ETV Bharat / bharat

Budget Session: ଆଜି ଅଷ୍ଟମ ଦିନ, ରଣନୀତି ପ୍ରସ୍ତୁତ ପାଇଁ ବୈଠକ କରିବେ ବିରୋଧୀ - ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ସଂସଦ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପଞ୍ଚମ ଦିନ ପରେ ଆଜି ଅଷ୍ଟମ ଦିନରେ ଗୃହକାର୍ଯ୍ୟ ଚାଲିବ । ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବାକୁ ବିରୋଧୀ ଦଳ ବୈଠକ କରିବେ । ଅଧିକ ପଢନ୍ତୁ

Budget Session
Budget Session
author img

By

Published : Mar 20, 2023, 7:49 AM IST

ନୂଆଦିଲ୍ଲୀ: ଆରମ୍ଭ, ହଟ୍ଟଗୋଳ, ସ୍ବାଭାବିକ ପୁଣି ହଟ୍ଟଗୋଳ ଶେଷରେ ମୁଲତବୀ । ସଂସଦ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପଞ୍ଚମ ଦିନରେ ଏମିତି କିଛି ଥିଲା ଗୃହକାର୍ଯ୍ୟ । 5 ଦିନରେ ମୋଟ 97 ମିନିଟ ଚାଲିଥିଲା ଗୃହ । ବିରୋଧୀଙ୍କ ହଙ୍ଗାମାରେ ସଂସଦରେ ଅଚଳାବସ୍ଥା ଦେଖା ଦେଇଥିଲା । ବିରୋଧୀ ଓ ଶାସକ ନିଜ ନିଜ ଜିଦରେ ଅଟଳ ଥିଲେ ଫଳରେ 20 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ଆଜି (ସୋମବାର) ଅଷ୍ଟମ ଦିନରେ ଦ୍ବିତୀୟ ବଜେଟ ଅଧିବେଶନରେ ଗୃହକାର୍ଯ୍ୟ ଆରମ୍ଭ ହେବ । ଏନେଇ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସଂସଦରେ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ବୈଠକ ବସିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ।

ଗତ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପଞ୍ଚମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗମା ନେଇ ଗୃହକାର୍ଯ୍ୟ ମୁଲତବୀ ଘୋଷଣା ହୋଇଥିଲା । ଶାସକ ଏବଂ ବିରୋଧୀ ଦଳ ନିଜ ନିଜ ଦାବିରେ ଅଟଳ ରହିବା କାରଣରୁ ଉଭୟ ଗୃହକୁ 20 ତାରିଖ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଉଦ୍ୟୋଗପତି ଗୌତମ ଆଦାନି-ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ରାହୁଲ ଗାନ୍ଧୀ ଲଣ୍ଡନରେ ହେଇଥିବା ବୟାନକୁ ନେଇ ଶାସକ ଦଳ କଂଗ୍ରେସକୁ ଘେରିଥିବାବେଳେ ରାହୁଲଙ୍କୁ ଭୁଲ ମାଗିବାକୁ ହଟ୍ଟଗୋଳ କରିଥିଲା । ପରସ୍ପର ପରସ୍ପରକୁ ସମାଲୋଚନା କରିଥିଲେ ।

ପଞ୍ଚମ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ରାହୁଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜିଦ୍‌ ଧରିଥିଲେ ଶାସକ ଦଳ । ଏହି ସମୟରେ ଗୃହରେ ଉପସ୍ଥିତ ରାହୁଲ ସୁଯୋଗ ମିଳିଲେ ସେ ଦେଇଥିବା ବୟାନ ସମ୍ପର୍କରେ କହିବେ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଜେପି ସାଂସଦ ଗୃହର ମଧ୍ୟ ଭାଗରେ ଆସି ରାହୁଲଙ୍କ କ୍ଷମା ପ୍ରାର୍ଥନା ପରେ ହିଁ ଗୃହରେ ଆଲୋଚନା ହେବ ବୋଲି ଦାବି କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାହୁଲଙ୍କୁ ଦେଶ ବିରୋଧୀ ଟୁଲକିଟ କହିଥିଲେ । ଯାହାକୁ ନେଇ ବିଜେପି ଉପରେ ବର୍ଷିଥିଲେ ମଲ୍ଲିକାର୍ଜୁନ ଖଡଗେ ।

ଏହା ବି ପଢନ୍ତୁ...Umesh Pal murder case: ସାମ୍ନାକୁ ଆସିଲା ଗୁଳିକାଣ୍ଡର ଆଉ ଏକ ଭିଡିଓ

ସେପଟେ ଆଦାନୀ ପ୍ରସଙ୍ଗରେ ଶାସକ ଦଳକୁ ଛାଡିନଥିଲା କଂଗ୍ରେସ । ଗୃହରେ ଆଦାନୀ ବିଷୟରେ କିଛି କୁହ ବୋଲି କହିଥିଲା କଂଗ୍ରେସ । ଆଦାନୀ ଘୋଟାଲା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ଆଦାନୀ ମାମଲାରେ jcp ଦାବି କରି ସଂସଦ ପରିସରରେ କଂଗ୍ରେସ ସାଂସଦ ବିକ୍ଷୋଭ କରିଥିଲେ । ଉଭୟ ଗୃହରେ ହୋହଲ୍ଲା ସ୍ଥିତି ଉପୁଜିବାରୁ ସଂସଦ ମୁଲତବୀ ଘୋଷଣା ହୋଇଥିଲା । ମାର୍ଚ୍ଚ 13 ତାରିଖରୁ ସଂସଦ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ଏପ୍ରିଲ 6 ତାରିଖରେ ସଂସଦ ବଜେଟ ଅଧିବେଶନ ଶେଷ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.