ETV Bharat / bharat

Budget session: ONDC ବାବଦରେ ଭର୍ତ୍ତୃହରିଙ୍କ ପ୍ରଶ୍ନ, ଉତ୍ତର ରଖିଲେ ବାଣିଜ୍ୟ ମନ୍ତ୍ରୀ - ଲୋକସଭାରେ ଓଡିଶାର ପ୍ରଶ୍ନ

ବଜେଟ ଅଧିବେଶନରେ ଲୋକସଭାରେ ONDC ନେଇ ପ୍ରଶ୍ନ ରଖିଲେ ଭର୍ତ୍ତୃହରି । ଅଧିକ ପଢନ୍ତୁ

ONDC ବାବଦରେ ଭତ୍ତୃହରିଙ୍କ ପ୍ରଶ୍ନ
ONDC ବାବଦରେ ଭତ୍ତୃହରିଙ୍କ ପ୍ରଶ୍ନ
author img

By

Published : Feb 9, 2022, 8:08 PM IST

ନୂଆଦିଲ୍ଲୀ: ବଜେଟ ଅଧିବେଶନରେ ଲୋକସଭାରେ Open Network Digital Commerce (ONDC) ନେଇ ପ୍ରଶ୍ନ ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ । ONDCରେ କେତେ ମାତ୍ରାରେ ବିକ୍ରେତା ଓ କ୍ରେତା ଲାଭବାନ ହେଉଛନ୍ତି ଓ କେନ୍ଦ୍ର ସରକାର କେତେ ପରିମାଣର ଅର୍ଥ ମଞ୍ଜୁରୀ ଦେଇଛନ୍ତି ଓ କେତେ ପରିମାଣର ଅର୍ଥରାଶି ଖର୍ଚ୍ଚ ଅନୁମୋଦନ ବୋଲି ପ୍ରଶ୍ନ କରିଥିଲେ ଭର୍ତ୍ତୃହରି ।

Budget session: ONDC ନେଇ ପ୍ରଶ୍ନ ରଖିଲେ ଭତୃହରି, ଉତ୍ତର ରଖିଲେ ବାଣିଜ୍ୟ ମନ୍ତ୍ରୀ ଗୋଏଲ

ଯାହାର ଉତ୍ତର ରଖି କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି, ଏହା ଇ-କମର୍ସ ପାଇଁ ଉଦ୍ଦିଷ୍ଟ ନେଟଓ୍ବର୍କିଂ ସିଷ୍ଟମ ଯାହାକୁ UPI ଢାଞ୍ଚାରେ ଆରମ୍ଭ କାରଯାଇଥିଲା । ଗତ ଦୁଇ ବର୍ଷ ଧରି ସରକାର ଏହା ଅନୁଧ୍ୟାନ କରିଆସୁଛନ୍ତି ଯେ, ଅନେକ ବଡବଡ କମ୍ପାନୀ ଏଥିରେ ବ୍ୟବସାୟ ପାଇଁ ଆଗ୍ରହ ଦେଖାଉଛନ୍ତି । ଅନେକ ଯୁବପିଢିଙ୍କ ମଧ୍ୟରେ ଷ୍ଟାଟଅପ ଆରମ୍ଭ କରିବାରେ ଏହା ମଧ୍ୟ ସହାୟକ ହୋଇଛି ।

Budget session: ONDC ବାବଦରେ ଭତ୍ତୃହରିଙ୍କ ପ୍ରଶ୍ନ, ଉତ୍ତର ରଖିଲେ ବାଣିଜ୍ୟ ମନ୍ତ୍ରୀ

ଏହା ଇ-କମର୍ସ ପାଇଁ ଏକ ବିଜନେସ ନେଟଓ୍ବାର୍କ ଏବଂ ଏହା ଷ୍ଟାଟଅପର ସମ୍ଭାବନା ପ୍ରଦାନ କରୁଛି । ଇ-ନେଟଓ୍ବର୍କିଂ ମାଧ୍ୟମରେ ଦ୍ରବ୍ୟ ଓ ସେବାର ବିତରଣରେ ଏହା ଏକ ମୁକ୍ତ ବଜାର ଓ ପ୍ରତିଦ୍ବନ୍ଦିତା ସୃଷ୍ଟି କରିବା ଫଳରେ ଅନେକ ଯୁବଗୋଷ୍ଠୀ ବ୍ୟବସାୟ ଆରମ୍ଭ କରିବାକୁ ମଧ୍ୟ ଆଗ୍ରହ ଦେଖାଇଛନ୍ତି ବୋଲି ବାଣିଜ୍ୟ ମନ୍ତ୍ରୀ ଉତ୍ତର ଦେଇଛନ୍ତି ।

ପ୍ରୋଜେକ୍ଟ ପାଇଁ ସରକାରଙ୍କ ପକ୍ଷରୁ କଣ ସବୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଆମେ ଆଉ ମାତ୍ର କିଛି ମାସର ବ୍ୟବଧାନ ମଧ୍ୟରେ ଗୋଟିଏ ମୌଳିକ ଢାଞ୍ଚା ପ୍ରସ୍ତୁତ କରିବାରେ ସଫଳ ହୋଇପାରିବୁ । ନେଟଓ୍ବର୍କିଂ ପାଇଁ ବ୍ୟବହୃତ ହେଉଥିବା ଡାଟାର ସୁରକ୍ଷା ଓ ଗୋପନୀୟତାକୁ ମଧ୍ୟ ଦୃଷ୍ଟି ଦିଆଯିବ । ପ୍ରୋଜେକ୍ଟକୁ ଦେଖି ଅନେକ ଗୁଡିଏ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ କରାଯାଉଛି । କ୍ୟାଟଲଗିଂ, ଇନଭେଣ୍ଟ୍ରି ମ୍ୟାନେଜମେଣ୍ଟ, ଅର୍ଡର ମ୍ୟାନେଜମେଣ୍ଟ, ଅର୍ଡର ଫୁଲଫିଲମେଣ୍ଟ ଆଦି ପ୍ରକ୍ରିୟା ସରଳୀକରଣ ହୋଇପାରିବ । ସେହିପରି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସଠିକ କ୍ରିୟାନ୍ବୟନ ସହ ଗୁଣବତ୍ତାରେ ବୃଦ୍ଧି କରିବାକୁ ପ୍ରାଥମିକତା ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.