚାଷ କରିଥାନ୍ତି । ତାଙ୍କ ଅଧିନରେ ପାଖାପାଖି 15 ଜଣ କାମ କରୁଛନ୍ତି । ତେବେ ଦୀପାବଳି ଅବସରରେ ପ୍ରତି ବର୍ଷ ନିଜ କର୍ମଚାରୀମାନଙ୍କୁ ବୋନସ ଆକାରରେ କିଛି ସ୍ପେଶାଲ ଗିଫ୍ଟ ଦେଇଥାନ୍ତି ଶିବକୁମାର । ତେବେ ଚଳିତ ବର୍ଷ ସେ ନିଜ କର୍ମଚାରୀମାନଙ୍କୁ 2 ଚକିଆ ଯାନ ଗିଫ୍ଟ ଆକାରରେ ଦେଇଛନ୍ତି ।

ତେବେ ଏଭଳି ବୋନସ ପାଇବା ପାଇଁ କର୍ମଚାରୀମାନେ କେବେ ଆଶା କରିନଥିବା ବେଳ ସେମାନଙ୍କ ଖୁସିର ସୀମା ରହିନଥିଲା । ସାଧାରଣ କର୍ମଚାରୀମାନଙ୍କ ପାଇଁ ବୁଲେଟ କିଣିବା ବ୍ୟୟବହୁଳ ହୋଇଥିବା ବେଳେ ଏଭଳି ଗିପ୍ଟ ସେମାନଙ୍କୁ ବେଶ ଚକିତ ଓ ଖୁସି କରିଥିଲା । ତେବେ ଶିବକୁମାର ନିଜ କର୍ମଚାରୀମାନଙ୍କୁ ବିଭିନ୍ନ ଆନୁସଙ୍ଗିକ ସୁବିଧା ସୁଯୋଗ ସବୁବେଳେ ଯୋଗାଇଥାନ୍ତି । କର୍ମଚାରୀମାନଙ୍କ ପିଲାଙ୍କ ଶିକ୍ଷା, ମେଡିକାଲ ଖର୍ଚ୍ଚ ମଧ୍ୟ ଶିବକୁମାର ନିଜେ ଉଠାଇଥାନ୍ତି । ଆଉମଧ୍ୟ କର୍ମଚାରୀମାନଙ୍କୁ ସକାଳ ଜଳଖିଆ ଓ ଭୋଜନ ମଧ୍ୟ ମାଗଣାରେ ଯୋଗାଇଥାନ୍ତି ଶିବକୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.