ETV Bharat / bharat

ଆତ୍ମନିର୍ଭର ପାଇଁ ବଜେଟ, ଅର୍ଥନୀତିକୁ କରିବ ସୁଦୃଢ: ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Feb 1, 2021, 2:32 PM IST

ବଜେଟ ଉପସ୍ଥାପନ ପରେ ବିଭିନ୍ନ ମହଲରୁ ଏ ବାବଦରେ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅଧିକ ପଢନ୍ତୁ...

ଆତ୍ମନିର୍ଭର ପାଇଁ ବଜେଟ, ଅର୍ଥନୀତିକୁ କରିବ ସୁଦୃଢ: ପ୍ରତିରକ୍ଷା ମନ୍ତ୍ରୀ
ଆତ୍ମନିର୍ଭର ପାଇଁ ବଜେଟ, ଅର୍ଥନୀତିକୁ କରିବ ସୁଦୃଢ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ । କୃଷିକ୍ଷେତ୍ର ଠୁ ଆରମ୍ଭ କରି ଶିଳ୍ପ, ବାଣିଜ୍ୟ, ସ୍ବାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବଜେଟ ଉପସ୍ଥାପନ ପରେ ବିଭିନ୍ନ ମହଲରୁ ଏ ବାବଦରେ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବଜେଟ ଆତ୍ମନିର୍ଭର ଭାରତ ପାଇଁ ହୋଇଥିବା ବେଳେ ଏହା ଅର୍ଥନୀତିକୁ ସୁଦୃଢ କରିବ ବୋଲି କହିଛନ୍ତି ରାଜନାଥ ।

ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଥର ପ୍ରତିରକ୍ଷା କ୍ଷେତ୍ରକୁ 4,78,195.62 ଲକ୍ଷ କୋଟିର ଆବଣ୍ଟନ କରାଯାଇଛି । ଏଥିମଧ୍ୟରୁ ପ୍ରତିରକ୍ଷା ପେନସନ ପାଇଁ 1,15,850 ଲକ୍ଷ କୋଟି ଆବଣ୍ଟନ କରାଯିବ । ଗତ ବର୍ଷ ପ୍ରତିରକ୍ଷା କ୍ଷେତ୍ରକୁ 4.71 କୋଟିର ଆବଣ୍ଟନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.