ETV Bharat / bharat

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଡବଲ ଡେକର ବସ ମୁହାଁମୁହିଁ ଧକ୍କା, ୮ ମୃତ ୨୦ ଆହତ

author img

By

Published : Jul 25, 2022, 8:53 AM IST

ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଡବଲ ଡେକର ବସ ମୁହାଁମୁହିଁ ଧକ୍କା ହେବାରୁ ୮ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଡବଲ ଡେକର ବସ ମୁହାଁ ମୁହିଁ ଧକ୍କା, ୮ ମୃତ ୨୦ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଡବଲ ଡେକର ବସ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । କଟରା ଥାନା ନିକଟବର୍ତ୍ତୀ ନାରାୟଣପୁର ଗ୍ରାମର ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି । ତେବେ ବସରେ କେତେ ଜଣ ଯାତ୍ରୀ ଥିଲେ ସେନେଇ କିଛି ସୂଚନା ମିଳିପାରି ନାହିଁ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଖବର ଅପଟେଡ ଜାରି ରହିଛି, ଅଧିକ ଖବର ପାଇଁ ଇଟିଭି ଭାରତ ସହ ଯୋଡି ହୋଇ ରୁହନ୍ତୁ....

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.